ମୁମ୍ୱାଇ- ସିନେମାରେ ମ୍ୟୁଜିକର ବିଶେଷ ଭାବେ ଗୀତ ଗୁଡ଼ିକର ସ୍ୱତନ୍ତ୍ର କନେକ୍ସନ ରହି ଥାଏ। ଗୋଟିଏ ଫିଲ୍ମରେ ପ୍ରାୟତଃ ବିଭିନ୍ନ ପ୍ରକାରର ଗୀତ ରହିଥାଏ, ଯେଉଁଥିରେ ରୋମାଣ୍ଟିକ, ଦୁଃଖଭରା ଗୀତ ଠାରୁ ଆରମ୍ଭ କରି ପାର୍ଟି ନମ୍ବର ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ଆଜି ଆପଣଙ୍କୁ ଏପରି ଏକ ଗୀତ ବିଷୟରେ କହିବାକୁ ଯାଉଛୁ, ଯାହାର ସ୍ୱର ଏକ ଦିଆସିଲ ବକ୍ସରେ ଲେଖା ହୋଇଥିଲା।

ଆମେ ଯେଉଁ ଗୀତ ବିଷୟରେ ଆଲୋଚନା କରୁଛେ, ସେହି ଗୀତଟି ହେଉଛି "ଖୋୟା ଖୋୟା ଚାନ୍ଦ "। ଉକ୍ତ ଗୀତଟିକୁ ମହମ୍ମଦ ରଫି ଗାଇଥିଲେ ଏବଂ ଏହାକୁ ଦେବ ଆନନ୍ଦ ଓ ୱାହିଦା ରେହମାନଙ୍କ ଉପରେ ଚିତ୍ରଣ କରାଯାଇ ଥିଲା। ଏହି ଗୀତର ଗୀତିକାର ଥିଲେ ଶୈଳେନ୍ଦ୍ର କୁମାର, ଏବଂ ମ୍ୟୁଜିକ କରିଥିଲେ ଏସଡି ବର୍ମନ। ଗୀତଟି ଦେବଙ୍କ ଭାଇ ବିଜୟ ଆନନ୍ଦଙ୍କ ନିର୍ଦ୍ଦେଶିତ ‘କାଲା ବଜାର’ ଫିଲ୍ମ ଥିଲା।

ଗୀତର ସ୍ୱର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ସାରି ଥିଲା, କିନ୍ତୁ ଗୀତର ମୁଖଡା ଏପର୍ଯ୍ୟନ୍ତ ଲେଖା ହୋଇ ନଥିଲା। ଗୀତିକାର ଶୈଳେନ୍ଦ୍ର ଅନ୍ୟ କାମରେ ବ୍ୟସ୍ତ ଥିଲେ, ତେଣୁ ସଚିନ ଦେବ ବର୍ମନ ବିରକ୍ତ ହୋଇ ଗଲେ। ସେ ତାଙ୍କ ପୁଅ ଆର.ଡି. ବର୍ମନଙ୍କୁ ପୁନଃ ଗୀତକୁ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦେଲେ। ସେ ବର୍ମନ ଦାଙ୍କୁ କହିଲେ ଶୈଳେନ୍ଦ୍ରଙ୍କ ପାଖକୁ ଯାଅ ଏବଂ ଯେପର୍ଯ୍ୟନ୍ତ ଗୀତ ଲେଖା ନହୋଇଛି ସେପର୍ଯ୍ୟନ୍ତ ଘରକୁ ଆସିବ ନାହିଁ।

ଏବେ ବିଚରା ବର୍ମନ ଦା ସାରା ଦିନ ଶୈଳେନ୍ଦ୍ରଙ୍କ ସହିତ ରହିଥିଲେ। ସକାଳରୁ ରାତି ହୋଇଗଲା, କିନ୍ତୁ ଗୀତ ଲେଖା ସରୁ ନଥିଲା। ବର୍ମନ ଦାଙ୍କୁ ବହୁତ ବିରକ୍ତିର ଲାଗିଥିଲା। ସେ ଜାଣିଥିଲେ , ଆଜି ଯଦି ଗୀତ ସମ୍ପୂର୍ଣ୍ଣ ନହୁଏ, ତାଙ୍କ ବାପା ବହୁତ ରାଗି ଯିବେ।

ଶୈଳେନ୍ଦ୍ର ମଧ୍ୟ ଗୀତର ଲାଇନ୍ସକୁ ଭାବିବାକୁ ଲଗାତାର ସିଗାରେଟ୍ ପିଉ ଥିଲେ ଏବଂ ଭାବନାରେ ବୁଡ଼ି ଯାଇ ଥିଲେ। ତାଙ୍କର ଦିଆସିଲ ପୁଣି ସରିଗଲା । ଏହାପରେ ସେ ଆର.ଡି. ବର୍ମନଙ୍କୁ ଏକ ଦିଆସିଲ ବାକ୍ସ ମାଗିଲେ ଏବଂ ତାଙ୍କୁ ପୁଣି ଥରେ ସେହି ସ୍ୱର ଶୁଣାଇବାକୁ କହିଲେ। ବର୍ମନ ଦା ପୁଣି ଦିଆସିଲି ବାକ୍ସରେ ହିଁ ସ୍ୱର ବଜାଇଲେ। ସେହି ମୁହୂର୍ତ୍ତଟି ଯାଦୁକାରୀ ପ୍ରମାଣିତ ହେଲା। ଶୈଳେନ୍ଦ୍ର ଆକାଶରେ ଚାନ୍ଦକୁ ଦେଖିଲେ। ସେ ଏହାପରେ ଏମିତି ଶବ୍ଦ ସବୁ ଲେଖିଲେ ଯାହା ଇତିହାସ ରଚିଲା। ଶୈଳେନ୍ଦ୍ର ତୁରନ୍ତ ଦିଆସିଲ ବକ୍ସ ନେଇ ସେଥିରେ କୋରସ୍ ଲେଖିବାକୁ ଲାଗିଲେ। ବର୍ମନଙ୍କୁ କହିଲେ , ସେ ପରଦିନ ସମ୍ପୂର୍ଣ୍ଣ ଗୀତଟି ମିଳିଯିବ।

ସଚିନଙ୍କ ସଙ୍ଗୀତ, ଶୈଳେନ୍ଦ୍ରଙ୍କ ଗୀତ ଏବଂ ମହମ୍ମଦ ରଫିଙ୍କ ସ୍ୱର ଏହି ଗୀତକୁ ଅମର କରି ଦେଲା। ଆଜି ମଧ୍ୟ ଆପଣ ଯେବେ ଏହି ଗୀତକୁ ଶୁଣିବେ,ତ ଏଥିରେ ହଜି ଯିବେ। ସେ ସମୟରେ ରଫିଙ୍କ ସ୍ୱର ବହୁତ ଲୋକପ୍ରିୟ ଥିଲା। ପ୍ରତି ସଙ୍ଗୀତ ନିର୍ଦ୍ଦେଶକ ସେମାନଙ୍କ ଫିଲ୍ମରେ ତାଙ୍କୁ ଗୀତ ଗାଇବା ପାଇଁ ଚାହୁଁଥିଲେ।

ଫିଲ୍ମ କଥା ଯଦି କହିବା ତ ଏଥିରେ ଦେବ ଆନନ୍ଦ , ୱହିଦା ରେହମାନଙ୍କ ବ୍ୟତୀତ ନନ୍ଦା , ରାଶିଦ ଖାନ, ବିଜୟ ଆନନ୍ଦ , କିଶୋର ସାହୁ , ଲୀଲା ଚିଟନିସ , ଚେତନ ଆନନ୍ଦ , ମଦନ ପୁରୀ ଓ ହେଲନ ଥିଲେ।

ଆହୁରି ମଧ୍ୟ ପଢନ୍ତୁ : ବିବାହ ପୂର୍ବରୁ ଚାଲିଗଲା ଜୀବନ ! ଲକ୍ଷ୍ନୌ ଅଗ୍ନିକାଣ୍ଡରେ ନିଲେଶ-ଅନାମିକାଙ୍କ ପ୍ରେମ କାହାଣୀର କରୁଣ ଅନ୍ତ