ଢେଙ୍କାନାଳ,୧୯।୧୦ : ରାସୋଳ ଥାନା ଅନ୍ତର୍ଗତ ଖରଡାଳୀ ଗାଁରେ ପୋଖରୀରେ ବୁଡି ମହିଳାଙ୍କ ସହ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏଥିସହ ଜଣେ ଶିଶୁ କନ୍ୟା ଗୁରୁତର ହୋଇଛି। ମୃତ ମହିଳା ଜଣକ ହେଲେ ଅଞ୍ଜଳି ସେଠୀ ଓ ନାବାଳିକା ଜଣକ ହେଲେ କୃଷ୍ଣପ୍ରିୟା ବିଶ୍ୱାଳ (୧୦)।
ରାସୋଳ ଥାନା ଅନ୍ତର୍ଗତ ଖରଡାଳୀ ଗାଁର ଅଞ୍ଜଳି ସେଠୀଙ୍କ ନାତୁଣୀ ଲିଙ୍କି ସେଠୀ ଓ କୃଷ୍ଣପ୍ରିୟା ବିଶ୍ବାଳ ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଉଥିଲେ । ଏହା ଦେଖି ଅଞ୍ଜଳି ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ପୋଖରୀରେ ସେମାନଙ୍କୁ ଖୋଜଖୋଜି କରିଥିଲେ। ଅଞ୍ଜଳି ଓ କୃଷ୍ଣପ୍ରିୟାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଲିଙ୍କିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ କଟକ ସ୍ଥାନାନ୍ତରିତ କରାଯାଇଛି।