କଟକ: ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ । ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଶିଶୁପୁତ୍ର ଜନ୍ମ କଲେ ମହିଳା ଯାତ୍ରୀ । ଜେନେରାଲ୍ କୋଚ୍ରେ ଯାତ୍ରା ବେଳେ ପ୍ରସବ ବେଦନା ହୋଇଥିଲା । ଏହାପରେ ରେଲ୍ ମଦଦରେ ଅଭିଯୋଗ ପରେ କଟକ ଷ୍ଟେସନରେ ପହଞ୍ଚିଥିଲା RPF ଟିମ୍ ।ହେଲେ ସେତେବେଳକୁ ଶିଶୁକୁ ଜନ୍ମ ଦେଇ ସାରିଥିଲେ ମହିଳା ।
RPF କର୍ମଚାରୀ ମହିଳାଙ୍କ ପାଇଁ ଜରୁରୀ ସହାୟତା ବ୍ୟବସ୍ଥା କରିଥିଲେ । ପୁଣି ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ SCB ପଠାଯାଇଥିଲା । ହସ୍ପିଟାଲ ନେବା ବାଟରେ ଆମ୍ବୁଲାନ୍ସରେ ଦ୍ୱିତୀୟ ଶିଶୁ ଜନ୍ମ ଦେଇଥିଲେ ମହିଳା । ମା ଓ ଉଭୟ ନବଜାତ ସୁସ୍ଥ ଥିବା ସୂଚନା ମିଳିଥିବାବେଳେ RPFକୁ ଯାତ୍ରୀମାନଙ୍କ ପ୍ରଶଂସା କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଅଭିଯୋଗ ପାଇଲା ପରେ କଟକ ରେଳବାଇ କର୍ମଚାରୀ ସତର୍କ ହୋଇପଡ଼ିଥିଲେ। ରାଜାରାଣୀ ଏକ୍ସପ୍ରେସ ସକାଳ ୬ଟା ୫୩ ସମୟରେ ପ୍ଲାଟ ଫର୍ମ ୩ରେ ପହଁଚିବା ପରେ ତୁରନ୍ତ ପ୍ରସୂତିକୁ ଟ୍ରେନ ଭିତରୁ ପ୍ଲାଟଫର୍ମକୁ ଆଣିଥିଲେ । ସେତେବେଳକୁ ପ୍ରସୂତି ଗୋଟିଏ ସନ୍ତାନ ପ୍ରସବ କରିସାରିଥିଲେ। ମାଇକ୍ ଯୋଗେ ଟ୍ରେନରେ ଯାତ୍ରା କରୁଥିବା ଚିକିତ୍ସକଙ୍କ ସହାୟତା ଲୋଡ଼ା ଯାଇଥିଲା । ସଙ୍ଗେ ସଙ୍ଗେ ଷ୍ଟେସନରେ ଥିବା ଜଣେ ଫାର୍ମାସିଷ୍ଟ ପ୍ରସୂତିଙ୍କ ନିକଟକୁ ଯାଇ ପ୍ରାଥମିକ ଚିକିତ୍ସା ଦେଇଥିଲେ । ତେବେ ଟ୍ବନ୍ସ ଥିବାରୁ ଆଉ ଗୋଟିଏ ସନ୍ତାନ ପ୍ରସବ ଜନିତ ଯନ୍ତ୍ରଣା ବଢିଥିଲା। ଆମ୍ବୁଲାନ୍ସ ଯୋଗେ ମହିଳା ଆରପିଏଫ କର୍ମଚାରୀ ସହାୟତାରେ ହସପିଟାଲକୁ ପଠାଯାଇଥିଲା ।
ଏହାସହ ପଢ଼ନ୍ତୁ : Farmland Loss In 11 Years: ୧୧ ବର୍ଷରେ ୫୦ ହଜାର ହେକ୍ଟର ଚାଷଜମି ଗାଏବ୍