ନୂଆଦିଲ୍ଲୀ : ରାତି ପାହିଲେ ଆରମ୍ଭ ହେବ ଆଇପିଏଲ । ସମସ୍ତ ଦଳ ନିଜର ରଣନୀତିରେ ପ୍ରସ୍ତୁତ । ନିକଟରେ ଏକ ପୋଡକାଷ୍ଟରେ ଯୋଗ ଦେଇଥିଲେ ଆରସିବିର ଖେଳାଳି ଜିତେଶ ଶର୍ମା । ଏହି ପୋଡକାଷ୍ଟରେ ସେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ପୂର୍ବତନ ଭାରତୀୟ ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ନେବେ ବୋଲି କହିଛନ୍ତି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଛି ।
ପୋଡକାଷ୍ଟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ଦିନେଶ କାର୍ତ୍ତିକ କ’ଣ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ପାରିବେ କି ? ଯାହାର ଉତ୍ତରରେ ଜିତେଶ ଶର୍ମା କହିଥିଲେ କି, ସମ୍ପୂର୍ଣ୍ଣ ଭାବେ ଦାୟିତ୍ବ ତୁଲାଇ ପାରିବେ । କେବଳ ଭାରତ ନୁହେଁ ବିଦେଶର ଅନ୍ୟ ଦଳର କୋଚ ହେବାର ମଧ୍ୟ ସମ୍ଭାବନା ରହିଛି । ଭାରତରେ ଯଦି ନିଯୁକ୍ତି ନମିଳେ ତାହେଲେ ବାହାର ଦେଶର ମୁଖ୍ୟ ପ୍ରଶିକ୍ଷକ ହେବେ । ଏଭଳି କହିଥିଲେ ଜିତେଶ ।
ସେପଟେ ଆମେ ଯଦି ଦିନେଶଙ୍କ ଅଭିଜ୍ଞତା ସମ୍ପର୍କରେ କହିବା ତାହେଲେ ୨୦୨୫ ଆଇପିଏଲରେ ଆରସିବି ଚାମ୍ପିୟନ ହେବା ପଛରେ ତାଙ୍କର ବଡ଼ ଭୂମିକା ରହିଛି । ଦଳର ଖେଳାଳିଙ୍କ ଦାୟିତ୍ବ ନେବା ସହ ଭଲ ଟିମ୍ ଚୟନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଥିଲେ । କାର୍ତ୍ତିକ ଏବେ ଦ ହଣ୍ଡେ୍ରଡରେ ଲଣ୍ଡନ ସ୍ପିରିଟର ବ୍ୟାଟିଂ କୋଚ ସାଙ୍ଗକୁ ମେଣ୍ଟର ଭାବେ ଦାୟିତ୍ବ ତୁଲାଉଛନ୍ତି । ଏହାସହ ତାଙ୍କ କ୍ରିକେଟ କ୍ୟାରିୟର ସମ୍ପର୍କରେ କହିବା ତାହେଲେ ଭାରତ ପାଇଁ ୨୬ଟି ଟେଷ୍ଟ, ୯୪ଟି ଦିନିକିଆ ଏବଂ ୬୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
ଏହାସହ ପଢ଼ନ୍ତୁ : ପ୍ରଫେସରଙ୍କ ନାଁରେ ଛାତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ