ଭୁବନେଶ୍ବର, ୧୨/୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଘୋଡ଼ା ବେପାର ଭୟ । ହୁଇପ୍ ପରେ ରାଜ୍ୟ ବାହାରକୁ ଗଲେ କଂଗ୍ରେସ ବିଧାୟକ । ୮ରୁ ୯ ଜଣ କଂଗ୍ରେସ ବିଧାୟକ ବାହାରକୁ ଯାଇଥିବା ଜଣା ପଡ଼ିଛି । ପିସିସି ସଭାପତି ଭକ୍ତ ଦାସ ବିଧାୟକଙ୍କ ସହ ଦିଲ୍ଲୀ ଯାଇଛନ୍ତି । ସେଠାରୁ ବେଙ୍ଗାଲୁରୁ ଯିବେ ବୋଲି ସୂଚନା ମିଳିଛି । ବେଙ୍ଗାଲୁରୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ଭିତରେ ଅଛନ୍ତି ପବିତ୍ର ସାଉଁନ୍ତା, ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ଆପୋଲ ସ୍ବାମୀ, ମଙ୍ଗୁ ଖିଲ । ଆସନ୍ତା ୧୫ ତାରିଖରେ କଂଗ୍ରେସ ବିଧାୟକ ଓଡ଼ିଶା ଫେରିବେ ।

ସେପଟେ ପୂର୍ବରୁ ବିଜେଡି ପକ୍ଷରୁ ମଧ୍ୟ ହୁଇପ୍ ଜାରି କରାଯାଇଥିଲା । ବିଧାୟକଙ୍କ ପାଇଁ ହୁଇପ ଜାରି କରାଯାଇଛି । ବିଧାୟକମାନେ ଭୁବନେଶ୍ବର ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ନଛାଡ଼ିବାକୁ ନିର୍ଦେ୍ଦଶ ଦିଆଯାଇଛି ।

ଏହାସହ ପଢ଼ନ୍ତୁ : କାବ୍ୟା କେତେ ସମ୍ପତ୍ତିର ମାଲିକାଣୀ ? କାହିଁକି ସୋସିଆଲ ମିଡିଆରେ କରାଯାଉଛି ବିରୋଧ...