କଣ୍ଟାବାଞ୍ଜି ,୧୦।୯  ବିଶାଖାପାଟଣା ରାଇପୁର ପାସେଞ୍ଜର ଟ୍ରେନର ପାଇଖାନାରୁ ଜଣେ ମହିଳାର ମୃତ ଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ପରିଚୟ ମିଳି ନାହିଁ। ବିଶାଖାପାଟଣା ରୁ ରାଇପୁର ଯିବାପାଇଁ ଟ୍ରେନ ଆସି କଣ୍ଟାବାଞ୍ଜି ରେ ଅଟକି ରହିଥିଲା ତେବେ କେତକ ଯାତ୍ରୀ ପାଇଖାନାରେ ଜଣେ ମହିଳା ପଡିରହିଥିବା ଦେଖି ଟ୍ରେନ ମ୍ୟାନେଜର (ଗାର୍ଡ ) କୁ ଖବର ଦେଇଥିଲେ ଟ୍ରେନ ମ୍ୟାନେଜର ରେଳବାଇ ପୋଲିସକୁ ଖବର ଦେଇଥିଲେ।  ରେଳବାଇ ପୋଲିସ ପହଁଚି ଡାକ୍ତରଙ୍କୁ ଡାକି ଯାଞ୍ଚ କରିଥିଲେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ

ମହିଳା ଜଣକ ବୃଦ୍ଧା ଜନିତ ରୋଗୀଣା ଦେଖାଯାଉଥିବାବେଳେ ତାର ପରିଚୟ ମିଳିପାରିନାହିଁ ଜିଆରପି ପୋଲିସ ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ମହିଳା ଜଣକ ରୋଗୀଣା ହୋଇଥିବେ ଏବଂ ତାଙ୍କୁ କେହି ଏହି ଟ୍ରେନରେ ବସେଇ ଦେଇଥିବେ ବୋଲି ଅନୁମାନ କରିଛି ଜିଆରପି ପୋଲିସ ଅଧିକ ତଦନ୍ତ କରୁଥିବାବେଳେ ମୃତ ମହିଳାଙ୍କୁ କଣ୍ଟାବାଞ୍ଜି ଡାକ୍ତର ଖାନରେ ରଖାଯାଇଛିଆର ପି ଏଫ ଓ ଜିଆରପି ପୋଲିସ ମିଳିତ ଉଦ୍ୟମରେ ଶବ ଉଦ୍ଧାର କରାଯାଇଥିଲା