ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ

Published By : Harapriya Sethi | October 24, 2024 1:03 PM

ହିନ୍ଦୋଳ, ୨୪/୧୦: ପୋଖରୀରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ । ମୃତ ମହିଳା ଜଣକ ହିନ୍ଦୋଳ ବ୍ଲକ ରାସୋଳ ଥାନା ପଟାଳୁ ଗ୍ରାମର ସୁଲୋଚନା ପଧାନ ବୋଲି ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ପଟାଳୁ ଗ୍ରାମରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବୁଧବାର ସନ୍ଧ୍ୟାଠାରୁ ସୁଲୋଚନା ଘରେ ନଥିବାରୁ ତାଙ୍କ ପରିବାର ଲୋକେ ଗାଁ ଲୋକଙ୍କ ସହ ମିଶି ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଗୁରୁବାର ଭୋର ସମୟରେ କିଛି ଗାଁ ଲୋକ ପୋଖରୀକୁ ଶୌଚ ହେବାପାଇଁ ଯାଇଥିଲେ । ଏହି ସମୟରେ ଜଣେ ମହିଳା ପୋଖରୀରେ ଭାସୁଥିବାର ଦେଖିଥିଲେ ଲୋକେ । ଏହା ଦେଖି ତୁରନ୍ତ ଗ୍ରାମବାସୀମାନେ ରାସୋଳ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲା । ସେଠାରେ ପହଞ୍ଚି ମହିଳାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲା । ପରେ ତୁରନ୍ତ ଗ୍ରାମବାସୀ ମହିଳାଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ସୁଲୋଚନାଙ୍କୁ ମୃତ ଘୋଷଣା କରିଛନ୍ତି । ଏହା ପରେ ମହିଳାଙ୍କ ପରିବାର ଲୋକେ ରାସୋଳ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାସୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବମ୍ପା ଏବଂ କୁଟୁଣିଆ ପଞ୍ଚାୟତରେ ୧୫ଦିନରେ ୪ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିସାରିଲେଣି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.