ଭୁବନେଶ୍ୱର ୨୮/୦୫:ସମସ୍ତେ ଜାଣନ୍ତି ଯେ ଯେକୌଣସି ଯନ୍ତ୍ରଣା ହେଲେ ବ୍ୟକ୍ତି ପାଟିରୁ ପ୍ରଥମେ ମା’ ଶବ୍ଦ ହିଁ ବାହାରିପଡେ । ଜାଣନ୍ତି କି ଏହା ପଛରେ ଥିବା ମନୋବୈଜ୍ଞାନିକ କାରଣ । ପିଲାଦିନେ ସୁରକ୍ଷା, ଅବଚେତନ ମନର ଅବସ୍ଥା ଓ ଉଚ୍ଚାରଣର ସୁଗମତା ଦୃଷ୍ଟିରୁ ପ୍ରଥମେ ମା’ ଶବ୍ଦ ହିଁ ବାହାରିଥାଏ ।

ମା’ କେବଳ ଏକ ଶବ୍ଦ ନୁହେଁ, ବରଂ ଏକ ଅନୁଭବ । ସାରା ଦୁନିଆର ଶାନ୍ତି ମା’ ଶବ୍ଦରେ ରହିଛି । ତେଣୁ ମା’ ସମସ୍ତଙ୍କର ପ୍ରିୟ । ଦୁନିଆରେ ପାଦ ଦେବା ପରେ ସବୁଠାରୁ ପ୍ରଥମ ଶବ୍ଦ ହିଁ ମା’ ହୋଇଥାଏ । ସେହିପରି ପିଲାର ପ୍ରଥମ ସ୍ପର୍ଶ ଓ ସମ୍ପର୍କ ମଧ୍ୟ ମା’ ସହ ଯୋଡ଼ି ହୋଇଥାଏ । ଜୀବନରେ କୌଣସି ସମସ୍ୟା ହେଉ ଅବା କୌଣସି ଡର କିମ୍ବା କୌଣସି ଆଘାତ ଲାଗିଲେ ପାଟିରୁ ଆପେ ଆପେ ବାହାରି ଆସେ ମା’ । କିନ୍ତୁ କେବେ ଗଭୀରତାର ସହ ଭାବିଛନ୍ତି ଏପରି ହେବାର କାରଣ କ'ଣ? ଆମେ ଯେତେ ବଡ଼ ହେଲେ ମଧ୍ୟ ସାମାନ୍ୟ ଆଘାତ ଲାଗିଲେ ମା’ ଶବ୍ଦ କାହିଁକି ବାହାରି ଆସେ । ଏହି ସଂଯୋଗର ପଛରେ କ'ଣ ରହିଛି ଅସଲ କାରଣ । କ'ଣ ରହିଛି ମନୋବିଜ୍ଞାନ ଚାଲନ୍ତୁ ଜାଣିବା ମନସ୍ତତ୍ତ୍ୱବିତ୍ ମୋନିକା ଶର୍ମାଠାରୁ...

​​​​​​​

ସୁରକ୍ଷାର ପ୍ରଥମ ଅନୁଭବ : ଦୁନିଆକୁ ଆସିବା ପରେ ପିଲା କେବଳ ମା’ ପାଖରେ ହିଁ ସୁରକ୍ଷା, ଆରାମ ଓ ଶାନ୍ତି ପାଇଥାଏ । ପିଲାବେଳେ ଭୋକ ଲାଗିଲେ, ଡର ବା ଆଘାତ ଲାଗିଲେ, ପ୍ରଥମେ ମା’ କଥା ହିଁ ମନେପଡେ । ଏହା କ୍ରମଶଃ ମନ ଭିତରେ ସବୁଦିନ ପାଇଁ ରହିଯାଏ । ମନ ବୁଝିଯାଏ ଯେ ମା’ର ଅର୍ଥ ଯନ୍ତ୍ରଣାରୁ ମୁକ୍ତି ଓ ପୂର୍ଣ୍ଣ ସୁରକ୍ଷା ।

ଅବଚେତନ ମନରେ ରହିଯାଏ : ପିଲାଦୁନି ବଡ଼ ହେବା ଯାଏ ଆମ ମସ୍ତିଷ୍କରେ ମା'ର ସ୍ନେହ ଓ ସୁରକ୍ଷା ସବୁଦିନ ପାଇଁ ପ୍ରୋଗ୍ରାମିଂ ହୋଇ ରହିଯାଏ । ଫଳରେ ଯେଉଁ ବୟସରେ ସମସ୍ୟା ଆସିଲେ ଅବଚେତନ ମନରେ ପ୍ରଥମେ ମା' ହିଁ ମନେ ପଡେ ।

ଆହୁରି ପଢ଼ନ୍ତୁ...Human 3rd eye : ମଣିଷର ଅଛି ତୃତୀୟ ଆଖି, ବୈଜ୍ଞାନିକଙ୍କୁ ମିଳିଲା ପ୍ରମାଣ: ୫୦ କୋଟି ବର୍ଷ ପୂର୍ବର ଖୋଲିଲା ରହସ୍ୟ

ମନୋବୈଜ୍ଞାନିକ କାରଣ ବ୍ୟତୀତ ଅନେକ ବ୍ୟବହାରିକ କାରଣ ମଧ୍ୟ ରହିଥାଏ । ମା'ଶବ୍ଦରେ "ମ' ବା "ଆ' ଧ୍ୱନି ବ୍ୟବହାର ହୋଇଥାଏ । ମଣିଷକୁ ଯନ୍ତ୍ରଣା ହେଲେ ଫୁସ୍ଫୁସ୍ରେ ସ୍ୱାଭାବିକ ଭାବେ "ଆ' ବା "ଆହ' ଶବ୍ଦ ବାହାରିଥାଏ । କହିବା ସମୟରେ ଏହା ମା' ଶବ୍ଦରେ ବଦଳିଯାଏ । ଯନ୍ତ୍ରଣା ସମୟରେ ଏହି ଶବ୍ଦ ଉଚ୍ଚାରଣ କରିବା ସମୟରେ ପାଟି କିମ୍ବା ମସ୍ତିଷ୍କକୁ କୌଣସି ଜୋର୍ ଦେବାକୁ ପଡି ନଥାଏ । ତେଣୁ ଏହା ସହଜରେ ପାଟିରୁ ବାହାରି ଆସେ ।