ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜଲେବି ଖାଇଲେ ରାହୁଲ, ସ୍ୱାଦ ନେଇଗଲା ବିଜେପି; ହରିୟାଣା ନିର୍ବାଚନ ଫଳାଫଳ ପରେ ଜଲେବିକୁ ନେଇ ଚର୍ଚ୍ଚା

Published By : Anindita Ratha | October 9, 2024 11:21 AM

ନୂଆଦିଲ୍ଲୀ,୦୯/୧୦: ହରିୟାଣା ନିର୍ବାଚନ ଫଳାଫଳ ପରେ ସବୁଠି ଉତ୍ସାହର ମାହୋଲ। ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବା ପରେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।  କୁହାଯାଉଛି ଯେ, ଜଲେବି ଖାଇଲେ ରାହୁଲ , ସ୍ୱାଦ ନେଇଗଲା ବିଜେପି। ତେବେ ବିଜେପିର ଜବରଦସ୍ତ ବିଜୟ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାଶ ଟ୍ୟାଗ୍ ଜଲେବି। ତେବେ ଗତକାଲି ଭୋଟ ଗଣତି ଆରମ୍ଭରୁ ଜଲେବି ଟ୍ରେଣ୍ଡ କରୁ ନଥିଲା। କିନ୍ତୁ ବିଜେପି ଆଗୁଆ ହେବା ମାତ୍ରେ ଭାଇରାଲ୍ ହେବାରେ ଲାଗିଥିଲା ଜଲେବି। ନେତାଙ୍କ ହାତରେ ଜଲେବି, ପଲିଟିକାଲ୍ ବଜ୍ ୱାର୍ଡ ପାଲଟିଛି ଜଲେବି। କିନ୍ତୁ କାହିଁକି? ମେଳା ଲାଗି ନାହିଁ କି ମହୋତ୍ସବ ନାହିଁ। ତଥାପି ଏ ଅଦିନିଆ ଜଲେବି ଟ୍ରେଣ୍ଡ୍ ପଛରେ କାରଣ କ’ଣ?

ଏହା ପଛରେ ରହିଛି ବିଜେପିର ହରିୟାଣା ହ୍ୟାଟ୍ରିକ୍। କଂଗ୍ରେସକୁ ଜାଟ୍‌ ଭୂମିରେ ଝଟକା ଲାଗିବା ପରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କୁ ବିଜେପି ସମର୍ଥକ ସମାଲୋଚନା କରିବାରେ ଲାଗିଛନ୍ତି। ସେମାନେ କହୁଛନ୍ତି ଯେ ଜଲେବି ତେରା, ହରିୟାଣା ମେରା। ଆଉ କେହି କେହି ଫଟୋର କ୍ୟାପସନ୍ ରଖୁଛନ୍ତି, ଜଲେବି ରେଡି ହେ। ଏକଜିଟ୍ ପୋଲ୍ ଆକଳନରେ ଉତ୍ସାହିତ ଥିବା କଂଗ୍ରେସ ଶିବିରରେ ଜଲେବି ବଣ୍ଟା ଚାଲିଥିଲା। ଗତକାଲି ଗଣତି ଆରମ୍ଭ ହେଉ ହେଉ ବି ଜଲେବି ସେଲିବ୍ରେସନ ହୋଇଥିଲା। ହେଲେ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଶିବିରରେ ଜମିଥିଲା ଜଲେବିର ଆସର। ବିଜୟ ଉତ୍ସବ ପାଇଁ ନିଜେ ଜଲେବି ଛାଣିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା । 

ତେବେ ହରିୟାଣା ଗୋହାନାରେ ଖୁବ୍ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜଲେବି। ପ୍ରାୟ ୬ ଦଶନ୍ଧି ଧରି ସେଠି ଶୁଦ୍ଧ ଘିଅରେ ଛଣା ହେଉଥିବା ଜଲେବିର ଓଜନ ଗୋଟାକୁ ପ୍ରାୟ ଅଢ଼େଇ ଶହ ଗ୍ରାମ୍। ହରିୟାଣା ନିର୍ବାଚନ ପ୍ରଚାର ବେଳେ ଏହି ଫେମସ୍ ଜଲେବି ଖାଇବା ସହ ଏହା କଥା ଭାଷଣରେ ଉଠାଇଥିଲେ ରାହୁଲ ଗାନ୍ଧି। କହିଥିଲେ, ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ  । ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ।ହେଲେ ଏହାକୁ କଟାକ୍ଷ କରିଥିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ। ସେ କହିଥିଲେ, ରାହୁଲ ଜାଣିନାହାନ୍ତି ଜଲେବି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.