ଢେଙ୍କାନାଳ,୧୯।୧୦ : ରାସୋଳ ଥାନା ଅନ୍ତର୍ଗତ ଖରଡାଳୀ   ଗାଁରେ   ପୋଖରୀରେ ବୁଡି   ମହିଳାଙ୍କ ସହ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏଥିସହ ଜଣେ ଶିଶୁ କନ୍ୟା ଗୁରୁତର ହୋଇଛି।  ମୃତ ମହିଳା   ଜଣକ ହେଲେ ଅଞ୍ଜଳି ସେଠୀ ଓ  ନାବାଳିକା ଜଣକ ହେଲେ କୃଷ୍ଣପ୍ରିୟା ବିଶ୍ୱାଳ (୧୦)।

ରାସୋଳ ଥାନା ଅନ୍ତର୍ଗତ ଖରଡାଳୀ   ଗାଁର ଅଞ୍ଜଳି ସେଠୀଙ୍କ ନାତୁଣୀ   ଲିଙ୍କି ସେଠୀ  ଓ କୃଷ୍ଣପ୍ରିୟା ବିଶ୍ବାଳ   ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଉଥିଲେ । ଏହା ଦେଖି ଅଞ୍ଜଳି  ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ପୋଖରୀରେ ସେମାନଙ୍କୁ ଖୋଜଖୋଜି କରିଥିଲେ। ଅଞ୍ଜଳି ଓ  କୃଷ୍ଣପ୍ରିୟାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଲିଙ୍କିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ କଟକ ସ୍ଥାନାନ୍ତରିତ କରାଯାଇଛି।