ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଫ୍ୟାନରେ ଝୁଲି ପଡ଼ିଲେ ମହିଳା କନଷ୍ଟେବଳ

Published By : Prameya | April 8, 2025 6:31 PM

ବାଲେଶ୍ବର, ୮/୪ :  ମହିଳା କନଷ୍ଟେବଳଙ୍କ ଆତ୍ମହତ୍ୟା । ପୋଲିସ ବାରାକ ଭିତରେ ରହୁଥିବା ରୁମର ଫ୍ୟାନରେ ଝୁଲି ପଡିଲେ । ଏଭଳି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ବାରାକରେ । ଆଜି ସକାଳେ ଜଣେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଯଶୋଦା ଦାସ। ଯଶୋଦା ବାଲେଶ୍ବର ଏସପିଙ୍କ କାର୍ଯ୍ୟାଳୟର କମ୍ପ୍ୟୁଟର ଅପେରେଟର ଭାବେ କାର୍ଯ୍ୟ କରୁଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କଲେ । 

ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି , ‘ବେଳେ ବେଳେ ମଣିଷ ହୀରାକୁ ଖୋଜିବାକୁ ଯାଇ ମୂଲ୍ୟବାନ ସୁନାକୁ ହାତ ମୁଠାରେ ପାଇ ମଧ୍ୟ ଫିଙ୍ଗି ଦେଇଥାଏ । ଯେତେବେଳେ ହୀରା ଖୋଜି ଖୋଜି ଥକି ଯାଏ ସେବେ ସେ ବୁଝି ପାରେ ଫିଙ୍ଗିଥିବା ସୁନାର ମୂଲ୍ୟ କେତେ କଣ ....’ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଛନ୍ତି ଯଶୋଦା ଦାସ । 

ମୃତ୍ୟୁର ପାଂଚ ମିନିଟ ଆଗରୁ ଏହି ପୋଷ୍ଟ । ଆଜି ସକାଳ ପ୍ରାୟ ୮ଟା ୧୫ ମିନିଟ ସମୟରେ ବାଲେଶ୍ବର ପୋଲିସ ବାରାକର ରୁମ ଭିତରେ ଥିବା ଏକ ଫ୍ୟାନରେ ଝୁଲି ପଡ଼ିଥିଲେ ଯଶୋଦା ଦାସ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟାର କାରଣ ଖୋଜୁଛି ଏବେ ବାଲେଶ୍ବର ପୋଲିସ । 

ଯଶୋଦାଙ୍କ ଘର ରେମୁଣା ଥାନାର ମନ୍ଦାରପୁର ଗାଁରେ । ୨୦୨୩ମସିହାରେ ପୋଲିସ ଚାକିରିରେ ଯୋଗ ଦେଇଥିଲେ । ତାପରଠୁ ସେ ଆଇପିଏସ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ତେବେ ସେ କାହିଁକି ଆତ୍ମ ହତ୍ୟା କଲେ , ତାଙ୍କ ରୁମରୁ ଦୁଇଟା ଚିଠି, ଡାଏରୀ, ଚକୋଲେଟ ଜବତ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରେମ ବେପାରକୁ ନେଇ ଏହି ଆତ୍ମହତ୍ୟା ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ତାଙ୍କ ମୋବାଇଲରୁ ଆତ୍ମହତ୍ୟାର କାରଣ ଜଣା ପଡିବ ବୋଲି ଯଶୋଦାଙ୍କ କକା କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.