ବରଗଡ, ୧୮।୫ : ନବବଧୂଙ୍କୁ  ଯୌତୁକ ନିର୍ଯାତନା ଅଭିଯୋଗ।  ଏ  ନେଇ ନବବଧୂ ଓ ପରିବାର ଲୋକେ ସୋମବାର ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି l   ୮ ମାସ ତଳେ ଖରମୁଣ୍ଡା ଗ୍ରାମର କରଣ କୁମ୍ବାରଙ୍କୁ ପ୍ରେମ ବିବାହ କରିଥିଲେ ଗୋବିନ୍ଦପୂରର ମହିଳା l ତେବେ ବିବାହ ପରେ ତାଙ୍କ ସ୍ୱାମୀ, ଶାଶୁ ଓ ଶଶୁର ଯୌତୁକ ମାଗିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ l ମୋଟର ସାଇକେଲ, ଫ୍ରିଜ, କୁଳର ସହ ଅନ୍ୟ ସାମଗ୍ରୀ ଯୌତୁକ ଆଣ ବୋଲି ମାଡ଼ ମାରିବା ସହ ଅଭଦ୍ର ଭାଷାରେ ଗାଳି ଗୁଳଜ କରିଥିଲେ l ଏନେଇ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଦାବି କରିଛନ୍ତି ମହିଳା ଜଣକ l