ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସଂସଦର ଶୀତକାଳୀନ ଅଧିବେଶନ, ଡିସେମ୍ବର ୨୦ ଯାଏ ଚାଲିବ: ୱାକଫ ସଂଶୋଧନ ବିଲ୍‌ ସମେତ ୧୬ଟି ବିଲ୍‌ ତାଲିକାଭୁକ୍ତ

Published By : Prameya | November 25, 2024 7:37 AM

ନୂଆଦିଲ୍ଲୀ ୨୫/୧୧: ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ।  ଏହା ଡିସେମ୍ବର ୨୦ ପର୍ଯ୍ୟନ୍ତ  ଚାଲିବ । ଏହା ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ  ହେବ । ଏହି ଅଧିବେଶନରେ  ମୋଟ ୧୯ଟି କାର୍ଯ୍ୟଦିବସ ରହିଛି ।  ଶୀତ ଅଧିବେଶନ ପାଇଁ ୱାକଫ  ସଂଶୋଧନ ବିଲ୍‌ ସମେତ ୧୬ଟି ବିଲ୍‌  ତାଲିକାଭୁକ୍ତ ହୋଇଛି ।

ସେଥିରୁ ୧୧ଟି ବିଲ୍‌ ଉପରେ ବିତର୍କ ଓ ୫ଟି ବିଲ୍‌ ଗୃହୀତ କରିବାକୁ  ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ବହୁଚର୍ଚ୍ଚିତ ଏକ ଦେଶ-ଏକ ନିର୍ବାଚନ ବିଲ୍‌ ତାଲିକାଭୁକ୍ତ ହୋଇନାହିଁ । କିନ୍ତୁ କିଛି ରିପୋର୍ଟରେ  କୁହାଯାଉଛି କି ସରକାର ଏହାକୁ ଆଗତ କରିପାରନ୍ତି । ଅଧିବେଶନ ଆରମ୍ଭରୁ କେରଳର ୱାୟନାଡ ଓ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା  ଆସନରୁ ନିର୍ବାଚିତ ହୋଇଥିବା ୨ ଜଣ ନୂଆ ସଦସ୍ୟଙ୍କୁ ବାଚସ୍ପତି  ଓମ୍‌ ବିର୍ଲା ଶପଥପାଠ କରାଇବେ । ୱାୟନାଡରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା  ଓ ନାନ୍ଦେଡରୁ ଚୌହାନ ରବୀନ୍ଦ୍ର ବସନ୍ତରାଓ ନିର୍ବାଚିତ ହୋଇଛନ୍ତି ।  

ତେବେ ଅଧିବେଶନରେ ଆଦାନି ଲାଞ୍ଚ ମାମଲା, ମଣିପୁର ହିଂସା  ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି । ସରକାରଙ୍କୁ ଘେରିବାକୁ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର  କରିଥିଲା ବେଳେ ତାର ମୁକାବିଲା ପାଇଁ ଶାସକ ଦଳ ରଣନୀତି  ପ୍ରସ୍ତୁତ କରିଛି । ତେବେ ଶୀତ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି  ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ବୈଠକରେ ୩୦ଟି ବିଭିନ୍ନ ରାଜନୈତିକ ଦଳର ୪୨ ନେତା ସାମିଲ  ହୋଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୃହକାର୍ଯ୍ୟ  ସୁଚାରୁରୂପେ ଚଳାଇବା ଲାଗି ସବୁ ଦଳର ନେତାଙ୍କ ସହଯୋଗ  ଲୋଡିଥିଲେ । 

ଲୋକସଭାରେ କଂଗ୍ରେସର ଉପନେତା ଗୌରବ  ଗୋଗୋଇ ଆଦାନି ଲାଞ୍ଚ ମାମଲା ଉପରେ ସଂସଦରେ ଚର୍ଚ୍ଚା କରିବା  ଲାଗି ଦାବି କରିଥିଲେ । ଅନ୍ୟତମ କଂଗ୍ରେସ ନେତା ପ୍ରମୋଦ ତିୱାରୀ  କହିଥିଲେ ଆଦାନି ଲାଞ୍ଚ ପ୍ରସଙ୍ଗ ଦେଶର ଅର୍ଥନୀତି ଓ ସୁରକ୍ଷା ସ୍ୱାର୍ଥ  ସହ ଜଡିତ। ତେଣୁ ଏହା ଉପରେ ତୁରନ୍ତ ଆଲୋଚନା ହେବା  ଉଚିତ । ସେହିଭଳି ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ଲାଗି  ସେ ଦାବି କରିଥିଲେ । ଟିଡିପି ନେତା ଲବୁ ଶ୍ରୀକ୍ରିଷ୍ଣା ଦେବରାୟଲୁ  ପୋଲାଭରମ ପ୍ରକଳ୍ପ ସମେତ ଅନ୍ୟ ପ୍ରକଳ୍ପ ବହୁଦିନ ଧରି ପଡ଼ିରହିଛି  ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ବିତର୍କ ଲାଗି ଦାବି କରିଥିଲେ ।  ସେହିଭଳି ଡିଏମ୍‌କେର ତିରୁଚି ଶିବା ୱାକଫ ସଂଶୋଧନ ବିଲ୍‌କୁ  ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ତେବେ ଗୃହର  ଆଇନ ଅନୁସାରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ  ବୋଲି ରିଜିଜୁ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.