ଝାରପୋଖରିଆ, ୨୨/୦୫ : ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ରତିଲା ଗ୍ରାମରେ ଅଭାବନୀୟ ଘଟଣା। ବିଲ ନାଳ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ୍ୟୁର କାରଣ ଅସ୍ପଷ୍ଟ। ତଦନ୍ତ କରୁଛି ପୁଲିସ।
ସୂଚନାନୁଯାୟୀ, ଗୁରୁବାର ସକାଳେ ଝାରପୋଖରଆ ଥାନା ଅନ୍ତର୍ଗତ ରତିଲା ଗ୍ରାମର ବିଲ ନାଳ କଡ଼ରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା କିଛି ଗ୍ରାମବାସୀ ଦେଖିଥିଲେ। ଏନେଇ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିଚୟ ମିଳିଛି। ସେ ଜାନକୀଦେଇପୁରର କମଲ ସିଂଙ୍କ ସ୍ତ୍ରୀ ଲକ୍ଷ୍ମୀ ସିଂ (୫୫ ବର୍ଷ) ବୋଲି ଜଣାପଡ଼ିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି ସେନେଇ ଖୋଳତାଡ଼ ଚାଲିଛି।