ପ୍ରମୂଖ ଖବର
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ : ମିଳିଲାନି ମହାପ୍ରୟାଣ ଗାଡି, କାନ୍ଧରେ ବୋହିଲେ ମୃତଦେହ

Published By : Suraj Kumar | June 3, 2025 4:22 PM

ଦାରିଙ୍ଗବାଡି,୩/୬:  ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରି ପାଦେରୀ ଗ୍ରାମର ମୃତକଙ୍କ ପରିବାର । ମୃତ ଗର୍ଭବତୀ ମହିଳା ଜଣଙ୍କ ହେଲେ କାଜୁରି ପାଦେରୀ ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ପତ୍ନୀ ସୁନିମା ପ୍ରଧାନ ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ମଙ୍ଗଳବାର  ସକାଳ ସାଢେ଼ ୫ ଟାରେ ସୁନିମାଙ୍କ ପେଟ ସହ ଆଖି ବ୍ୟଥା ହୋଇଥିଲା।  ସୁନିମାଙ୍କୁ  ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସ୍ବାମୀ ସୁରେନ୍ଦ୍ର ପ୍ରଧାନ । ମେଡ଼ିକାଲରେ ପତ୍ନୀଙ୍କୁ ଭର୍ତ୍ତି କରିବା ପରେ ମେଡ଼ିକାଲର ଜଣେ ଡାକ୍ତର କିଛି ନପଚାରି ଗୋଟିଏ ସାଲାଇନ ସହ ୨ ଟି ଇଞ୍ଜେକ୍ସନ ଗର୍ଭବତୀ ମହିଳାଙ୍କୁ ଦେବା ପରେ ପେଟକୁ  ୨ ଥର ଜୋରରେ ଦବେଇ  ଦେଇଥିଲେ । ୩ ଥର ଦବେଇବା ବେଳେ ଗର୍ଭବତୀ ମହିଳାଙ୍କ ଜୀବନ ଚାଲି ଯାଇଥିଲା । ମୃତ୍ୟୁ ପରେ ବି ପୁଣି ଗୋଟିଏ ଇଞ୍ଜେକସନ ଦେଇଥିଲେ ଡାକ୍ତର । ମୃତ୍ୟୁ ହେବା ପରେ ବି କିଭଳି ଇଞ୍ଜେକସନ ଦିଆ ଯାଇଛି ବୋଲି ସ୍ୱାମୀ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ମହିଳାଙ୍କ ପୂର୍ବ ମେଡ଼ିକାଲ ରିପୋର୍ଟ ମାଗିଥିଲେ ଡାକ୍ତର । ଏହାପରେ ମହିଳା ଜଣଙ୍କ ୬ ମାସର ଗର୍ଭବତୀ ଥିବା ଡାକ୍ତର ଜାଣି ପାରିଥିଲେ । କିନ୍ତୁ ଚିକିତ୍ସା ପୂର୍ବରୁ କୌଣସି ବିଷୟ ନପଚାରି ସାଲାଇନ ଓ ଇଞ୍ଜେକସନ ଦେବା ସହ ପେଟ ଉପରେ ଜୋର୍ ସେ ଚାପି ଦେଇଥିଲେ । ଫଳରେ ସୁନିମା ପ୍ରଧାନ ଙ୍କ ମୃତ୍ୟୁ ହୋଇଥିବା ସ୍ବାମୀ ସୁରେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ।

ଡାକ୍ତରଙ୍କ ମନଇଚ୍ଛା ଚିକିତ୍ସା ଯୋଗୁଁ ମଙ୍ଗଳବାର ସୁନିମାଙ୍କ ଜୀବନ ଚାଲି ଯାଇଥିବା ସ୍ବାମୀ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରାଯାଇ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୃତକଙ୍କ ପରିବାର ସହ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟ ପଟେ କୌଣସି ଗାଡ଼ି ସୁବିଧା ନହେବା ଯୋଗୁଁ ମୃତ ମହିଳାଙ୍କ ମର ଶରୀର ୮ କିଲୋ ମିଟର ବାଟ କାନ୍ଧରେ ବୋହିକୀ ନେଇ ଥିବା ଦେଖିବାକୁ ମିଳିଥିଲା । ମେଡ଼ିକାଲ ପକ୍ଷରୁ କୌଣସି ଗାଡ଼ିର ବ୍ୟବସ୍ଥା ମଧ୍ୟ କରାଯାଇ ନଥିବା ଫଳରେ କାନ୍ଧରେ ବୋହିକୀ ନେବାକୁ ପଡ଼ିଥିବା ପରିବାର ଲୋକେ ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.