ନୂଆଦିଲ୍ଲୀ,୧୮/୧୧: ଫଟାଫଟ ଆଇପିଏଲ କ୍ରିକେଟ । ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ । ଇଣ୍ଡିଆନ୍ ପ୍ରିମୟର ଲିଗ ଦୁନିଆର ସବୁଠୁ ଧନୀ କ୍ରିକେଟ ଲିଗ୍ । ଏଠି ପ୍ଲେୟାରଙ୍କ ଉପରେ ଟଙ୍କା ବର୍ଷା ହୁଏ । ପ୍ଲେୟାର କିଣା ହୁଅନ୍ତି । ଉଭୟ ଦେଶ ଓ ବିଦେଶୀ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ କିଣିଥାନ୍ତି । ଏଯାବତ ଆଇପିଏଲର ୧୭ଟି ସିଜନ୍ ଖେଳ ହୋଇ ସାରିଲାଣି । ଦୁଇ ମାସ ଧରି ଚାଲୁଥିବା ଏହି ଲିଗକୁ ଗୋଟିଏ ପ୍ରଶ୍ନ ଉଠୁଛି । ସବୁ ଦେଶର ଖେଳାଳି ଏଥିରେ ସାମିଲ ହେଉଛନ୍ତି ମାତ୍ର ପାକିସ୍ତାନୀ ପ୍ଲେୟାର ଆଇପିଏଲ ଲିଗ୍ ଖେଳନ୍ତି ନାହିଁ । ତେବେ ଏହା ପଛରେ ଏକ ବଡ କାରଣ ରହିଛି । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଆଇପିଏଲରୁ କାହିଁକି ବ୍ୟାନ ପାକିସ୍ତାନୀ ପ୍ଲେୟାର - ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା । ଏହି ସିଜନରେ ରାଜସ୍ଥାନ ରୟାଲ୍ସ ଟାଇଟଲ ହାତେଇଥିଲା । ପ୍ରଥମ ସିଜନରେ କିଛି ମାସ ପରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ମୟାନଗରୀ ସ୍ତବ୍ଧ ହୋଇ ଯାଇଥିଲା । ୧୦ଟି ସ୍ଥାନ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା । ଏହି ଆଟାକ୍ ପଛରେ ପାକିସ୍ତାନର ଆତଙ୍କବାଦୀ ଅଜମର କସାବର ହାତ ଥିଲା । ଏହା ପରେ ବିସିସିଆଇ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରୁ ବ୍ୟାନ କରିଥିଲା ।
୨୦୦୮ ଆଇପିଏଲରେ ମୋଟ୍ ୧୧ ଜଣ ପାକିସ୍ତାନୀ ପ୍ଲେୟାର ଖେଳିଥିଲେ । ସେମାନଙ୍କ ମଧ୍ୟରେ ସାଇନି ଆଫ୍ରିଦି, ସୋଏବ ଅଖତର,ସୋହେଲ ତନଭୀର ଓ ମହମ୍ମଦ ଆସିଫ ରହିଥିଲେ । ପର୍ପଲ କ୍ୟାପ ଜିତିଥିଲେ ସୋହେଲ ତନଭୀର । ମାତ୍ର ୨୦୦୮ ପରଠୁ ଆଇପିଏଲରେ ଆଉ ପାକ୍ ପ୍ଲେୟାରଙ୍କୁ ଏଣ୍ଟ୍ରି ମିଳି ନଥିଲା । ୨୬/୧୧ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡି ଯାଇଥିଲା । ଏହ କାରଣରୁ ଆଇପିଏଲରୁ ପାକିସ୍ତାନ ପ୍ଲେୟାରଙ୍କୁ ବ୍ୟାନ କରାଯାଇଛି । ଖାଲି ସେତିକି ନୁହେଁ ୨୦୧୨-୧୩ ପରେ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସିରିଜ୍ ଖେଳାଯାଇନାହିଁ ।