ସାକ୍ଷୀଗୋପାଳ, ୧୭।୩ : ସତ୍ୟବାଦୀ ବିରଗୋବିନ୍ଦପୁର ନିକଟରେ ରାହାଜାନୀ । ବାଇକରେ ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍। ଲୁଟ୍ ବେଳେ ବାଇକରୁ ପଡି ମହିଳା ଗୁରୁତର। ମହିଳାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ସତ୍ୟବାଦୀ ଗୋପାଳପୁର ପାଟଣା ଗ୍ରାମର ସୁରେନ୍ଦ୍ର ବାରିକ ଓ ସସ୍ମିତା ବାରିକ ପୁରୀରୁ ବାଇକରେ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ବିରଗୋବିନ୍ଦପୁର ବଡ଼ ହାଟ ଛକ ଠାରେ ୩ ଜଣ ବାଇକ ରେ ଆସି ସୁନା ଚେନ ଛଡାଇ ଥିଲେ। ଫଳରେ ମହିଳା ଜଣକ ବାଇକରୁ ପଡି ଗୁରୁତର ହୋଇଛନ୍ତି। ପୁଲି ଘଟଣାର ତଦନ୍ତ କରୁଛି।