ଜି. ଉଦୟଗିରି,୧୬/୧୦: କନ୍ଧମାଳ ଜିଲ୍ଲାକୁ ଛୁଇଁଲା ଚଳିତ ବର୍ଷର ପ୍ରଥମ ଶୀତ । ଓଡ଼ିଶାର ଦାର୍ଜଲିଙ୍ଗ କୁହାଯାଉଥିବା ଜି.ଉଦୟଗିରିରେ ଲୋକମାନେ ଶୀତର ମଜା ନେଉଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ଲୋକମାନେ ବ୍ୟାୟାମ କରିବା ସହ ପ୍ରାଣାୟମ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଜି.ଉଦୟଗିରି ଅଞ୍ଚଳର ପ୍ରକୃତି ରାଣୀ ଅତି ସୁନ୍ଦର ଦିଶୁଛି।
ଗତ କିଛି ବର୍ଷ ହେବ ଓଡ଼ିଶାର ସବୁଠାରୁ ଶୀତୁଆ ଅଞ୍ଚଳ ଭାବେ ଜି.ଉଦୟଗିରି ଗିରି ରେକର୍ଡ କରିଥିଲା । ଏଣୁ ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ପାରଦ ଖସିବ ବୋଲି ଆଶା କରିଛନ୍ତି ସ୍ଥାନୀୟଲୋକ। ଜି.ଉଦୟଗିରି ସମତେ ରାଇକିଆ, ଟିକାବାଲି ଆଦି ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି। ଘନ କୁହୁଡ଼ି ଯୋଗୁଁ ଯାତାୟାତ ବି ବାଧାପ୍ରାପ୍ତ ହୋଇଛି।