ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସ୍ଥଳ ପରିବର୍ତ୍ତେ ସମୁଦ୍ରରେ କାହିଁକି ଓହ୍ଲାଇବ ସୁନୀତାଙ୍କ ସ୍ପେସକ୍ରାଫ୍ଟ ? ବୈଜ୍ଞାନିକ କହିଲେ ଏହାର କାରଣ

Published By : Prameya | March 18, 2025 6:39 PM

ନୂଆଦିଲ୍ଲୀ : ନାସାର ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ପ୍ରତ୍ୟାବର୍ତ୍ତନର ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ସୁନୀତାଙ୍କୁ ଭାରତର ଭଲ ଝିଅ କହି ତାଙ୍କ ସହ ନିଜର ଗଭୀର ସଂପର୍କର କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୁନୀତା ୱିଲିୟମ୍ସଙ୍କ ପାଇଁ ଲେଖିଥିଲେ କି, ଯଦିଓ ଆପଣ ହଜାର ହଜାର ମାଇଲ୍‌ ଦୂରରେ ଅଛନ୍ତି, କିନ୍ତୁ ଆପଣ ଆମର ହୃଦୟର ନିକଟରେ ଅଛନ୍ତି। ଉଲ୍ଲେଖନୀୟ ଯେ, ସୁନୀତା ୱିଲିୟମ୍ସ , ବୁଚ ୱିଲମୋରଙ୍କ ସହ ୯ ମାସର ମହାକାଶ ଯାତ୍ରା ପରେ ଭାରତ ଫେରୁଛନ୍ତି। ଆସନ୍ତୁ ଏବେ ଜାଣିବା ସ୍ଥଳ ଭାଗ ବଦଳରେ କାହିଁ ସମୁଦ୍ରରେ ଓହ୍ଲାଇବ ସୁନୀତାଙ୍କ ସ୍ପେସକ୍ରାଫ୍ଟ ? 

ସୂଚନା ଅନୁସାରେ , ମହାକାଶରୁ ଫେରୁଥିବା ଯାନର ଲ୍ୟାଣ୍ଡିଂର ଅଲଗା ଅଲଗା ପ୍ରକ୍ରିୟା ହୋଇଥାଏ। ଯେମିତି ଆମେରିକାର ନାସାର ଶଟଲ ପ୍ରୋଗ୍ରାମ ଏୟରୋପ୍ଲେନ୍‌ର ପରି ଆସୁଥିଲା ଏବଂ ରନୱେରେ ଓହ୍ଲାଉ ଥିଲା। କିନ୍ତୁ ଏଥିରେ ଗୋଟେ ସମସ୍ୟା ଥିଲା ଯେ, ଏହାର ଯେଉଁ ଟାଇଲ୍ସ ହେଉ ଥିଲା, ତାହା ଓହ୍ଲାଇବା ସମୟରେ ଖୁବ୍ ସମସ୍ୟା ପୂର୍ଣ୍ଣ ଥିଲା। 

ନାସା ପୁଣି କମର୍ସିଆଲ କ୍ରୁ ଥିବା ପ୍ରୋଗ୍ରାମ ଗଠନ କଲା। ରୁଷ୍‌ ନିଜର ସ୍ପେସକ୍ରାଫ୍ଟକୁ ଭୂମିରେ ଓହ୍ଲାଇ ଥାଏ । ସମୁଦ୍ରରେ ଲ୍ୟାଣ୍ଡିଂରେ କୁହାଯାଏ କି ଫାଇଦା ଏହା ହୋଇଥାଏ କି ,ଯାନକୁ ପୁଣି ଥରେ ବ୍ୟବହାର କରିବାର ସ୍ଥିତି ରହିଥାଏ । ଏହାସହ ମହାକାଶ ଯାତ୍ରୀଙ୍କ ପାଇଁ ଏହା ଆରାମଦାୟକ ହୋଇଥାଏ। 

ବୁଧବାର ସକାଳେ ଫ୍ଲୋରିଡାରେ ଓହ୍ଲାଇବେ –

ନାସା ମୁତାବିକ , ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲମୋର, ଉଭୟ ଭାରତୀୟ ସମୟ ଅନୁସାରେ , ଆଜି ସକାଳ ୧୦ଟା ୩୫ ମିନିଟ୍‌ରେ ବାହାରିଛନ୍ତି। ଦୁହେଁ ଜୁନ୍‌ ୨୦୨୪ରେ ବୋଇଂ ଷ୍ଟାରଲାଇନର ମହାକାଶ ଯାନରେ ସପ୍ତାହେ ପାଇଁ ଯାଇଥିଲେ। ହେଲେ ବୋଇଂ ଷ୍ଟାରଲାଇନରରେ କିଥି ସମସ୍ୟା ଆସିବାରୁ ମହାକାଶ ପ୍ରଶାସନ ଦୁଇ ମହାକାଶ ଯାତ୍ରୀଙ୍କୁ ପୃଥିବୀକୁ ଫେରିବାର ସମୟକୁ ସ୍ଥଗିତ ରଖିଥିଲେ। ଶେଷରେ , ଏବେ ଯେତେବେଳେ ସେ ସେଠାରୁ ଫେରୁଛନ୍ତି, ତ ଆଶା କି ବୁଧବାର ସକାଳ ୩.୨୭ ସୁଦ୍ଧା ଫ୍ଲୋରିଡାର ସମୁଦ୍ର ତଟରେ ଓହ୍ଲାଇବେ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.