ଭୁବନେଶ୍ଵର, ୧୫/୦୭ : ନିକଟରେ ବିବାହ ନକରିବାକୁ ଜଣେ ଯୁବତୀ ଲଣ୍ଡା ହୋଇଗଲେ। ସୋସିଆଲ ମିଡିଆରେ ଏନେଇ ଭିଡିଓ ବି ପୋଷ୍ଟ କଲେ। ବାପା-ମାଙ୍କ କଥାରେ ଅସହମତ ଥିବାରୁ ଏମିତି କରିଥିବା ଲେଖିଥିଲେ। ଏହି ଯୁବତୀଙ୍କ ନାମ କୀର୍ଥନା ମେନନ। ତାଙ୍କ ଭିଡିଓ ଦେଖି ୟୁଜରମାନେ ପ୍ରତିକ୍ରିୟା ଦେବାକୁ ଆରମ୍ଭ କଲେ। ସୋସିଆଲ ମିଡିଆରେ ତର୍କ ବିତର୍କ ଆରମ୍ଭ ହୋଇଗଲା। କେହି କୀର୍ଥନାଙ୍କ ସପକ୍ଷରେ କହିଲେ ତ ଆଉ କେହି ତାଙ୍କ ଭାରତୀୟ ପରମ୍ପରା ବିରୋଧୀ କହି ଆକ୍ଷେପ କଲେ। ତେବେ ଆପଣ ଜାଣିଛନ୍ତି କି ? ଭାରତୀୟ ସଂସ୍କୃତିରେ କାହିଁକି ଝିଅମାନେ ଲଣ୍ଡା ହୁଅନ୍ତିନି ?
ଶାସ୍ତ୍ର ଅନୁସାରେ, ଝିଅମାନଙ୍କୁ ବିଷମ ବର୍ଷ ଯେପରିକି ବର୍ଷେ, ୩ ବର୍ଷ କିମ୍ଵା ୫ ବର୍ଷ ଆୟୁରେ କରିବା ଉଚିତ୍। ଯାଚଙ୍ଗା ଥିଲେ ଝିଅମାନଙ୍କ ଚୁଟି ପଡେ। ସେହିପରି ଆଉ କିଛି ଘରେ ଝିଅମାନଙ୍କ ମୁଣ୍ଡନ କରାଯାଏ ନାହିଁ। କାରଣ ଲମ୍ବା କେଶ ଝିଅମାନଙ୍କ ସୌନ୍ଦର୍ଯ୍ୟର ପରିଚୟ ହୋଇଥାଏ। ଝିଅମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ। ତେବେ ବିଧବା ହେଲେ ମହିଳାମାନେ ଲଣ୍ଡା ହୋଇଯାଆନ୍ତି। ସ୍ଵାମୀ ପରେ ସେମାନଙ୍କ ସୌନ୍ଦର୍ଯ୍ୟ ପ୍ରତି ଯେମିତି କେହି ଆକର୍ଷିତ ନହୁଅନ୍ତୁ ସେଥିପାଇଁ ସମାଜରେ ଏହି ପ୍ରଥା ରହିଛି।
ତେବେ ଲଣ୍ଡା ହେବା ଜଣେ ପୁଅ କିମ୍ବା ଝିଅର ଇଚ୍ଛା ଉପରେ ନିର୍ଭର କରେ। ସାମାଜିକ ନିୟମ ମାନିବା କିମ୍ବା ନମାନିବା ତାଙ୍କ ଇଚ୍ଛା। ଏଥିରେ କୌଣସି ବାଧ୍ୟବାଧ୍ୟକତା ନାହିଁ। ଧାର୍ମିକ ବିଶ୍ଵାସ ପାଇଁ ମଧ୍ୟ କିଛି ମହିଳା ଭକ୍ତ ପ୍ରତିବର୍ଷ ତିରୁପତିରେ ମୁଣ୍ଡନ ହୁଅନ୍ତି। ସେହିପରି ସମାଜର କୁବିଶ୍ଵାସକୁ ଦୂର କରିବାକୁ ମଧ୍ୟ ଆଉ କିଛି ମହିଳା ଲଣ୍ଡା ହୁଅନ୍ତି। କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାଧି ଥିଲେ ମଧ୍ୟ କେଶ ଝଡ଼ିବା ଯୋଗୁଁ ମହିଳାମାନେ ଲଣ୍ଡା ହୁଅନ୍ତି। ଫ୍ୟାସନ ପାଇଁ ମଧ୍ୟ କିଛି ସେଲିବ୍ରେଟି ଏବଂ ମଡେଲ ମୁଣ୍ଡନ ହେବାର ନଜିର ରହିଛି।
ଆହୁରି ପଢନ୍ତୁ- Girl-Shaves-Head: ବାହାଘର ଠିକ୍ କଲେ ମା’; ଲଣ୍ଡା ହୋଇଗଲା ଝିଅ, ସୋସିଆଲ ମିଡିଆରେ ଭିଡିଏ ଭାଇରାଲ
ଅଦ୍ଭୁତ ଚୋର ! ଟ୍ରେନର ଏସି କୋଚରେ ଯାତ୍ରା କରିସାରିବା ପରେ ଚାଦର ଏବଂ ତକିଆ ନେଇ ଗାଏବ ହୋଇଯାଉଛନ୍ତି