ମୁମ୍ବାଇ,୧୭/୫ : ଆଇପିଏଲ୍ ୨୦୨୬ର ୬୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲାଗି ରଜତ ପାଟିଦାର ଖେଳୁନାହାନ୍ତି । ପଞ୍ଜାବ କିଙ୍ଗ୍ସ ଏବଂ ଆରସିବି ଉଭୟଙ୍କ ଲାଗି ଏହି ମ୍ୟାଚ୍ ବହୁତ ମହତ୍ବପୂର୍ଣ୍ଣ ଅଟେ । ରଜତ ପାଟିଦାରଙ୍କ ସ୍ଥାନରେ ଓ୍ବିକେଟକିପର ବ୍ୟାଟର ଜିତେଶ ଶର୍ମା, ବେଙ୍ଗାଲୁରୁ ଟିମର ଅଧିନାୟକତ୍ବ କରୁଛନ୍ତି । ଏହା ପ୍ରଥମ ଥର ଅଟେ ଯେତେବେଳେ ପାଟିଦାର ଆଇପିଏଲ୍ ୨୦୨୬ରେ କୌଣସି ମ୍ୟାଚରୁ ବାହାରେ ଅଛନ୍ତି ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ନିୟମିତ ଅଧିନାୟକ ରଜତ ପାଟିଦାର ଆଘାତ କାରଣରୁ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରୁ ବାହାରି ଯାଇଛନ୍ତି । ଟସ୍ ସମୟରେ ଜିତେଶ ଶର୍ମା ଆରସିବିର ପ୍ରତିନିଧିତ୍ବ କରିବାକୁ ବାହାରକୁ ଆସିଛନ୍ତି । ସେ କହିଛନ୍ତି କି ରଜତ ଆଗାମୀ ମ୍ୟାଚରେ ଟିମ୍ ସହ ଯୋଡ଼ି ହେବେ ଏବଂ ଆଶା ରହିଛି କି ୨୨ମଇରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଖେଳିବେ । ରଜତଙ୍କ ସ୍ଥାନରେ ଚୁଡ଼ାନ୍ତ ଏକାଦଶରେ ସୂୟଶ ଶର୍ମାଙ୍କୁ ସାମିଲ୍ କରାଯାଇଛି । ଏହି ମ୍ୟାଚରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ବାଛିଥିଲା।
ଆରସିବିର ଚୁଡ଼ାନ୍ତ ଏକାଦଶ : ଜ୍ୟାକବ ବେଥେଲ୍, ବିରାଟ କୋହଲୀ, ଦେବଦତ୍ତ ପଡ଼ିକ୍କଲ, ଭେଙ୍କଟେଶ ଅୟର, ଜିତେଶ ଶର୍ମା(ଓ୍ବିକେଟକିପର/ଅଧିନାୟକ), ଟିମ୍ ଡେଭିଡ୍, ରୋମାରିୟୋ ଶେଫର୍ଡ, କୃଣାଳ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଜୋଶ ହ୍ୟାଜଲବୁଡ଼, ସୁୟଶ ଶର୍ମା ।
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଜିତେଶ ଶର୍ମା ବେଙ୍ଗାଲୁରୁ ଟିମର ଅଧିନାୟକତ୍ବ କରୁଛନ୍ତି । ଏହା ପୂର୍ବରୁ ଆଇପିଏଲ୍ ୨୦୨୫ରେ ସେ ଲକ୍ଷ୍ନୌ ସୁପର ଜାୟଣ୍ଟ୍ସ ବିପକ୍ଷ ମ୍ୟାଚରେ ଅଧିନାୟକତ୍ବ କରିଥିଲେ। ସେହି ମ୍ୟାଚରେ ଜିତେଶ ୩୩ବଲରେ ୮୫ରନର ଧୂଆଁଧାର୍ ପାଳି ଖେଳି ବେଙ୍ଗାଲୁରୁକୁ ୨୨୭ରନର ଟାର୍ଗେଟ ଚେଜ୍ କରିବାରେ ସାହାଯ୍ୟ କରିଥିଲେ ।