ଭୁବନେଶ୍ଵର, ୨୩/୦୬ : ସତରେ କ’ଣ ଏମିତି ଦେଶ ଅଛି, ଯେଉଁଠି ଲୋକେ ଫୋନ୍, ସାଇକେଲ ଓ ଜିନିଷପତ୍ରକୁ ସର୍ବସାଧାରଣରେ ଛାଡ଼ିଦିଅନ୍ତି ? ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦକ୍ଷିଣ କୋରିଆକୁ ନେଇ ଏହି ଦାବି ହେଉଛି । ପୋଷ୍ଟରେ ଜଣେ ବ୍ୟକ୍ତି ଦକ୍ଷିଣ କୋରିଆରେ ନିଜ ପରିବାର ସହ ବିତାଇଥିବା ଅନୁଭବ ଶେୟାର କରିଛନ୍ତି । ସେ କହିଛନ୍ତି, ସେଠାରେ ଲୋକେ ଅନେକ ଦୈନନ୍ଦିନ ଜିନିଷ ନିର୍ଭୟରେ ଛାଡ଼ି ଯାଇପାରନ୍ତି । କାରଣ ସେମାନଙ୍କର ଭରସା ଥାଏ ଯେ କେହି ସେଗୁଡ଼ିକୁ ଚୋରି କରିବ ନାହିଁ ।
ବ୍ୟକ୍ତିଙ୍କ ପୋଷ୍ଟ ଅନୁସାରେ, ଗତ ମାସେ ହେଲା ସେ ପତ୍ନୀ ଓ ଝିଅ ସହ ଦକ୍ଷିଣ କୋରିଆରେ ରହୁଛନ୍ତି । ସେ କୌଣସି ଦୋକାନ କିମ୍ବା ରେସ୍ତୋରାଁକୁ ଗଲେ, ଶିଶୁକୁ ବସାଇ ବୁଲାଇବା ଗାଡ଼ିକୁ ବାହାରେ ଛାଡ଼ିଦିଅନ୍ତି । ଥରେ ସେ ନିଜ ସାଙ୍ଗ ସହିତ ମଧ୍ୟାହ୍ନ ଭୋଜନରେ ଯାଇଥିଲେ । ସାଙ୍ଗ ତାଙ୍କ ସାଇକେଲରେ ତାଲା ନ ପକାଇ ଗଳିରେ ଛାଡ଼ି ଚାଲିଗଲେ । ଦୁଇ ଘଣ୍ଟା ପରେ ଫେରିବା ପରେ ବି ସାଇକେଲ ସେଠାରେ ଥିଲା । ଆଉ ଏକ ଘଟଣା ବିଷୟରେ ସେ କହିଲେ । ତାଙ୍କର ଜଣେ ସାଙ୍ଗ ନିଜ ଆଇଫୋନ୍କୁ ଭୁଲବଶତଃ ପାର୍କ ବେଞ୍ଚ୍ରେ ଛାଡ଼ିଯାଇଥିଲେ । ପ୍ରାୟ ୪ ଘଣ୍ଟା ପରେ ଫେରି ଦେଖିଲେ, ସେହି ଜାଗାରେ ଫୋନ୍ ଥିଲା । ଲୋକପ୍ରିୟ କେ-ପପ୍ କନ୍ସର୍ଟ ବାହାରେ ମଧ୍ୟ ଲୋକେ ନିଜ ନିଜ ଜିନିଷ ବିନା ସୁରକ୍ଷାରେ ଛାଡ଼ିଯାଆନ୍ତି । ବ୍ୟକ୍ତିଙ୍କ ଅନୁସାରେ, ଦକ୍ଷିଣ କୋରିଆରେ ଆଇନ ଓ ସାମାଜିକ ନିୟମଗୁଡ଼ିକୁ ଖୁବ୍ ସମ୍ମାନ ଦିଆଯାଏ । ଛୋଟ ଛୋଟ ଚୋରିକୁ ବି ଗମ୍ଭୀରତାର ସହ ନିଆଯାଏ ।
ଆହୁରି ପଢନ୍ତୁ- Food safety : ସ୍ୱର୍ଣ୍ଣ ପଦକ ବିଜେତା ରେସ୍ତୋରାଁର ସଫଳତା ପଛରେ ସାଙ୍ଘାତିକ୍ ରାଜ୍, ୬୬ ବର୍ଷରୁ ବଦଳିନି ଛଣା ତେଲ
ଗରମ, ଗୁଳୁଗୁଳିରୁ ମିଳିଲା ମୁକ୍ତି, ୨ ଦିନରେ ୩ ଡିଗ୍ରୀ ଖସିବ ପାରଦ ...