ନୂଆଦିଲ୍ଲୀ - ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ, ଥାଲାପତି ବିଜୟ ନାମରେ ମଧ୍ୟ ଖୁବ୍ ଜଣାଶୁଣା। ତାଙ୍କ ଭବିଷ୍ୟତର ରାଜନୀତିକ କ୍ୟାରିୟରକୁ ଜ୍ୟୋତିଷ ରାଧନ ପଣ୍ଡିତ ଚମକାଇବା ଭଳି ଏକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ନେଇ ସେ ପୁଣି ଥରେ ରାଜନୈତିକ ଏବଂ ସାମାଜିକ ଗଣମାଧ୍ୟମରେ ଶିରୋନାମା ପାଲଟିଛନ୍ତି। ଏହା ପୂର୍ବରୁ ଜ୍ୟୋତିଷ ବିଜୟଙ୍କ ରାଜନୈତିକ ସଫଳତା ଏବଂ ତାମିଲଗା ଭେଟ୍ରି କାଝାଗମ (ଟିଭିକେ)ର ବିଜୟ ବିଷୟରେ ଭବିଷ୍ୟବାଣୀ କରି ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ , ଅଭିନେତାରୁ ରାଜନେତା ପାଲଟି ଥିବା ବିଜୟ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ।
ବିଜୟଙ୍କ ପାଇଁ ରାଧନ ପଣ୍ଡିତ କଣ ଭବିଷ୍ୟବାଣୀ କରିଛନ୍ତି ?
ସମ୍ପ୍ରତି ଏକ ସାକ୍ଷାତକାରରେ, ରାଧନ ପଣ୍ଡିତ କହିଛନ୍ତି ଯେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ତାଙ୍କ ରାଜନୈତିକ କ୍ୟାରିୟରର ଶେଷ ନୁହେଁ। ବିଜୟଙ୍କ ପାଖରେ ଜାତୀୟ ରାଜନୀତିରେ ମଧ୍ୟ ଜଣେ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ ହେବାର ସମ୍ଭାବନା ରହିଛି, ଏବଂ ସମ୍ଭବତଃ ସେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇ ପାରନ୍ତି। ରାଧନ ପଣ୍ଡିତ କହିଛନ୍ତି ଯେ, ବିଜୟଙ୍କ କୁଣ୍ଡଳୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପ୍ରାୟ ସମାନ। ଜ୍ୟୋତିଷଙ୍କ ଅନୁସାରେ, ଏହି କୁଣ୍ଡଳୀ ନରେନ୍ଦ୍ର ମୋଦିଙ୍କର ପ୍ରାୟ ଏକ "ଫଟୋକପି"। ଏହି ସମାନତା ଅଭିନେତାରୁ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୟଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଶୁଭ ସଙ୍କେତ ଦେଇଥାଏ।
ଜ୍ୟୋତିଷଙ୍କ ଅନୁସାରେ, ବିଜୟ ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ କମ୍ ରାଜନୈତିକ ବିରୋଧର ସମ୍ମୁଖୀନ ହେବେ। ସେ ଭବିଷ୍ୟବାଣୀ କରିଛନ୍ତି - ବିଜୟ କିଛି ଦଶନ୍ଧି ପର୍ଯ୍ୟନ୍ତ ଜଣେ ରାଜନୈତିକ ନେତା ହୋଇ ରହି ପାରିବେ।
ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ-
ଏହି ଭବିଷ୍ୟବାଣୀ ଖୁବ୍ କୌତୁହଳ ସୃଷ୍ଟି କରିଛି , କାରଣ ଅନେକ ସମର୍ଥକଙ୍କ ବିଶ୍ୱାସ ଯେ , ଜ୍ୟୋତିଷଙ୍କ ପୂର୍ବ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି ଏବଂ ରାଧନ ପଣ୍ଡିତଙ୍କ ଭବିଷ୍ୟବାଣୀ ସତ ହୋଇଛି। ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ ଯେ ଟିଭିକେ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟୀ ହେବ ଏବଂ ବିଜୟ ମୁଖ୍ୟମନ୍ତ୍ରୀ ହେବେ।
ତାମିଲନାଡୁର ୯ମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ, ବିଜୟ କିଛି ସମୟ ପାଇଁ ରାଧନ ପଣ୍ଡିତଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ନିଯୁକ୍ତି ଦେଇ ଥିଲେ। କିନ୍ତୁ ତାଙ୍କର ଏହି ପଦକ୍ଷେପକୁ ନେଇ ସହଯୋଗୀ ଏବଂ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିଲେ। ଶେଷରେ ସେ ଏହି ନିଯୁକ୍ତିକୁ ରଦ୍ଦ କରିଥିଲେ।
ଏବେ ନୂଆ ଭବିଷ୍ୟବାଣୀ ଏହି ପ୍ରସଙ୍ଗକୁ ବିଜୟଙ୍କ ଉଦୀୟମାନ ରାଜନୈତିକ ତାରକା ଏବଂ ଭାରତୀୟ ରାଜନୀତିରେ ଜ୍ୟୋତିଷଙ୍କ ଭୂମିକା ସହ ପୁଣି ଥରେ ମିଡିଆର ସାମ୍ନାକୁ ଆଣିଛି।
ବିଜୟ ଓ ପିଏମ ମୋଦିଙ୍କ ମଧ୍ୟରେ ସମାନତା –
ଏକ ପ୍ରମୁଖ୍ୟ ସମାନତା ବୟସ । ପଣ୍ଡିତଙ୍କ ଅନୁସାରେ – ବିଜୟ ୫୧ ବର୍ଷ ବୟସରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଠିକ୍ ଏହି ବୟସରେ ନରେନ୍ଦ୍ର ମୋଦି ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇ ଥିଲେ। ଜ୍ୟୋତିଷ ଏହି ସମାନତାକୁ ଏକ ସଂଯୋଗ ନୁହେଁ ବରଂ ବିଜୟଙ୍କ ରାଜନୀତିକ ଯାତ୍ରାର ସଙ୍କେତ ଭାବେ ଦେଖୁଛନ୍ତି, ଯେଉଁଥିରେ ସମ୍ଭବତଃ ସେ ମୋଦିଙ୍କ ପଦାଙ୍କ ଅନୁସରଣ କରି ଏକ ରାଜ୍ୟ ପାର୍ଟିର ନେତାରୁ ଦେଶର ମୁଖ୍ୟ ପଦ ହାସଲ କରିବେ।
ଏହି ଭବିଷ୍ୟବାଣୀକୁ ନେଇ ଲୋକଙ୍କ ପ୍ରତିକ୍ରିୟା –
ଏହି ବିବୃତ୍ତି ଇଣ୍ଟରନେଟରେ ଖୁବ୍ ତର୍କ ବିତର୍କ ଆରମ୍ଭ କରି ଦେଇଛି। ବିଜୟଙ୍କ ପ୍ରଶଂସକମାନେ ଏହାକୁ ତାଙ୍କର ଲୋକପ୍ରିୟତା ବୃଦ୍ଧିର ସଙ୍କେତ ଭାବେ ଦର୍ଶାଇଛନ୍ତି। ଅନ୍ୟପଟେ ସମାଲୋଚକମାନେ ରାଜନୀତିରେ ଜ୍ୟୋତିଷଙ୍କ ଭୂମିକା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଏହି ଭବିଷ୍ୟବାଣୀର ଥଟ୍ଟା ପରିହାସ କରିଛନ୍ତି। ଅନେକ ଟ୍ରୋଲି କରୁଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ୫୧ ବର୍ଷ ବୟସରେ ପୂରା ଫିଟ୍ ବିଜୟ , ଖାଆନ୍ତି ଏହି ଦେଶୀ ଖାଦ୍ୟ