ନୂଆଦିଲ୍ଲୀ,୧୦।୧୨: ଗତ କିଛି ଦିନ ହେବ ସାରା ଦେଶରେ ଇଣ୍ଡିଗୋ ଏୟାରଲାଇନ୍ସର ହଜାର ହଜାର ଉଡାଣ ବାତିଲ ହେବା ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ଦାୟର ଆବେଦନ ଉପରେ ବିଚାର କରି କୋର୍ଟ ଏହାକୁ ଏକ ସଙ୍କଟ ବୋଲି କହିଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କୁ ଏହା ପ୍ରଶ୍ନ କରିଛନ୍ତି, ସ୍ଥିତି କିଭଳି ବିଗିଡିଲା ?

ହାଇକୋର୍ଟ ପଚାରିଛନ୍ତି ଫଶିଥିବା ଯାତ୍ରୀଙ୍କୁ ହୋଇଥିବା ସମସ୍ୟା ବ୍ୟତୀତ ଏହା ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ କ୍ଷତି ପହଁଞ୍ଚାଇଛି। କୋର୍ଟ ଏହି କଥା ଉପରେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ଅନ୍ୟ କମ୍ପାନୀ ଏହାର ଫାଇଦା ଉଠାଇବାର ଚେଷ୍ଟା କରୁଛି। ଅନ୍ୟ ବିମାନ କମ୍ପାନୀ କିଭଳି ଏହି ସ୍ଥିତିର ଲାଭ ଉଠାଇ ପାରିଲେ।  ଟିକେଟ ପାଇଁ ଯାତ୍ରୀଙ୍କଠାରୁ ମନଇଛା ଟଙ୍କା ଆଦାୟ କରିପାରିଲେ ? ହାଇକୋର୍ଟ ସରକାରଙ୍କୁ ପଚାରିଥିଲେ ଯେ ଯାତ୍ରୀମାନଙ୍କୁ କ୍ଷତିପୂରଣ ଏବଂ ସହାୟତା ପାଇଁ କ’ଣ ପଦକ୍ଷେପ ନିଆଯାଇଛି। କୋର୍ଟ ପ୍ରଶ୍ନ   ପୂର୍ବରୁ ୫ ହଜାରରେ ରେ ମିଳୁଥିବା ଟିକେଟ୍ ଏବେ ୩୫ରୁ ୪୦ ହଜାରେ ରେ କିପରି ପହଞ୍ଚିଲା। ହାଇକୋର୍ଟ ପ୍ରଶ୍ନ କରିଥିଲେ ଯେ ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଏହି ସଙ୍କଟର ସୁଯୋଗ ନେବାକୁ କାହିଁକି ଅନୁମତି ଦିଆଗଲା।

ଶୁଣାଣୀ ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଛି, ଆଇନଗତ ନିୟମକୁ ପୁରା ଅନୁସାରେ, ଲାଗୁ ହୋଇଛି ଓ ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ବିମାନ କମ୍ପାନୀ ନିଜେ ବାରମ୍ବାର କ୍ଷମା ମାଗିଛି। ଏହା ଭିତରେ ଖବର ରହିଛି ଯେ,ଡିଜିସିଏ ପୁଣିଥରେ ଇଣ୍ଡିଗୋ ସିଇଓଙ୍କୁ ଜବାବ୍ ତଲବ କରିଛି।ସେମାନେ ବହୁ ଦିନ ଧରି FDTL (ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍) କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ।  ଜୁଲାଇ ଏବଂ ନଭେମ୍ବରରେ ଦୁଇଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କୋର୍ଟ ଡିଜିସିଏ ଓକିଲଙ୍କୁ ପଚାରିଥିଲେ ସେମାନଙ୍କୁ କିଏ ଏହି ଛାଡ ଦେଇଛି ଏବଂ ଏହି ପରିସ୍ଥିତି କାହିଁକି ଉପୁଜିଛି ? ହାଇକୋର୍ଟ ଡିଜିସିଏ ଉପରେ ଏୟାରଲାଇନ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ମଧ୍ୟ ଅଭିଯୋଗ କରିଛନ୍ତି। ଡିଜିସିଏ କହିଛି  କର୍ମଚାରୀ ଅଭାବରୁ ଏହି ସଙ୍କଟ ଉପୁଜିଥିଲା ​​ଏବଂ ଛାଡ ନହେଲେ ଏହାର ବ୍ୟାପକ ପରିଣାମ ପଡିଥାନ୍ତା।