ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ

Published By : Harapriya Sethi | January 4, 2025 7:15 AM

ବିନିକା,୦୪/୦୧: ସୁବର୍ଣ୍ଣପୁର ଜିଲ୍ଲାକୁ ପୁଣି ଫେରିଛି ଶୀତର ଲହରୀ । ରାତ୍ରୀ ସମୟରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ । ହାଡଭଙ୍ଗା ଶୀତରେ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇପଡିଛି । ନୂଆ ବର୍ଷ ଠାରୁ ପୁଣି ଶୀତ ଲହରୀ ଆରମ୍ଭ ହୋଇଯାଇଥିବା ବେଳେ ଗାଁ ଗୁଡିକରେ ଲୋକେ ନିଆଁ ଜାଳି ଶୀତରୁ ରକ୍ଷା ପାଉଛନ୍ତି । ସକାଳ ୧୦ ଟା ପର୍ଯ୍ୟନ୍ତ ଶୀତ ଅନୁଭୂତ ହେଉଥିବା ବେଳେ ସାରା ଅଞ୍ଚଳକୁ ଧଳା ଚାଦରରେ ଢାଙ୍କି ରଖୁଛି କୁହୁଡି ।

ଧୀରେ ଧୀରେ ଶୀତ ପ୍ରକୋପ ବଡିବା ସହ ପାରଦ ଖସିବାରେ ଲାଗିଛି । କୁହୁଡ଼ି ପାଇଁ କିଛି ଦୂରତା ପରେ କିଛି ବି ଦେଖାଯାଉନି । ଯାତାୟତ ପାଇଁ ଅସୁବିଧା ହେଉଥିବା ବେଳେ ଦୁର୍ଘଟଣାର ଶିକାର ହେଉଛି ଗାଡି ମଟର । ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଶୀତ ଛଡାଉଛନ୍ତି ଅଞ୍ଚଳବାସୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.