ରାଉରକେଲା, ୨୪/୨: ରାଉରକେଲା ଏନ୍ଆଇଟି କ୍ୟାମ୍ପସରେ ପଶିଲେ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ହାତୀପଲ ବରଟୋଲି ପଟୁ ପାଚେରୀ ଭାଙ୍ଗି ଏନଆଇଟି ପରିସରରେ ପଶିଛନ୍ତି । ଫଳରେ ଏନଆଇଟିର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି । ପାନପୋଷ ଡିଏଫ୍ଓ ଯଶବନ୍ତ ସେଠୀ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲକୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ରାଉରକେଲା ସହର ଭିତରକୁ ଯେପରି ହାତୀପଲ ନ ପଶିବେ ସେଥିପାଇଁ ସୋଲାର ଫେନ୍ସୀଙ୍ଗ କରାଯାଇଛି । ବର୍ତ୍ତମାନ ସୁଦ୍ଧା ହାତୀପଲ ଏନଆଇଟି ପରିସରରେ ଅଛନ୍ତି ।

ଆହୁରି ପଢ଼ନ୍ତୁ... ଯୌତୁକ ପାଇଁ ସ୍ୱାମୀ ସାଜିଲା ସଇତାନ: ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ କଲା