ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଅନନ୍ୟାଙ୍କ ଲାଇଫରେ କମବ୍ୟାକ୍‌ କରିବେ କି ଆଦିତ୍ୟ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା

Published By : Krishna Priya | April 6, 2025 2:52 PM

ମୁମ୍ବାଇ ୦୬/୦୪: ଦୀର୍ଘ ଦୁଇବର୍ଷ ସଂପର୍କରେ ରହିବା ପରେ ବିଚ୍ଛେଦ ପଥରେ   ଚାଲିଥିଲେ ଅନନ୍ୟା ପାଣ୍ଡେ ଓ ଆଦିତ୍ୟ ରୟ କପୁର । ସଂପର୍କ  ଭାଙ୍ଗିବାର କଷ୍ଟ କାଳେ ଅନନ୍ୟା  ଅଧିକ ଭୋଗିଥିଲେ ।  ଗତ ବର୍ଷ ଦୁଇ ତାରକାଙ୍କ  ବିଚ୍ଛେଦ ଖବର ପ୍ରକାଶ୍ୟକୁ  ଆସିବା ମାତ୍ରେ ସେମାନଙ୍କ  ପ୍ରଶଂସକମାନଙ୍କ ମନ ବି  ଭାଙ୍ଗିଥିଲା । ଯଦିଓ  ସେହି ବର୍ଷ   ହିଁ ଅନନ୍ୟା  ଆଉଜଣଙ୍କ ସହ ସଂପର୍କ ତିଆରି କରିଥିଲେ ବୋଲି ଶୁଣିବାକୁ  ମିଳିଥିଲା । 

ମୁକେଶ ଅମ୍ବାନିଙ୍କ ‘ବନତାରା’ର ଜଣେ ବରିଷ୍ଠ କର୍ମୀ   ୱାକର ବ୍ଲାଙ୍କୋଙ୍କୁ ମନ ଦେଇଥିଲେ ଅନନ୍ୟା । ଯେତେବେଳେ ବି  ଅନନ୍ୟା କୌଣସି ଫଟୋ ପୋଷ୍ଟ କରୁଥିଲେ ବ୍ଲାଙ୍କୋ ମତାମତ  ବିଭାଗରେ କିଛି ନା କିଛି ମନ୍ତବ୍ୟ ଲେଖୁଥିଲେ । ଅନନ୍ୟାଙ୍କ  ଯେକୌଣସି ସାଫଲ୍ୟକୁ ସେ ପ୍ରକାଶ୍ୟରେ ଉଦ୍‌ଯାପନ କରୁଥିଲେ ।  ଏମିତିରେ ସବୁକିଛି ଠିକ୍‌ ଚାଲୁଥିଲା । କିନ୍ତୁ ହଠାତ୍‌ ପ୍ରାକ୍ତନ ପ୍ରେମିକ   ଆଦିତ୍ୟ ରୟ କପୁରଙ୍କ ଆବିର୍ଭାବ! ପୁଣିଥରେ ସେ ଉଙ୍କି ମାରୁଛନ୍ତି  ଅନନ୍ୟାଙ୍କ ଜୀବନରେ । ତେବେ କ’ଣ ଅନନ୍ୟାଙ୍କୁ ସଂପୂର୍ଣ୍ଣ ଭୁଲି  ପାରିନାହାନ୍ତି ଆଦିତ୍ୟ । ଶୁଣିବାକୁ ମିଳୁଛି, ସଂପର୍କ ଭାଙ୍ଗିବାର ନିଷ୍ପତ୍ତି  ଆଦିତ୍ୟ ନେଇଥିଲେ । ଭଗ୍ନ ସଂପର୍କର ଦୁଃଖ ଭୁଲାଇବା ପାଇଁ ଅନନ୍ୟା  ପରିବାର ଲୋକଙ୍କ ଗହଣରେ ଅଧିକ ସମୟ ବିତାଉଥିଲେ । କିନ୍ତୁ  ଅନନ୍ୟା ପଛକଥା ଭୁଲି ଯେବେ ଆଗକୁ ବଢ଼ିବାର ନିଷ୍ପତ୍ତି ନେଉଛନ୍ତି,  ସେହି ସମୟରେ ପ୍ରାକ୍ତନ ପ୍ରେମିକଙ୍କ ପୁନରାବିର୍ଭାବ! 

‘କେଶରି  ଚାପ୍ଟର ୨’ରେ ଅନନ୍ୟା ଅଭିନୟ କରିଛନ୍ତି । ନିକଟରେ ସେହି   ଫିଲ୍ମରେ ଅନନ୍ୟାଙ୍କ ଚରିତ୍ରର ପ୍ରଥମ ଝଲକ ଦେଖିବାକୁ ମିଳିଛି । ସେହି ପୋଷ୍ଟର୍‌ରେ ଆଦିତ୍ୟ କାଳେ ସର୍ବପ୍ରଥମେ ଲାଇକ୍‌ କରିଛନ୍ତି ।  ଏହି ବିଷୟରେ ନେଟିଜେନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହା ସହିତ ଅନନ୍ୟାଙ୍କ ଆଉ କେତୋଟି ଫଟୋରେ ଲାଇକ୍‌ ଏବଂ ହୃଦୟ ଚିହ୍ନ   ଦେଇଛନ୍ତି ଆଦିତ୍ୟ । ନେଟିଜେନ୍‌ଙ୍କ ଅନୁମାନ ହୁଏତ ଆଦିତ୍ୟ ପୁଣି ଥରେ ଭଙ୍ଗା ସଂପର୍କକୁ ଯୋଡ଼ିବାର ଚେଷ୍ଟା କରୁଛନ୍ତି । ପୁଣି ଥରେ  ସେମାନେ ଏକାଠି ହେବେ କି ନାହିଁ ତାହା ଆଗାମୀ ସମୟ କହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.