ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଲେଇର ଶବ ସହ ଦୁଇ ଦିନ, ତା’ପରେ ମହିଳାଙ୍କ ଆତ୍ମହତ୍ୟା

Published By : Tapas Panda | March 3, 2025 6:54 PM

ଲକ୍ଷ୍ନୌ: ପୋଷା ବିଲେଇର ମୃତ୍ୟୁ ପରେ ଆତ୍ମହତ୍ୟା କରିଦେଲେ ମହିଳା । ବିଲେଇର ଶବକୁ ପାଖରେ ଦୁଇ ଦିନ ରଖିଥିଲେ । ବିଲେଇଟି ପୁଣି ଥରେ ଜୀବିତ ହୋଇଯିବ ବୋଲି ସେ ଆଶା ରଖିଥିଲେ । କିନ୍ତୁ ବିଲେଇ ଆଉ ଉଠିନଥିଲା ଏବଂ ମହିଳାଙ୍କ ଆଶା ମଉଳି ଯାଇଥିଲା । ନିରାଶ ହୋଇ ଶେଷରେ ଚରମ ନିଷ୍ପତ୍ତି ନେଇଥିଲେ ମହିଳା । ଉତ୍ତର ପ୍ରଦେଶର ଆମରୋହା ଜିଲ୍ଲାର ଜଣେ ମହିଳା ତାଙ୍କ ପୋଷା ବିଲେଇର ମୃତ୍ୟୁରେ ଦୁଃଖୀ ହୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । 

୩୨ ବର୍ଷୀୟା ପୂଜା ଅମରୋହାର ହସନପୁରରେ ରହୁଥିଲେ। ସେ ଆଠ ବର୍ଷ ପୂର୍ବରୁ ଦିଲ୍ଲୀର ଜଣେ ଯୁବକଙ୍କୁ ବିବାହ କରିଥିଲେ, କିନ୍ତୁ ଦୁଇ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା । ସେବେଠାରୁ ପୂଜା ତାଙ୍କ ମା’ ଗଜରା ଦେବୀଙ୍କ ସହିତ ତାଙ୍କ ପୈତୃକ ଘରେ ରହୁଥିଲେ । ନିସଙ୍ଗତାରୁ ମକୁଳିବା ଲାଗି ପୂଜା ଏକ ପୋଷା ବିଲେଇକୁ ନିଜ ପାଖରେ ରଖିଥିଲେ । ବିଲେଇଟି ଗୁରୁବାର ଦିନ ମରିଯାଇଥିଲା । ତାଙ୍କ ମାଆ ବିଲେଇର ଶବକୁ ପୋତିବାକୁ ପୂଜାଙ୍କୁ କହିଥିଲେ କିନ୍ତୁ ସେ ମନା କରିଥିଲେ । ଏହା ସହ ବିଲେଇର ଶବକୁ ନିଜ ପାଖରେ ଦୁଇ ଦିନ ରଖିଥିଲେ । 

ସେ ବିଶ୍ୱାସ କରୁଥିଲେ ଯେ, ବିଲେଇଟି ପୁଣି ଜୀବିତ ହୋଇଯିବ । ପରିବାର ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବା ସତ୍ତ୍ୱେ ସେ ଦୁଇ ଦିନ ପର୍ଯ୍ୟନ୍ତ ବିଲେଇର ଶବକୁ ଘରେ ରଖିଥିଲେ ।  ଶନିବାର ଅପରାହ୍ନରେ, ସେ ନିଜର ତୃତୀୟ ମହଲା କୋଠରୀରେ ନିଜକୁ ବନ୍ଦ କରି ଦେଇଥିଲେ । ରାତି ପ୍ରାୟ ୮ଟା ବେଳେ ତାଙ୍କ ମାଆ ତାଙ୍କ ରୁମକୁ ଯାଇ ଦେଖିଲେ ଯେ, ପୂଜା ସିଲିଂ ଫ୍ୟାନରେ ଝୁଲି ରହିଥିଲେ । ଆଉ ପୂଜାଙ୍କ ପାଖରେ ବିଲେଇର ଶବ ଥିଲା । ଗଜରା ଦେବୀଙ୍କ କାନ୍ଦ ଶୁଣି ପଡ଼ୋଶୀ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବଂ ଫରେନ୍ସିକ୍‌ ଟିମ୍‌  ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବେ ମାମଲାର ତଦନ୍ତ ଜାରି ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.