ନୂଆଦିଲ୍ଲୀ: କଥା ଆଳରେ ଷ୍ଟେ୍ରଟ ଅଫ ହର୍ମୁଜକୁ ଷ୍ଟ୍ରେଟ ଅଫ୍ ଟ୍ରମ୍ପ କହିଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମିଆମିରେ ଅନୁଷ୍ଠିତ ଫ୍ୟୁଚର୍ ଇନଭେଷ୍ଟମେଣ୍ଟ ଇନିସିଏଟିଭ୍ ପ୍ରାୟୋରିଟି ସମ୍ମିଳନୀରେ ଟ୍ରମ୍ପ୍ କହିଥିଲେ ଯେ,"ଇରାନକୁ ଟ୍ରମ୍ପ୍ ଷ୍ଟ୍ରେଟ୍ ଖୋଲିବାକୁ ପଡିବ। ମାନେ ମୁଁ କହୁଛି ହର୍ମୁଜ୍ ଷ୍ଟ୍ରେଟ୍ କଥା ।" ଆମେରିକା ରାଷ୍ଟ୍ରପତିଙ୍କ ଏହି ବକ୍ତବ୍ୟ ଦର୍ଶକଙ୍କ ମଧ୍ୟରେ କିଛି ସମୟ ପାଇଁ ହସ ଖେଳାଇ ଦେଇଥିଲା। ଆଉ ଟ୍ରମ୍ପ୍ ସେତେବେଳେ କହିଥିଲେ କି, "ମୁଁ ଦୁଃଖିତ, ମୁଁ ବହୁତ ଦୁଃଖିତ। ଏହା ଏକ ବଡ଼ ଭୁଲ ଥିଲା। ନକଲି ଖବର ପ୍ରଚାରକ ମାନେ କହିବେ ଯେ ସେ ଭୁଲରେ ଏହା କହିଛନ୍ତି। ନା, ମୁଁ କୌଣସି ଭୁଲ କରେ ନାହିଁ, ଏହା ବହୁତ କ୍ୱଚିତ୍ କରେ। ଯଦି ଏହା ହୋଇଥାନ୍ତା, ତେବେ ଏହା ବଡ଼ ଖବର ହୋଇଥାନ୍ତା।"

ଟ୍ରମ୍ପଙ୍କ ମନ୍ତବ୍ୟ ମଜା ନା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ?

ଟ୍ରମ୍ପ୍ ହୁଏତ ଏହି ମନ୍ତବ୍ୟ ମଜାଳିଆ ଭାବରେ ଦେଇଥାଇ ପାରନ୍ତି, କିନ୍ତୁ ଏଥିରୁ ରାଜନୈତିକ ପ୍ରଭାବ ଅନୁମେୟ ହେଉଛି। ଏହା ସ୍ପଷ୍ଟ ହେଉଛି ଯେ, ହରମୁଜ୍ ଷ୍ଟ୍ରେଟ୍ ଅବରୋଧ ଏକ ବିଶ୍ୱ ଶକ୍ତି ସଙ୍କଟ ସୃଷ୍ଟି କରିଛି। ଏହା ବିଶ୍ୱ ଶକ୍ତି ଯୋଗାଣ ଏବଂ ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଅନେକ ଦେଶ ଏଲପିଜି ଠାରୁ ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟନ୍ତ ସବୁକିଛିର ଅଭାବର ସମ୍ମୁଖୀନ ହେଉଛନ୍ତି। ସମ୍ପ୍ରତି, ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଏକ ସମ୍ଭାବ୍ୟ ସମାଧାନ ଖୋଜିବା ପାଇଁ ହରମୁଜ୍ ଷ୍ଟ୍ରେଟ୍ ନିୟନ୍ତ୍ରଣ କରିବା ପାଇଁ ଆୟାତୋଲ୍ଲାଙ୍କ ସହିତ ମିଶି କାମ କରିବେ।

କ’ଣ ହର୍ମୁଜ୍ ପ୍ରଣାଳୀର ନାମ ପରିବର୍ତ୍ତନ କରାଯିବ କି ?

କେବଳ ଏତିକି ନୁହେଁ, ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀର ନିୟନ୍ତ୍ରଣ ହାସଲ କରି ଏହାକୁ ନିଜ ନାମରେ କିମ୍ବା "ଆମେରିକା ପ୍ରଣାଳୀ" ନାମରେ ନାମିତ କରିବାକୁ ବିଚାର କରୁଛନ୍ତି। ତାଙ୍କର ସାମ୍ପ୍ରତିକ ମଜାଦାର ମନ୍ତବ୍ୟକୁ ମଧ୍ୟ ଏହା ସହିତ ଯୋଡା ଯାଉଛି, ଯଦିଓ ଏ ବିଷୟରେ କିଛି ଠୋସ୍ କୁହାଯାଇପାରିବ ନାହିଁ।

ଇରାନ ସହିତ ଆଲୋଚନାର ଉଲ୍ଲେଖ...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ବହୁତ ଦୁର୍ବଳ ହୋଇଯାଇଛି, ଏବଂ ଏବେ ଆଲୋଚନା ଚାଲିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକା ପ୍ରମୁଖ ସାମରିକ ସଫଳତା ହାସଲ କରିଛି। ସେ ହ୍ୱାଇଟ୍ ହାଉସରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ଏବଂ ମିଆମିରେ ଏକ ଭାଷଣରେ ଏହା ଉଲ୍ଲେଖ କରିଥିଲେ। ଟ୍ରମ୍ପ ସାମ୍ବାଦିକ ମାନଙ୍କୁ କହିଥିଲେ, "ଇରାନ ଦୁର୍ବଳ ହେଉଛି। ଏବେ ଆମ ମଧ୍ୟରେ ଆଲୋଚନା ଚାଲିଛି। ସେମାନେ ଏକ ଚୁକ୍ତି କରିବାକୁ ଚାହାଁନ୍ତି। ଆମର ସାମରିକ ଶକ୍ତି ବିଶ୍ୱର ସବୁଠାରୁ ଶକ୍ତିଶାଳୀ।"

ଏହା ସହ ପଢନ୍ତୁ : ଆଫଗାନିସ୍ତାନରେ ଭୟଙ୍କର ବନ୍ୟାର କରାଳ ରୂପ, ଭୂସ୍ଖଳନ ଓ ଝଡରେ ପ୍ରଭାବିତ ହେଲାଣି ୧୩ ରାଜ୍ୟ,୧୭ ମୃତ...