ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବସ୍‌ ଝରକାରୁ ମୁଣ୍ଡ ବାହାର କରି ବାନ୍ତି କରୁଥିଲେ ମହିଳା, ଘସି ହୋଇ ଚାଲିଗଲା ଟ୍ୟାଙ୍କର

Published By : Tapas Panda | January 25, 2025 6:39 PM

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶନିବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ବସ୍‌ରେ ଯାଉଥିବା ବେଳେ ଜଣେ ମହିଳା ଝରକା ବାହାରକୁ ମୁଣ୍ଡ ବାହାର କରି ବାନ୍ତି କରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ତାଙ୍କ ମୁଣ୍ଡକୁ ଧକ୍କା ଦେଇଥିଲା । ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମହିଳା ଜଣଙ୍କ ବସ୍‌ରେ ମହୀଶୂରରୁ ଗୁଣ୍ଡୁଲୁପେଟ୍‌ ଯାଉଥିଲେ ।  ଏହି ସମୟରେ ତାଙ୍କୁ ବାନ୍ତି ଲାଗିବାରୁ ସେ ବସ୍‌ର ଝରକା ବାହାରକୁ ମୁଣ୍ଡ ବାହାର କରିଥିଲେ । ଠିକ୍‌ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ତାଙ୍କ ମୁଣ୍ଡ ସହ ଘସି ହୋଇ ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ମହିଳା ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା । 

ଏନେଇ ଜଣାପଡ଼ିବା ପରେ ମହୀଶୂରରେ ସରକାରୀ ବସ୍‌ ସେବା ସହ ଜଡ଼ିତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପୂର୍ବରୁ ଶନିବାର ଭୋର ସମୟରେ ହାଇଦ୍ରାବାଦର ବସବାତାରାକମ୍‌ରେ ଫୁଟ୍‌ପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ କାର ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏନେଇ ବଞ୍ଜାରା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । 

ସୂଚନାଯୋଗ୍ୟ, ୨୦୨୨ରେ ଗାଜିଆବାଦର ମୋଦୀନଗରରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ସ୍କୁଲ ବସ୍‌ରେ ଯାଉଥିବା ବେଳେ ଝରକା ପଟେ ମୁଣ୍ଡ ବାହାରକୁ କରିଥିଲେ । ଏହି ସମୟରେ ବାହାରେ ଥିବା ଏକ ଖୁଣ୍ଟରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ୧୦ ବର୍ଷୀୟ ଅନୁରାଗ ଭରଦ୍ବାଜ ହୋଇଥିବା ବେଳେ ସେ ବାପା-ମାଙ୍କ ସହ ସୁରଟରେ ରହୁଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.