ପ୍ରମୂଖ ଖବର
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ଋଣ ଟଙ୍କା ସୁଝିଲେନି ବୋଲି ମହିଳାଙ୍କୁ ଚପଲ ମାଳ ପିନ୍ଧାଇଲେ, ଥାନାରେ ମାମଲା ରୁଜୁ

Published By : Manoj | August 17, 2025 11:49 AM

ବଇଣ୍ଡା ୧୭/୦୮: ଋଣ ଟଙ୍କା ସୁଝି ପାରିଲେନି ବୋଲି ମହିଳାଙ୍କ ଉପରେ ଜୁଲମ୍‌ । ଅକଥନୀୟ ନିର୍ଯାତନା ଦେଲେ ଗାଁର କିଛି ମହିଳା । ବେକରେ ଚପଲ ମାଳ ପିନ୍ଧାଇ ଗାଁ’ରେ ବୁଲାଇଲେ । କିଶୋରନଗର ବ୍ଲକ୍‌ ହଣ୍ଡପା ଥାନା ଇଲାକାରେ ଏହି ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ ଏତଲା ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।  

ପୁଲିସ୍‌ ସୂଚନା ମୁତାବକ, ପୀଡ଼ିତା ମହିଳା ଗାଁ’ ପାଣ୍ଠିରୁ କିଛି ଟଙ୍କା ଋଣ ଆଣିଥିଲେ । ପ୍ରାୟ ବର୍ଷେ ହେଲା ସେ ଟଙ୍କା ସୁଝୁନଥିଲେ କି କୌଣସି  ସୁଧ ଦେଇନଥିଲେ । ଏନେଇ ଗ୍ରାମର କିଛି ମହିଳା ବୈଠକ କରି ୩୦ ପ୍ରତିଶତ ସୁଧ ସହିତ ମୂଳ ଟଙ୍କା ଦେବାକୁ ଦାବି କରିଥିଲେ। ମାତ୍ର ମହିଳା ଜଣଙ୍କ ଅକ୍ଷମତା  ପ୍ରକାଶ କରିଥିଲେ । ଯାହାକୁ ନେଇ ମହିଳାମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଚପଲ ମାଳ ପିନ୍ଧାଇ ଗାଁ’ ଦାଣ୍ଡରେ ବୁଲାଇବେ ବୋଲି ଧମକ ଦେଇଥିଲେ । ପୀଡ଼ିତା ମହିଳା ସମସ୍ତ ଟଙ୍କା ସୁଝିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ  ଗୁରୁବାର ଦିନ ଗାଁର  ମହିଳାମାନେ ପୁଣିଥରେ ତାଙ୍କୁ ଟଙ୍କା ମାଗିଥିଲେ ।  ଟଙ୍କା ନଦେବାରୁ ତାଙ୍କ ବେକରେ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇଥିଲେ। ଏମିତିକି ତାଙ୍କୁ ଗାଳିଗୁଲଜ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.