କୋଣାର୍କ,୨୨।୯(ଆପ୍ର) ପୁରୀ-କୋଣାର୍କ ବେଳାମାର୍ଗ ଅସୁରକ୍ଷିତ ହୋଇପଡିଛି। ମହିଳାଙ୍କ  ଗଳା କାଟି ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ। କୋଣାର୍କ ପୁରୀ ବେଳାମାର୍ଗ ରାସ୍ତା  କଇଁଛ ଘର ନିକଟରେ ଘଟଣା ଘଟିଛି ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲା  ମଙ୍ଗଳପୁର ଅଞ୍ଚଳର ଲକ୍ଷ୍ମୀପ୍ରିୟା ଭୋଇ । ଗୁରୁତର ଅବସ୍ଥାରେ ମହିଳାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମହିଳା ଜଣଙ୍କ ଏକ ବନ୍ଧୁଙ୍କ ସହିତ କୋଣାର୍କ ବୁଲିବାକୁ ଆସିଥିଲେ।  କୋଣାର୍କରୁ ପୁରୀ ଯିବା ରାସ୍ତାର କଇଁଛ ଘର ନିକଟରେ କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକେ  ଏ ନେଇ  ପୋଲିସକୁ ଖବର  ଦେଇଥିଲେ। କୋଣାର୍କ ଟୁରିଷ୍ଟ ପୋଲିସ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ କୋଣାର୍କ ମେଡିକାଲରେ ଭର୍ତ୍ତି କରିଥିଲା।  ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଛି। ଘଟଣା ସ୍ଥଳରେ ଏକ ଭ୍ୟାନିଟି, ମହିଳାଙ୍କ ଚପଲ ପଡ଼ିରହିଛି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।