ନୂଆଦିଲ୍ଲୀ,୧୨/୪ : ୟୁରୋପର ଏକ ଛୋଟ ଦେଶ । ଏବେ ନିଜର ଭିନ୍ନ ସାମାଜିକ ସ୍ଥିତି କାରଣରୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ଉପତ୍ୟକା ପାଇଁ ପ୍ରସିଦ୍ଧ ଲାତବିୟା ଏକ ଅକଳ୍ପନୀୟ ଚ୍ୟାଲେଞ୍ଜ ସହିତ ସଂଘର୍ଷ କରୁଛି । ଜଣେ ଉପଯୁକ୍ତ ଜୀବନସାଥୀ ଖୋଜିବା ଏଠାକାର ମହିଳାମାନଙ୍କ ପାଇଁ ଏକ ମିଶନ ପାଲଟିଛି । ଲିଙ୍ଗଗତ ପାର୍ଥକ୍ୟ ଏବଂ ହ୍ରାସ ପାଉଥିବା ପୁରୁଷ ଜନ ସଂଖ୍ୟା ବୈବାହିକ ବଜାର ଏବଂ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଛି । ଫଳରେ ଅନେକ ଆକର୍ଷଣୀୟ ଏବଂ ଆଶ୍ଚର୍ଯ୍ୟଜନକ ସେବାର ଆବିର୍ଭାବ ହୋଇଛି।

ୟୁରୋପର ସବୁଠାରୁ ସୁନ୍ଦର ଦେଶ ମଧ୍ୟରୁ ଲାତବିୟା ଗୋଟିଏ । ପ୍ରାୟ ଜନସଂଖ୍ୟା ୧୮ଲକ୍ଷ ହେବ । କିନ୍ତୁ ଏଠାରେ ଜନସଂଖ୍ୟା ଗଣିତ ଟିକେ ଜଟିଳ । ବର୍ଷ ୨୦୨୬ର ତଥ୍ୟ ଅନୁସାରେ, ପ୍ରତି ୧୦୦ପୁରୁଷଙ୍କ ପାଇଁ ୧୧୬ଜଣ ମହିଳା ଅଛନ୍ତି । ଏହି ଦୃଷ୍ଟିରୁ ଦେଖିଲେ ପ୍ରାୟ ମୋଟ୍ ଜନସଂଖ୍ୟାରେ ମହିଳାଙ୍କ ଭାଗିଦାରୀ ୫୩.୫ ପ୍ରତିଶତ ଅଟେ । ଯାହାକି ପୁରୁଷ କେବଳ ୪୬.୫ପ୍ରତିଶତ ହିଁ ରହିଯାଇଛି ।

ଏହି ଅନ୍ତର ସଂଖ୍ୟାରେ ପ୍ରାୟ ୧.୩ଲକ୍ଷର ଅଟେ । ଯାହା ଏକ ଛୋଟ ଦେଶ ଲାଗି ସାମାଜିକ ଦୃଷ୍ଟିକୋଣରୁ ବହୁତ ବଡ଼ ସଂଖ୍ୟା ବୋଲି କୁହାଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା କି ଲାତବିୟାରେ ୨୦ରୁ ୩୦ବର୍ଷ ବୟସର ଯୁବକ-ଯୁବତୀଙ୍କ ସଂଖ୍ୟା ପ୍ରାୟ ସମାନ ଅଟେ । ମୁଖ୍ୟ ସମସ୍ୟା ୩୦ବର୍ଷ ବୟସ ପାର୍ କରିବା ପରେ ଆରମ୍ଭ ହୋଇଥାଏ । ଯେପରି ବୟସ ବଢି ଚାଲିଥାଏ ପୁରୁଷଙ୍କ ସଂଖ୍ୟା କମ୍ ହୋଇଯାଇଥାଏ ଏବଂ ଲିଙ୍ଗଗତ ଅନୁପାତର ଏହି ଅନ୍ତର ଅଧିକ ହୋଇଯାଇଥାଏ । ୬୫ବର୍ଷରୁ ଉପର ବୟସ ପର୍ଯ୍ୟନ୍ତ ପହଞ୍ଚିବା ବେଳକୁ ସଂଖ୍ୟା ପୁରୁଷଙ୍କ ଅନୁପାତରେ ପ୍ରାୟ ଦୁଇ ଗୁଣା ହୋଇଯାଇଥାଏ । ଏହି କାରଣରୁ ୩୦ବର୍ଷରୁ ଅଧିକ ବୟସର ଯୁବତୀଙ୍କ ଲାଗି ଏକ ଯୋଗ୍ୟ ବର ଖୋଜିବା ବହୁ ଚ୍ୟାଲେଞ୍ଜ ହୋଇଥାଏ ।

ଏହି ଅସନ୍ତୁଳନ ପଛରେ କେତେକ ଗମ୍ଭୀର କରଣ ରହିଛି । ପ୍ରଥମ ପ୍ରମୁଖ କାରଣ ହେଉଛି ମହିଳାଙ୍କ ତୁଳନାରେ ପୁରୁଷଙ୍କ ହାରାହାରି ଜୀବନକାଳ କମ୍ । ଲାତବିୟାର ମହିଳାମାନେ ହାରାହାରି ୮୦-୮୧ବର୍ଷ ବଞ୍ଚୁଥିବାବେଳେ, ପୁରୁଷଙ୍କ ଜୀବନକାଳ ଯଥେଷ୍ଟ କମ୍ । ଏହା ବ୍ୟତୀତ, ଉନ୍ନତ କ୍ୟାରିଅର ଏବଂ ଅଧିକ ଆୟ ପାଇଁ ବହୁ ସଂଖ୍ୟକ ଯୁବକ ବିଦେଶକୁ ଯାଉଛନ୍ତି। ଏହା ବ୍ୟତୀତ, ଦେଶର ଉଚ୍ଚ ଛାଡପତ୍ର ହାର ବିବାହଯୋଗ୍ୟ ପୁରୁଷଙ୍କ ଉପଲବ୍ଧତାକୁ ଯଥେଷ୍ଟ ହ୍ରାସ କରିଛି । ଯାହା ସାମାଜିକ ଗଠନକୁ ପ୍ରଭାବିତ କରିଛି।

ପୁରୁଷଙ୍କ ଅଭାବ ଏବଂ ଅଭିବାହିତ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ "ହସବ୍ୟାଣ୍ଡ ଫର୍ ଏନ ଆୱାର" ନାମକ ଏକ ଅନନ୍ୟ ସେବା ଆରମ୍ଭ ହୋଇଛି । ଏହି ନାମଟି ଶୁଣିବାକୁ ଅଜବ ଲାଗି ପାରେ, କିନ୍ତୁ ଏହାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବରେ ବୃତ୍ତିଗତ। ଅବିବାହିତ ମହିଳାମାନେ ସେମାନଙ୍କ ଘରେ ପାଣି ନଳକୂପ, ଫର୍ଣ୍ଣିଚର ମରାମତି, ରଙ୍ଗ କରିବା କିମ୍ବା ବୈଦ୍ୟୁତିକ କାମ ଭଳି ଭାରୀ ଏବଂ ବୈଦ୍ୟୁତିକ କାର୍ଯ୍ୟ ପରିଚାଳନା କରିବା ପାଇଁ ପ୍ରତି ଘଣ୍ଟାରେ ପୁରୁଷମାନଙ୍କୁ ନିଯୁକ୍ତି ଦିଅନ୍ତି ।

ଏହି ସେବା କୌଣସି ରୋମାନ୍ସ କିମ୍ବା ବିବାହ ପାଇଁ ଆରମ୍ଭ କରାଯାଇ ନ ଥିଲା । ବରଂ କେବଳ ଘରର ରକ୍ଷଣାବେକ୍ଷଣରେ ସାହାଯ୍ୟ କରିବା ପାଇଁ ଆରମ୍ଭ କରାଯାଇଥିଲା । ପ୍ରାୟତଃ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହୁଏ ଯେଉଁଥିରେ ଦାବି କରାଯାଏ ଯେ ଲାତବିୟାର ସରକାର ଜଣେ ପୁରୁଷଙ୍କୁ ଲାତବିୟାର ମହିଳାଙ୍କୁ ବିବାହ କଲେ ୧୦ଲକ୍ଷ ପୁରସ୍କାର ଦେବେ । ବାସ୍ତବ କଥା ହେଉଛି, ଏହି ସୂଚନା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା।

ଲାତବିୟାର ସରକାର ବିବାହ ପରିବର୍ତେ କୌଣସି ଟଙ୍କା ପ୍ରଦାନ କରନ୍ତି ନାହିଁ। ଏପରି ରିପୋର୍ଟ କେବଳ ମିଥ୍ୟା । ସରକାରଙ୍କ ପ୍ରାଥମିକ ଧ୍ୟାନ ବିବାହ ପାଇଁ ଟଙ୍କା ବଣ୍ଟନ କରିବା ଉପରେ ନୁହେଁ, ବରଂ ହ୍ରାସ ପାଉଥିବା ଜନସଂଖ୍ୟାକୁ ସ୍ଥିର କରିବା ଉପରେ । ତେଣୁ ଏପରି ମିଛ ଦାବିକୁ ଏଡାଇବା ଉଚିତ।