ନୂଆଦିଲ୍ଲୀ : ରୁଷ୍ ଓ ଉତ୍ତର କୋରିଆ ମଧ୍ୟରେ ବଢୁଥିବା ନିକଟତରତା ଚୀନ ପାଇଁ ଅସହଜ ପାଲଟିଛି। ଏହିକଥା ଆମେରକୀୟ ଅଧିକାରୀମାନେ ଦାବି କରିଛନ୍ତି। ଏହି ଦୁଇ ରାଷ୍ଟ୍ରର ସଂପର୍କରେ ଚୀନ୍ ନିଜକୁ ବିପଦରେ ଥିବା ଅନୁଭବ କରୁଛି। ୟୁକ୍ରେନ ବିରୋଧରେ ଭୟଙ୍କର ଯୁଦ୍ଧରେ ଜଡ଼ିତ ଥିବା ରୁଷ୍କୁ ଗତ କିଛି ଦିନରୁ ଉତ୍ତର କୋରିଆର ମଧ୍ୟ ସାହାଯ୍ୟ ମିଳିଛି। ଉତ୍ତର କୋରିଆ କେବଳ ସେନା ଓ ଅସ୍ତ୍ର ନୁହେଁ, ଏହାସହ ନିଜର ସୈନିକଙ୍କୁ ମଧ୍ୟ ୟୁକ୍ରେନକୁ ପଠାଇଛି। ଉତ୍ତର କୋରିଆର ସୈନିକ ସେଠାରେ ରୁଷ୍ ପାଇଁ ଯୁଦ୍ଧ ଲଢୁଛନ୍ତି। ସୋମବାର ରୁଷ୍ ଓ ଉତ୍ତର କୋରିଆ ବନ୍ଧୁତାରେ ଆଉ ଏକ ପାଦ ଆଗେଇଛନ୍ତି। ଉଭୟ ଦେଶ ମଧ୍ୟରେ ରେଳ ସେବା ଆରମ୍ଭ ହୋଇଛି। ଏହି ରେଳ ସେବା ୪ ବର୍ଷ ପରେ ଆରମ୍ଭ କରାଯାଉଛି।
ଦ ଗାର୍ଡିୟନର ରିପୋର୍ଟ ଅନୁସାରେ , ଆମେରିକୀୟ ବିଦେଶ ଉପସଚିବ କର୍ଟ କ୍ୟାମ୍ପବେଲ କହିଛନ୍ତି କି , ଚୀନ ଉତ୍ତର କୋରିଆର ରୁଷ୍ ସହ ସମ୍ୱନ୍ଧକୁ ନେଇ ଅସହଜ ଅନୁଭବ କରୁଛି , ତଥା ପ୍ୟୋଙ୍ଗୟାଙ୍ଗ ଓ ମସ୍କୋ ମଧ୍ୟରେ ବଢୁ ଥିବା ସହଯୋଗକୁ ମଧ୍ୟ ବିପଦ ଆଶଙ୍କା କରୁଛି। ତାର ଚିନ୍ତା କି ୟୁକ୍ରେନରେ ରୁଷ୍ ଓ ଉତ୍ତର କୋରିଆର ସୈନ୍ୟ ମିଳିମିଶି ପୂର୍ବ ଏସିଆରେ ଦକ୍ଷିଣ କୋରିଆ ଓ ଜାପାନ ସହ ଗଠବନ୍ଧନର ଏକ ନେଟୱର୍କ ଗଠନ କରିବାରେ ଆମେରିକୀୟ ଅଭିଯାନକୁ ସାହାଯ୍ୟ ମିଳିବ, ଯେଉଁଥିରେ ବେଜିଂକୁ ନିଜର ପ୍ରଭାବ ହରାଇବାର ବିପଦ ରହିଛି।
ୱାଶିଂଟନର ଥିଙ୍କଟ୍ୟାଙ୍କ , ସେଣ୍ଟର ଫର୍ ଷ୍ଟ୍ରାଟେଜିକ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ର ଏକ ସଦ୍ୟ ସେମିନାରରେ କ୍ୟାମ୍ପବେଲ କହିଛନ୍ତି,ଚାଇନା ମଧ୍ୟସ୍ଥିଙ୍କ ପାଇଁ ଯେଉଁ ବିଷୟ ବାରମ୍ୱାର ଅସହଜ ହେବାରେ ଲାଗିଛି ,ତାହା ହେଉଛି ଉତ୍ତର କୋରିଆର ରୁଷ୍ ସହ ଲଗାତାର ନିବିଡ଼ତା। ବେଜିଂ ଚିନ୍ତିତ ଯେ ରୁଷିଆ ପ୍ରୋତ୍ସାହନ କାରଣରୁ ଉତ୍ତର କୋରିଆ ଏମିତି କାର୍ଯ୍ୟାନୁଷ୍ଠାନ ବା ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରିପାରେ, ଯାହା ଚୀନ୍ର ହିତରେ ହେବ ନାହିଁ। ସେ କହିଛନ୍ତି , ଚୀନ୍ ରୁଷ୍ର ସିଧା ସଳଖ ସମାଲୋଚନା କରିନାହିଁ , କିନ୍ତୁ ଆମ ଅନୁସାରେ ପ୍ୟୋଙ୍ଗୟାଙ୍ଗ ଓ ମସ୍କୋ ମଧ୍ୟରେ ବଢୁଥିବା ସମନ୍ୱୟ ତାକୁ ସମସ୍ୟାରେ ପକାଉଛି।
କିନ୍ତୁ ବିଶ୍ଳେଷକଙ୍କ ଏହି ବିଷୟରେ ଅଲଗା ଅଲଗା ମତ ଯେ, ଚୀନ୍ ଓ ରୁଷ୍ ମଧ୍ୟରେ କୌଣସି ବଡ଼ ମତଭେଦ ଅଛି କି ? ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ସିଆଇଏର ପୂର୍ବତନ ସହାୟକ ନିର୍ଦ୍ଦେଶକ ଡେନିସ୍ ୱାଇଲ୍ଡର କହିଛନ୍ତି , ବେଜିଂର ନିରବତା ଆଶ୍ଚର୍ଯ୍ୟକର। ଚାଇନା ମିଡ଼ିଆ ରୁଷ୍ ଓ ଉତ୍ତର କୋରିଆ ମଧ୍ୟରେ ରଣନୀତିକ ବୁଝାମଣା ବା ସେନା ପଠାଇବା ବିଷୟରେ ଗୋଟିଏ ଶବ୍ଦ କହି ନାହିଁ । ଚାଇନା କେମିତି ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ତଥ୍ୟକୁ ଅଣଦେଖା କରି ପାରିବ ଯେ, ଉତ୍ତର କୋରିଆ ଏବେ ୟୁକ୍ରେନରେ ଲଢୁଛି ?
ସେ କହିଛି ,ଯଦି ରୁଷି୍ ଉତ୍ତର କୋରିଆକୁ ପରମାଣୁ ସହାୟତା ଦେବା ରାସ୍ତାରେ ଆଗକୁ ବଢେ ତ ଏଥିରେ ପୂର୍ବ ଏସିଆରେ ଆମେରିକୀୟ ଗଠବନ୍ଧନକୁ ଶକ୍ତି ମିଳିବ , ଏଥିରେ ରାଷ୍ଟ୍ରପତି ଶି ଜିନପିଙ୍ଗ ବହୁତ ମୁସ୍କିଲ ସ୍ଥିତିରେ ପଡ଼ି ଯିବେ।