ଆପଣଙ୍କ ସହ ଏମିତି ହୁଏ କି? କୌଣସି ଖାଦ୍ୟକୁ ଖାଇବା ପରେ ପେଟ ପୁରି ଯାଉଛି, କିନ୍ତୁ ମନ ପୁରୁ ନାହିଁ । ଯଦି ହଁ, ତେବେ ଚାଲନ୍ତୁ ଜାଣିବା ଏହା ପଛରେ ଥିବା କାରଣ । ବାରମ୍ବାର ଖାଇବାକୁ ଇଚ୍ଛା ହେଉଛି । ପେଟ ପୁରିବା ପରେ ମଧ୍ୟ ଖାଇବାକୁ ଇଚ୍ଛା ହେଉଛି କି? ଏହା କୌଣସି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ପ୍ରାୟ ଲୋକଙ୍କ କ୍ଷେତ୍ରରେ ଏପରି କେବେ ନା କେବେ ନିଶ୍ଚୟ ହୋଇଥାଏ । 

ଭୋକ ଓ ଲୋଭ ଭିତରେ ପାର୍ଥକ୍ୟ 

ପ୍ରଥମେ ଭୋକ ଓ ଲୋଭ ଭିତରେ ଥିବା ଫରକ୍‌କୁ ବୁଝିବା ଆବଶ୍ୟକ । ଭୋକ ଶାରୀରିକ ସଙ୍କେତ, ଯାହା ଆମକୁ ଜଣାଇଥାଏ ଯେ ଶରୀରକୁ ଶକ୍ତିର ଆବଶ୍ୟକତା ରହିଛି । କିନ୍ତୁ ଲୋଭ ମନର ଇଚ୍ଛା, ଯାହା ନିର୍ଦ୍ଧିଷ୍ଟ ପ୍ରକାରର ଖାଦ୍ୟ ପାଇଁ ସୃଷ୍ଟି ହୋଇଥାଏ । 

ପେଟ ଭରିଯାଏ, ମନ ନୁହେଁ 

ଏହାର ଅନେକ କାରଣ ରହିଥାଏ । ଯେପରିକି 

ଇମୋସନାଲ୍‌ ଇଟିଙ୍ଗ୍‌: କେବେ କେବେ ଆମେ ନିଜ ଭାବନାକୁ ଶାନ୍ତ କରିବା ପାଇଁ ଖାଦ୍ୟ ଖାଇଥାଉ । 

ଅଧିକ ପ୍ରୋସେଡ୍‌ ଖାଦ୍ୟା ଖାଇବା: ଏସବୁ ଖାଦ୍ୟରେ ଚିନି, ଲୁଣ ଓ ଫ୍ୟାଟ୍‌ ଅଧିକ ରହିଥାଏ, ଯାହା ଆମକୁ ଅଧିକ ଖାଇବାକୁ ପ୍ରେରିତ କରିଥାଏ । 

ନିଦର ଅଭାବ: ନିଦ ପୂରଣ ନ ହେବାରୁ ଭୋକ ବଢିଥାଏ । ଫଳରେ ଆମକୁ ଖାଦ୍ୟ ପ୍ରତି ଲୋଭ ବଢିଥାଏ । 

କେତେକ ଔଷଧ କାରଣରୁ: କିଛି ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁ ଭୋକ ବଢିଥାଏ । 

ହଜମ ସମସ୍ୟା: ଏହା ମଧ୍ୟ ଭୋକ ବଢାଇବାରେ ସହଯୋଗ କରିପାରେ । ନକାରାତ୍ମକ ପ୍ରଭାବ ଯଦି ବ୍ୟକ୍ତି ଲଗାତାର ଖାଦ୍ୟର ଲୋଭକୁ ପୂରଣ କରୁଥାନ୍ତି । ତେବେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । 

ଯେପରିକି ମୋଟାପଣ: ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମୋଟପଣ ବଢିଥାଏ । 

ମଧୁମେହ: ଅଧିକ ଶର୍କରାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢିଥାଏ । 

ହୃଦୟ ସମସ୍ୟା: ଉଚ୍ଚ ରକ୍ତଚାପ ଓ ଅଧିକ କୋଲେଷ୍ଟେରଲ୍‌ ହୃଦୟ ରୋଗର ଆଶଙ୍କାକୁ ବଢାଇଚାଲେ । 

କେମିତି ଦୂରେଇ ପାରିବେ? 

କଣ ଖାଇବେ- ସତେଜ ଫଳ, ପନିପରିବା ଓ ଶସ୍ୟଜାତୀୟ ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରନ୍ତୁ । ଖାଇବା ସମୟ-ଭୋକ ଲାଗିବା ସମୟରେ ହିଁ ଖାଆନ୍ତୁ । କେତେ ମାତ୍ରାରେ ଖାଉଛନ୍ତି- ଆବଶ୍ୟକ ମାତ୍ରାର ଖାଦ୍ୟ ହିଁ ଖାଆନ୍ତୁ । ଅଧିକ ଖାଦ୍ୟ ନିଅନ୍ତୁ ନାହିଁ । ଇମୋନାଲ୍‌ ଇଟିଙ୍ଗ୍‌ ନୁହେଁ: ଯଦି ନିଜ ଭାବନାକୁ ଶାନ୍ତ କରିବାକୁ ଯାଇ ଖାଦ୍ୟ ଖାଉଥାନ୍ତି, ତେବେ ଏହକୁ ବନ୍ଦ କରିବା ସହ ସେହି ସମୟକୁ ଅନ୍ୟ କୌଣସି କାମରେ ବିନିଯୋଗ କରନ୍ତୁ।