ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ

Published By : Prameya | March 3, 2025 9:52 AM

ସୁକିନ୍ଦା,୦୩/୦୩: ମୋତେ ସେ ସବୁବେଳେ ପିଟୁଥିଲା । କେତେ ଆଉ ସହିଥା’ନ୍ତି? ସେଦିନ ନିଶା ଖାଇ ମୋତେ  ମାରୁଥିଲା । ଠେଙ୍ଗାରେ ପାହାରେ ଦେଲି ଆଉ ଉଠିଲାନି ।  ଆମ ଘର ପାଖ ଝରଣା କୂଳରେ ତାକୁ ପୋତି ଦେଲି । ରବିବାର  ଅପରାହ୍ଣରେ ସୁକିନ୍ଦା ଥାନାକୁ ଜଣେ ମହିଳା ଆସି ଏପରି  କହିଥିଲା । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସୁକିନ୍ଦା  ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଡୁବିଖାଲ ଗାଁରେ ଏପରି  ଘଟଣା ଘଟିଥିବା ବେଳେ ମୃତକ ବାବୁଲି ମୁଣ୍ଡା(୩୫) ଏବଂ  ହତ୍ୟାକାରୀ ତାଙ୍କ ପତ୍ନୀ ଦୁମାରି ମୁଣ୍ଡା(୩୦) ବୋଲି ଜଣାପଡ଼ିଛି ।  ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।  

ସୂଚନା ମୁତାବକ, କେନ୍ଦୁଝର ଅଞ୍ଚଳର ବାବୁଲି ପୂର୍ବରୁ  ବିବାହିତ । ପ୍ରଥମ ପତ୍ନୀ ଗାଁରେ ଥିବା ବେଳେ ବାବୁଲି ପାରାଦୀପ  ଅଞ୍ଚଳକୁ ଆସି କାମ କରୁଥିଲେ । ସେଠାରେ ତାଙ୍କର ଦୁମାରି  ସହ ଦେଖା ହୋଇଥିଲା । ପରେ ବାବୁଲି ଦୁମାରିକୁ ଦ୍ୱିତୀୟ  ବିବାହ କରି ଶ୍ୱଶୁର ଘର ଗାଁ ଡୁବିଖାଲରେ ରହୁଥିଲେ । ନିଶା  ସେବନ କରି ବିଭିନ୍ନ ସମୟରେ ବାବୁଲି ଦୁମାରିକୁ ମାର୍‌ପିଟ୍‌  କରୁଥିଲେ । ଗତ ଗୁରୁବାର ସନ୍ଧ୍ୟାରେ ବାବୁଲି ନିଶାସକ୍ତ  ଅବସ୍ଥାରେ ଘରକୁ ଫେରି ଦୁମାରିକୁ ପ୍ରବଳ ମାଡ଼ ମାରିଥିଲେ ।  ଆତ୍ମରକ୍ଷା ପାଇଁ ଦୁମାରି ଏକ ଠେଙ୍ଗାରେ ପ୍ରତି ଆକ୍ରମଣ କରିଥିଲା ।  ଠେଙ୍ଗା ମାଡ଼ରେ ବାବୁଲି ଗୁରୁତର ହୋଇଥିଲା । ହେଲେ ତାଙ୍କୁ  ଡାକ୍ତରଖାନା ଅଣାଯାଇନପାରିବାରୁ କିଛି ସମୟ ମଧ୍ୟରେ ତାଙ୍କର  ପ୍ରାଣବାୟୁ ଉଡ଼ି ଯାଇଥିଲା । ଉକ୍ତ ଗ୍ରାମର ଘରଗୁଡ଼ିକ ପରସ୍ପର  ଠାରୁ ଦୂରରେ ଥିବାରୁ ଏ ସମ୍ପର୍କରେ ପଡ଼ୋଶୀଙ୍କ ପାଖରେ କୌଣସିପ୍ରକାର ଖବର ନଥିଲା । ସେହି ରାତିରେ ସ୍ତ୍ରୀ ଦୁମାରି  ନିଜ ଘର ପାଖ ଜଙ୍ଗଲକୁ ମୃତଦେହ ନେଇଯାଇ ଏକ ଝରଣା  କୂଳରେ ଗାତ ଖୋଳି ପୋତି ଦେଇଥିଲା ।  

ଘଟଣାକୁ ତିନି ଦିନ ବିତିବା ପରେ ପୋତାଯାଇଥିବା  ସ୍ଥାନରୁ ପଚାଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ଘଟଣାର  ଖୋଳତାଡ଼ କରିଥିଲେ । ଦୁମାରି ବାବୁଲିକୁ ହତ୍ୟା କରି  ସେଠାରେ ପୋତିଥିବା ମାନି ଯାଇଥିଲା । ଏହାପରେ ଗ୍ରାମର  କିଛି ଲୋକଙ୍କ କହିବା ଅନୁଯାୟୀ ଆଜି ଅପରାହ୍ଣରେ ସୁକିନ୍ଦା  ଥାନାରେ ଦୁମାରି ଆତ୍ମସମର୍ପଣ କରି ଘଟଣା ସଂପର୍କରେ  ପ୍ରକାଶ କରିଥିଲା । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତା  କାଲି ପୁଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ  ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବ । ପରେ  ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ସୁକିନ୍ଦା ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ କହିଛନ୍ତି । 

ଏଠାରେ ପ୍ରଶ୍ନ ଉଠୁଛି, ମହିଳାଜଣକ ହତ୍ୟା କରିବା ପରେ  ଏକାକୀ ବାବୁଲିଙ୍କୁ ଘର ଠାରୁ ଦୁଇଶହ ମିଟର ଦୂର ଝରଣାକୂଳକୁ  କିପରି ନେଲା ଓ ଗାତ ଖୋଳି ପୋତିଲା ? ହତ୍ୟା ପଛରେ  ଦୁମାରି ଏକା ନା ଆଉ କିଏ ଅଛି ତା’ର ତଦନ୍ତ ଆବଶ୍ୟକ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.