ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
  • ||
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଘରର ଦାୟିତ୍ୱକୁ କାହିଁକି ଡରୁଛନ୍ତି ଯୁବପିଢ଼ି ?

Published By : Rasmita Pradhan | July 3, 2025 3:00 PM

"ଏକଥା ସତ ଯେ ସମାଜ ତୀବ୍ର ବେଗରେ ବଦଳିଚାଲିଛି । କିନ୍ତୁ ତା’ଠାରୁ ଆହୁରି ତୀବ୍ରତାର ସହ ବଦଳି ଚାଲିଛି ଆମର ଭାବନା ଓ ଜୀବନଶୈଳୀ । କିନ୍ତୁ ପ୍ରତ୍ୟେକ ପରିବର୍ତ୍ତନ ଯେ ଆମକୁ ଭଲ ଆଡକୁ ନେବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ । କାରଣ ଏବେକାର ଯୁବବର୍ଗଙ୍କ ପରିବର୍ତ୍ତିତ ଭାବନା ପରିବାରକୁ ଯୋଡ଼ିବା ପରିବର୍ତ୍ତେ ଭାଙ୍ଗିବାର କାମ କରୁଛି ।"

ଆଜିର ଯୁବବର୍ଗ ବଦଳୁଛନ୍ତି । ବଦଳୁଛି ସେମାନଙ୍କ ଚିନ୍ତାଧାରା । କିନ୍ତୁ ତାକୁ ତାଳଦେଇ ବଦଳିପାରୁନି ପରିବାରରେ ପାରମ୍ପରିକ ମାନସିକତା । ଝିଅମାନେ ପାଠପଢି ଆତ୍ମନିର୍ଭରଶୀଳ ହେବାରେ ଲାଗିଛନ୍ତି । କିନ୍ତୁ ପୁଅଙ୍କୁ ମା’ମାନେ ଶିଖାଉନାହାନ୍ତି ରୋଜଗାର ସହ ଘରର କାମ । ତେଣୁ ପରିବାରଗୁଡିକରେ ଅନେକ ସମୟରେ ଘରକାମ ଓ ଦାୟିତ୍ୱକୁ ନେଇ ଟଣାଓଟରା ଲାଗି ରହୁଛି । ଚାଲନ୍ତୁ ଜାଣିବା କାହିଁକି? 

ଯୁବପିଢି ଘର କାମ ଯେପରିକି ଖାଦ୍ୟ ତିଆରି, ଘର ସଫା କରିବା ଓ ଅନ୍ୟାନ୍ୟ କିଛି କାମ କରିବାକୁ ଚାହୁଁନାହାନ୍ତି । କାରଣ ସେମାନଙ୍କୁ ଲାଗୁଛି ଏସବୁ କାମ ଅପାଠୁଆ ଲୋକଙ୍କ ପାଇଁ । ଘରକାମ ଶୋଷଣର ମାଧ୍ୟମ ବୋଲି ଭାବୁଛନ୍ତି । ବିଶେଷକରି ମହିଳାମାନେ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ହେବା ପରେ ସମସ୍ୟା ବଢୁଛି । ଝିଅମାନଙ୍କ ପାଖରେ ଘର କାମ କରିବାର ସମୟ ସୀମିତ ହୋଇଯାଉଛି । ଏଣେ ପୁଅମାନଙ୍କୁ ଏବେ ବି ସେହି ପୁରୁଣା ପାରମ୍ପରିକ ଭାବନା ସହ ବଡ଼ କରାଯାଉଛି । ଫଳରେ ସମସ୍ୟା ବଢୁଛି । 

ଏସବୁ କ୍ଷେତ୍ରରେ ମହିଳାମାନଙ୍କ ତର୍କ ଭୁଲ୍‌ ନୁହେଁ । ସେମାନେ ବାହାରକୁ ଯାଇ କାମ କରୁଛନ୍ତି । ତେଣୁ ଘରର ସମସ୍ତ କାମ ଓ ଦାୟିତ୍ୱ ସେମାନେ ଏକା ତୁଲାଇବା ସମ୍ଭବ ନୁହେଁ କିମ୍ବା ଜରୁରି ମଧ୍ୟ ନୁହେଁ । ଏହା ପରିବାରର ଅନ୍ୟ ସଦସ୍ୟାମାନେ ମଧ୍ୟ ବୁଝିବା ଆବଶ୍ୟକ । 

ପରିବାରରେ ମା’ମାନେ ପୁଅମାନଙ୍କୁ ବୁଝାଉ ନାହାନ୍ତି ଯେ ରୋଷେଇ ସହ ଅନ୍ୟାନ୍ୟ ଘର କାମ ସମସ୍ତଙ୍କୁ ଶିଖିବା ଆବଶ୍ୟକ । ଦରକାର ପଡିଲେ କରିବା ମଧ୍ୟ ଜରୁରି । 

ପରିବାରରେ ଲିଙ୍ଗଭେଦକୁ ଆଧାର କରି କାମ ବାଣ୍ଟି ଦିଆଯାଇଥାଏ । ଯେପରିକି ଏ କାମ ଝିଅର ଅବା ପୁଅର । ଯାହାକୁ ଗ୍ରହଣ କରିପାରୁନାହାନ୍ତି ଖୋଲା ବିଚାରରେ ବଢୁଥିବା ଯୁବକଯୁବତୀ । 

ଯେଉଁ ଘରେ ଝିଅମାନଙ୍କୁ ଖୋଲା ବିଚାର ଓ ସ୍ୱାଧୀନ ଭାବେ ବଡ଼ କରାଯାଇଥାଏ, ସେମାନଙ୍କ ଭାବନା ମଧ୍ୟ ବେଶ୍‌ ଆଧୁନିକ ହୋଇଯାଇଥାଏ । ସାଧାରଣତଃ ଦେଖାଯାଉଛି, ଆଧୁନିକାମାନେ ରୋଷେଇ କରିବାକୁ ପସନ୍ଦ କରୁନାହାନ୍ତି । ବରଂ ରୋଷେଇକୁ ସେମାନେ ଅଶିକ୍ଷିତ ମହିଳାଙ୍କର କିମ୍ବା ଚାକରଙ୍କ କାମ ବୋଲି ଧରି ନେଉଛନ୍ତି । 

ବିବାହ ପରେ ବେଶି ସମସ୍ୟା ଦେଖିବାକୁ ମିଳୁଛି । କାରଣ ଜୀବନ ବଦଳିବା ସହ ଦାୟିତ୍ୱ ବଢିଥାଏ । ଅତିରିକ୍ତ ଦାୟିତ୍ୱ ତୁଲାଇବାଠାରୁ ମୁହଁ ଫେରାଇ ନେଉଛନ୍ତି ଆଜିର ଯୁବପିଢ଼ି । 

ଆଜି ବି ବୋହୂର ପାରମ୍ପରିକ ଛବି ବଦଳୁ ନାହିଁ । ଶାଶୁଘର ଲୋକ ଆଶା ରଖୁଛନ୍ତି- ବୋହୂ ସମସ୍ତଙ୍କର ଆବଶ୍ୟକତାକୁ ପୂରଣ କରିବ । ଯାହା ଆଦୌ ସମ୍ଭବ ହେଉ ନାହିଁ । 

ଚାକିରିଆ ବୋହୂ ଆଣିବା ସତ୍ତେ୍ୱ ଶାଶୂଘର ଲୋକ ଚାହାନ୍ତି ଘରର ସମସ୍ତ କାମ ବୋହୂ ହିଁ କରୁ । ଏପଟେ ଚାକିରିଆ ଝିଅମାନେ ବିବାହ ପରେ ଘର କାମ କରିବାକୁ ଅନିଚ୍ଛୁକ । ଯଦି ପତ୍ନୀକୁ ଘର କାମରେ ସାହାଯ୍ୟ କରିବାକୁ ସ୍ୱାମୀ ପ୍ରସ୍ତୁତ ହେଉଛି, ତେବେ ଶାଶୂଘରର ଅନ୍ୟମାନଙ୍କୁ ତାହା ପସନ୍ଦ ହେଉନି । ତେଣୁ ପରିବାରରେ ଟଣାଓଟରା ଲାଗୁଛି । 

ଏବେ ସବୁଠାରୁ ବଡ଼ ସମସ୍ୟା ହେଉଛି କେତେକ ଝିଅ ବାହାରେ କୌଣସି କାମ କରୁ ନଥିଲେ ମଧ୍ୟ ଘର କାମ କରିବାକୁ ଚାହାନ୍ତିନି । ଯଦି ଘରର କୌଣସି ବଡ଼ ଲୋକ କିଛି କାମ କରିବାକୁ କହିଦିଅନ୍ତି, ତେବେ ସେମାନଙ୍କୁ ଲାଗୁଛି ତାଙ୍କର ଶୋଷଣ ହେଉଛି । ଅବଶ୍ୟ ସବୁ ଝିଅ ଏପରି ଭାବନା ରଖୁନାହାନ୍ତି । ଏପରିକି ବହୁ ପୁଅ ମଧ୍ୟ ଘର କାମ କରିବାରେ ଅଭ୍ୟସ୍ତ ହୋଇପଡିଲେଣି । କିନ୍ତୁ ଏମାନଙ୍କ ସଂଖ୍ୟା ଖୁବ କମ୍‌।

ଦିବ୍ୟା ଜଣେ ଆଧୁନିକା ମହିଳା । ସେ ସହରରେ ସ୍ୱାମୀଙ୍କ ସହ ରୁହନ୍ତି । ସେହି ସହରରେ ତାଙ୍କ ଶାଶୂଶ୍ୱଶୁର ଅନ୍ୟ ଏକ ଘରେ ରୁହନ୍ତି । ଦିବ୍ୟା ନିଜର ଅନୁଭବକୁ ସୋସିଆଲ୍‌ ମିଡିଆରେ ସେୟାର କରନ୍ତି, ‘ମୋ ଶାଶୁଶ୍ୱଶୁର କେବେ କେବେ ଘରକୁ ବୁଲିବାକୁ ଆସନ୍ତି । ସେତେବେଳେ ସ୍ୱାମୀ କହନ୍ତି ତାଙ୍କ ପାଇଁ ଖାଇବା ପ୍ରସ୍ତୁତ କରିବାକୁ । ଘରେ ରୋଷେଇଆ ଅଛି, ତଥାପି ସେ ମୋତେ ଖାଇବା ପ୍ରସ୍ତୁତ କରିବାକୁ କୁହନ୍ତି, ଯାହା ମୋତେ ଆଦୌ ପସନ୍ଦ ନୁହେଁ ।’ ଦିବ୍ୟାଙ୍କର ଏହି ପୋଷ୍ଟ ଉପରେ ପ୍ରାୟ ଲୋକ ତାଙ୍କ ସପକ୍ଷରେ ଯୁକ୍ତି ବାଢନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ଯଦି କେବେ କାହା ଖୁସି ପାଇଁ ଖାଦ୍ୟ ପ୍ରସ୍ତୁତ କରିଦିଆଯାଏ, ତେବେ ସମସ୍ୟା କେଉଁଠି? 

ଆଜିର ଯୁବପିଢିଙ୍କ ଧାରଣା ହେଉଛି, ଘରକାମ ହେଉଛି ଏକ ଛୋଟ କାମ । କିନ୍ତୁ ସେମାନେ ବୁଝିନାହାନ୍ତି ଯେ ଏକା ଏକ କୌଶଳ । ସେହିପରି ଖାଦ୍ୟ ପ୍ରସ୍ତୁତ କରିବା ମଧ୍ୟ ଏକ ସ୍କିଲ୍‌ । 

କେବଳ ଏତିକି ନୁହେଁ, ଘରର ଦାୟିତ୍ୱ ନେବାକୁ ମଧ୍ୟ ଯୁବବର୍ଗ ପଛଘୁଞ୍ଚା ଦେଉଛନ୍ତି । କାରଣ ସେମାନେ ଯେମିତି ଜୀବନ ବଞ୍ଚୁଛନ୍ତି,ସେଥିରେ ଟିକିଏ ଏପଟସେପଟ ହେଲେ ସେମାନେ ବ୍ୟସ୍ତବିବ୍ରତ ହୋଇପଡୁଛନ୍ତି । କାରଣ ସେମାନେ ଦାୟିତ୍ୱକୁ ଚାପ ବୋଲି ଭାବି ନେଉଛନ୍ତି । ତେଣୁ ସେମାନେ ଚାପଗ୍ରସ୍ତ ଜୀବନଠାରୁ ଦୂରେଇ ରହିବା ପାଇଁ ଦାୟିତ୍ୱକୁ ଡରୁଛନ୍ତି । 

ଯୁବପିଢି ସମ୍ପକୀୟଙ୍କ ସହ କଥା ହେବାକୁ ପସନ୍ଦ କରୁଛନ୍ତି । କିନ୍ତୁ ସେମାନେ ଘରକୁ ଆସିଲେ ପସନ୍ଦ କରୁନାହାନ୍ତି । 

ଏବେ ପୁଅ ହୁଅନ୍ତୁ ଅବା ଝିଅ କେହି ବୁଝାମଣା କରିବାକୁ ରାଜି ନୁହନ୍ତି । କାରଣ ସେମାନେ ଭାବୁଛନ୍ତି ବୁଝାମଣା କରିବା ଅର୍ଥ ସ୍ୱାଧୀନତା କ୍ଷୁର୍ଣ୍ଣ ହେବା । ବୁଝାମଣା ନ କରିବା ଦ୍ୱାରା ସମ୍ପର୍କ ଭାଙ୍ଗିବାରେ ଲାଗିଛି । 

ଏବେ ପ୍ରଶ୍ନ ଉଠୁଛି ଯଦି ଆମେ କୌଣସି ଘର କାମ ନ କରିବା, ତେବେ କରିବ କିଏ? ସବୁବେଳେ ଚାକର, ହାଉସ୍‌ ହେଲ୍ପ ବା ଫୁଡ୍‌ ଆପ୍‌ ଉପରେ ନିର୍ଭର କରିବା ସମ୍ଭବ ହେବ କି? 

ଏଭଳି ଦିଗହରା ଜୀବନ ବଞ୍ଚିବା ଅପେକ୍ଷା ଜୀବନ ସହ କିଛିଟା ବୁଝାମଣା କରି ନେବା ବରଂ ଉଚିତ୍‌ ହେବ । କାରଣ ସମ୍ପର୍କର ମହତ୍ତ୍ୱ ଧୀରେ ଧୀରେ ଶେଷ ହେବାକୁ ବସିଲାଣି । ସମ୍ପର୍କ ସମ୍ପୂର୍ଣ୍ଣ ଦୂରେଇଯିବା ଆଗରୁ ଏହାର ମହତ୍ତ୍ୱକୁ ବୁଝିବାକୁ ପ୍ରୟାସ କରିବା ଜରୁରି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.