ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପତ୍ନୀଙ୍କ ଗଳା ଚିପି ହତ୍ୟା , ସ୍ୱାମୀ ଗିରଫ

Published By : Prameya | March 30, 2025 12:47 AM

ପୁରୀ : ପାରିବାରିକ କଳହର କରୁଣ ଅନ୍ତ ଘଟିଛି । ପତ୍ନୀଙ୍କ ପ୍ରାଣ ନେଇଛି ସ୍ୱାମୀ । ଶୁକ୍ରବାର ରାତିରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ଯୁବକକୁ ଧରିଛି ତାଳବଣିଆ ଥାନା ପୁଲିସ । ଅଭିଯୁକ୍ତ ଜଣକ ହେଲା ଏହି ଥାନା ଅଧୀନ ସିଦ୍ଧମହାବୀର ଚମାର ସାହିର ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ ବାଦଲ (୨୭) । ମୃତା ହେଲେ ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ନାଗାପାଟଣା ଗ୍ରାମର ଗଗନ ସ୍ୱାଇଁଙ୍କ ଝିଅ ସୌଦାମିନୀ (୨୭)।

ପୁଲିସ ବାଦଲକୁ ଗିରଫ କରିଛି । ରବିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଆଇଆଇସି ଗୀତାଞ୍ଜଳି ନାୟକ । ଶନିବାର ସକାଳେ ଘର ଭିତରେ ପଡ଼ିଥିଲା ସୌଦାମିନୀଙ୍କ ମୃତଦେହ। ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ବାଦଲକୁ ଧରି ପୁଲିସ ପଚରାଉଚରା କରିବା ପରେ ସୌଦାମିନୀଙ୍କ ବାପଘର ଲୋକଙ୍କୁ ଖବର ଦିଆଯାଇଥିଲା । ବାପଘର ଲୋକେ ପହଞ୍ଚିବା ପରେ ସୌଦାମିନୀଙ୍କ ମା’ ମାମା ସ୍ୱାଇଁ ଏନେଇ ଏତଲା ଦେଇଥିଲେ । 

ମାମା ଅଭିଯୋଗ କରିଛନ୍ତି ଯେ, ୭ ବର୍ଷ ତଳେ ଝିଅ ସୌଦାମିନୀ ଓ ବାଦଲଙ୍କ ବିବାହ ହୋଇଥିଲା । ଏବେ ତାଙ୍କର ୪ ବର୍ଷର ପୁଅଟିଏ ଅଛି । କିନ୍ତୁ ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ।  ଶୁକ୍ରବାର ରାତିରେ ସୌଦାମିନୀଙ୍କ ଗଳା ଚିପି ହତ୍ୟା କରିଥିଲା ବାଦଲ । ନିସ୍ତୁକ ମାଡ଼ ମାରିବା ସହ ବେକରେ ତାଙ୍କ ଓଢ଼ଣୀକୁ ଗୁଡ଼ାଇ ଏଭଳି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା ବାଦଲ । ସୌଦାମିନୀ ଏକ ନିଶା ନିବାରଣ କେନ୍ଦ୍ରରେ କର୍ମଚାରୀ ଥିଲେ । ବାପଘର ଲୋକେ ପୁଲିସକୁ କହିଛନ୍ତି ଯେ, ସୌଦାମିନୀ ବହୁ ଟଙ୍କା କରଜ କରିଥିଲେ । ଦାମ୍ପତ୍ୟ କଳହ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ଦେଇଛି ବାଦଲ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.