ଭୁବନେଶ୍ବର; ୪/୧ : ଚାଖଣା, ମଦ୍ୟପାନ ସମୟରେ ଖିଆ ଯାଉଥିବା ଖାଦ୍ୟକୁ କୁହାଯାଏ । ସାଧାରଣତଃ ଏହା ସମସ୍ତେ ଜାଣନ୍ତି । ପାଟିକୁ ସ୍ବାଦ ସାଙ୍ଗକୁ ମଦ୍ୟପାନର ପ୍ରଭାବକୁ କମାଇବା ପାଇଁ ସାଧାରଣତଃ ଚାଖଣାକୁ ଖିଆଯାଇଥାଏ । କିଏ ପିଜୁଳିକୁ ଚାଖଣା କରୁଛି ତ ଆଉ କିଏ ଚିଲ୍ଲି ଚିକେନ୍ । ନିଜ ନିଜର ପସନ୍ଦ ଅନୁସାରେ ରନ୍ଧା ଖାଦ୍ୟ ହେଉ ଅବ ପାଟିକୁ ସୁଆଦିଆ ଖାଦ୍ୟକୁ ଲୋକେ ଚାଖଣା ଭାବେ ବ୍ୟବହାର କରିଥାନ୍ତି । ତେବେ ମଦ ପିଇବାର ପରମ୍ପରା କିଛି ନୂଆ ନୁହେଁ । ଏହା ପୂର୍ବରୁ ପ୍ରଚଳିତ । ପୌରାଣିକ କାହାଣୀରେ ଅସୁରମାନେ ମଧ୍ୟ ସୁରା ପାନ କରୁଥିବା ବର୍ଣ୍ଣନା କରାଯାଇଛି । ମାତ୍ର ଏହି ମଦ ସହ ଚାଖଣା ଖାଇବାର ପରମ୍ପରା କେବେଠାରୁ ଆରମ୍ଭ ହୋଇଛି ?
ବିଭିନ୍ନ ଦେଶରେ ଚାଖଣାକୁ ଅଲଗା ଭାଷାରେ ମଧ୍ୟ କୁହାଯାଇଥାଏ । ସ୍ପେନରେ ଏହାକୁ ଟେପସ, ମଧ୍ୟପ୍ରାଚ୍ୟରେ ମେଜେ ବୋଲି କହୁଥିବାବେଳେ ଆମେ ଭାରତବର୍ଷରେ ଚାଖଣା ବୋଲି କହିଥାଉ । ବଡ଼ ବଡ଼ ବାରରେ ମଦ ସହ ଚାଖଣା ମଧ୍ୟ ପରଷା ଯାଇଥାଏ । ଏହାସହ ଯେଉଁମାନେ ଘରକୁ କିଣି ଆଣନ୍ତି ଏବଂ ପିଅନ୍ତି ସେମାନେ ନିଜ ମନ ପସନ୍ଦର ଚାଖଣା ମଧ୍ୟ ବନାଇଥାନ୍ତି । ବ୍ରିଟିସମାନେ ଭାରତରେ ପ୍ରଥମେ ମଦ୍ୟପାନକୁ ପ୍ରୋତ୍ସାହିତ କରିଥିଲେ । ସେମାନେ ପ୍ରଥମେ ମଦ୍ୟପାନ ସହ କିଛି ରୋଷ୍ଟ ଖାଦ୍ୟ ସାଙ୍ଗକୁ ହାଲକା ଖାଦ୍ୟ ଖାଇବା ଆରମ୍ଭ କରିଥିଲେ । ପ୍ରଥମେ ବରା, ସିଙ୍ଗଡ଼ାକୁ ମଧ୍ୟ ଚାଖଣା ଭାବେ ବ୍ୟବହାର କରିଥିଲେ । ୧୯୫୦ ରୁ ୭୦ ଦଶକ ମଧ୍ୟରେ ମଦ୍ୟପାନ ପ୍ରମୁଖ ସହରମାନଙ୍କରେ ବହୁଳ ମାତ୍ରାରେ ବଢ଼ିଥିଲା । ଯେଉଁମାନଙ୍କର ରୋଜଗାର ଅଧିକ ରହିଥିଲା ସେମାନେ ସଉକରେ ପିଇବା ଆରମ୍ଭ କରିଥିଲେ । ଯେଉଁମାନେ ଅଳ୍ପ ରୋଜଗାର କରୁଥିଲେ ସେମାନେ ଦେଶୀ ମଦ ମଧ୍ୟ ପିଉଥିଲେ । ଦେଶୀ ମଦ ପିଉଥିବା ଲୋକେ ଖଟା, ଶୁଖୁଆକୁ ମଧ୍ୟ ଚାଖଣା ଭାବେ ପାଟିରେ ମାରୁଥିଲେ ।
ଯଦି ଆମେ କହିବା ତାହେଲେ ଫିଲ୍ମରେ କେତେକ ଦୃଶ୍ୟରେ ମଦ୍ୟପାନ କରାଯାଉଥିବାର ଦୃଶ୍ୟ ଦେକାଯାଉଥିଲା । ଆଉ ଏଥିରେ କିଛି ବାଦାମ, ଏବଂ ସ୍ବାଦିଷ୍ଟ ଖାଦ୍ୟ ରହୁଥିବା ଦେକା ଯାଉଥିଲା । ଯାହାକୁ ଦେଖି ଲୋକେ ଏହାକୁ ଅନୁସରଣ ମଧ୍ୟ କରିବା ଆରମ୍ଭ କରିଥିଲେ । ୧୯୭୦-୮୦ ଦଶକ ମଧ୍ୟରେ ଏହା ଅଧିକ ବଢ଼ି ଯାଇଥିଲା । ପରେ ୧୯୯୦ ମସିହା ପରେ ବାର, ପବ ମାନଙ୍କରେ ବହୁ ସ୍ବାଦିଷ୍ଟ ଚାଖଣା ଯେମିତିକି ଚିକେନରେ ବିଭିନ୍ନ ଆଇଟମ୍ ସାଙ୍ଗକୁ ସାଧାରେ ଚିଲି ପନୀର ଭଳି ଅନେକ ଖାଦ୍ୟ ମିଳିଥିଲା । ଧିରେ ଧିରେ ଏକ ପରମ୍ପରାରେ ପରିଣତ ହୋଇଥିବା ମଧ୍ୟ କୁହାଯାଉଛି । ଯେଉଁମାନେ ମଦ ପିଅନ୍ତି ସେମାନେ ଆଗେ ଚାଖଣା ଖୋଜିଥାନ୍ତି ।
କେଉଁ ରାଜ୍ୟରେ ପ୍ରମୁଖ ଚାଖଣା କ’ଣ ?
- ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ :ସାଧାରଣତଃ ସ୍ଥାନୀୟ ରେଷ୍ଟୁରାଣ୍ଟଗୁଡ଼ିକରେ ସଲଟେଡ୍ ବାଦାମ, ଭଜା ଚଣା, ପରିବେଷଣ କରାଯାଏ । ଯେତେବେଳେ ଏହା ସାଧାରଣତଃ ଘର ଏବଂ ବାରଗୁଡ଼ିକରେ ତନ୍ଦୁରୀ ଚିକେନ୍, ପନୀର ଟିକ୍କା, ମଲାଇ ଟିକ୍କା, ବିଭିନ୍ନ ଖାଦ୍ୟ ସବୁ ପରଷା ଯାଇଥାଏ ।
- ପଞ୍ଜାବ ଏବଂ ହରିୟାଣା:ପଞ୍ଜାବରେ ଭଲ ଚାଖଣା ମିଳିଥାଏ । ଏଠାରେ ମସଲା ଯୁକ୍ତ ଆମିଷ ଚାଖଣା ମିଳିଥାଏ । ମସଲାଯୁକ୍ତ ମାଂସାହାରୀ ଖାଦ୍ୟ ମଧ୍ୟରେ ରହିଚି ମାଛ ଅମୃତସରୀ, ମଟନ୍ ଚପ୍, ଚିକେନ୍ ଟିକ୍କା, ତନ୍ଦୁରି ଫୁଲକୋବି, ଏବଂ ମଲାଇ ପନିର ଟିକ୍କା।
- ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ:ଥଣ୍ଡା ଜଳବାୟୁ ହେତୁ ପାହାଡ଼ିଆ ଅଞ୍ଚଳରେ ମସଲାଯୁକ୍ତ, ତେଲଯୁକ୍ତ ଖାଦ୍ୟ ଲୋକପ୍ରିୟ। ଶୁଖିଲା ମାଂସ ଖାଦ୍ୟ, ଭଜା ଆଳୁ, ସ୍ଥାନୀୟ ଲଙ୍କା ଏବଂ ସେମ୍-ବିନ୍ ତରକାରୀ ଛୋଟ ଛୋଟ ପରିବେଷଣ କରାଯାଏ।ପଶ୍ଚିମବଙ୍ଗ:ବଙ୍ଗର ମଦ୍ୟପାନ ସଂସ୍କୃତିରେ ମାଛ ଏବଂ ଝୋଳ-ଝାଲ ଅଧିକାଂଶ ସ୍ଥାନରେ ମିଳିଥାଏ । ମୁଢି ଘାଣ୍ଟ , ଫିସ୍ ଫିଙ୍ଗର୍ସ, ଚିଙ୍ଗୁଡି ଫ୍ରାଏ, ଏବଂ ଭେଲପୁରୀ-ଶୈଳୀର ଝାଲମୁଢ଼ି (ମାଛର ଏକ ଖାଦ୍ୟ)। ଝାଲମୁଢ଼ି, ଚପ୍ ଏବଂ କଟଲେଟ୍ ମଦ୍ୟପାନ ସମୟରେ ବଙ୍ଗାଳୀମାନେ ଚାଖଣା ଭାବେ ବ୍ୟବହାର କରିଥାନ୍ତି ।
- ଓଡ଼ିଶା ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ:ଓଡ଼ିଶାରେ ଭଜା ମାଛ, ଚିକେନ କଷା । ମଟର ଏବଂ କିଛି ଚଟପଟା ଚାଖଣା ଯେମିତିକି ବାମାମ ପକୋଡ଼ା, ମିକ୍ଚର ଭଳି ନିଜ ପସନ୍ଦ ଅନୁସାରେ ଲୋକେ ଚାଖଣା ଖାଇଥାନ୍ତି ।
ତେବେ ଶେଷରେ କେବଳ ଏତିକି କହିବାକୁ ଚାହୁଁଛୁ କି, ମଦ୍ୟପାନକୁ ପ୍ରୋତ୍ସାହିତ କରିବା ଆମର ଉଦେଶ୍ୟ ନୁହେଁ । କେବଳ ଖବର ପାଇଁ ଏହାକୁ ପରିବେଷଣ କରିଛୁ । ତେବେ ଆପଣଙ୍କୁ କଣ ଭଲଲାଗେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।