ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଭୁବନେଶ୍ଵରରେ ସୈୟାରା-୨ ସିନ୍... ଛାଡ଼ିଗଲା ଲଜ୍ୟା ସରମ, ବାଇକ୍ ଟାଙ୍କି ଉପରେ ଯୁବତୀଙ୍କୁ ଓଲଟା ବସାଇ ଗାଡ଼ି ଚଲାଇଲେ ଯୁବକ

Published By : Rasmita Pradhan | August 16, 2025 1:35 PM

ଭୁବନେଶ୍ଵର, ୧୬/୦୮ : ଛାଡ଼ିଗଲା ଲଜ୍ୟା ସରମ। ଭୁଲିଗଲେ ସୀମା ସରହଦ୍। ନା ମୁଣ୍ଡରେ ହେଲମେଟ୍, ନା ସୁରକ୍ଷାକୁ ନେଇ କୌଣସି ଚିନ୍ତା। ରାଜଧାନୀ ବିଚ୍ ରାସ୍ତାରେ ମତୁଆଲା ଯୁବକ ଯୁବତୀଙ୍କ ରୋମାନ୍ସ। ଟ୍ରାଫିକ୍ ନିୟମର ଉଡ଼ିଲା ଧଜିଆ। ଚଳନ୍ତା ବାଇକ୍‌ରେ ଯୁବତୀଙ୍କୁ ଟାଙ୍କି ଉପରେ ଓଲଟା ବସାଇ ବାଇକ୍ ଚଲାଇଲେ ଯୁବକ। ଭୁବନେଶ୍ଵରରେ ସୈୟାରା-୨ ସିନ୍। ଏଥର ପଛପଟେ ନୁହେଁ ତଡ଼ପ ଫିଲ୍ମରେ ତାରା ସୁତାରିଆଙ୍କ ଭଳି ଆଗପଟେ କୁଣ୍ଢେଇ ଧରିଛନ୍ତି ଯୁବତୀ। ପରବର୍ତ୍ତୀ ପିଢିଙ୍କୁ କ'ଣ ଶିକ୍ଷା ଦେଉଛନ୍ତି ଏମାନେ ? 

ଭୁବନେଶ୍ଵର ଇନଫୋସିଟି ଅଞ୍ଚଳରେ ସନ୍ଧ୍ୟା ସମୟର ଦୃଶ୍ୟ। ହଳେ ପ୍ରେମୀ ଯୁଗଳ ଏକ ଚଳନ୍ତା ବାଇକ୍‌ରେ ରୋମାନ୍ସରେ କରୁଥିବା ଦୃଶ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି। ଯୁବକ-ଯୁବତୀ ଦୁହେଁ ଇନଫୋସିଟି ଥାନାରୁ ଇନଫୋସିଟି ଛକ ଆଡ଼େ ବାଇକରେ ଯାଉଥିଲେ। ଯୁବତୀ ଜଣଙ୍କ ବାଇକ୍‌ରେ ଓଲଟା ବସିବା ସହ ଯୁବକଙ୍କ କାନ୍ଧକୁ ଧରି ରୋମାନ୍ସ କରୁଥିଲେ। ଦୁହିଁଙ୍କ ମୁଣ୍ଡରେ ହେଲମେଟ୍ ନଥିଲା କି ପୁଲିସକୁ ଭୟ ନଥିଲା। ସମାଜକୁ ବି ଖାତିର୍ ନଥିଲା। ଦେଖଣାହାରୀ ଏହି ଦୃଶ୍ୟ ଦେଖି ବି ତାଜୁବ୍ ହୋଇଯାଇଥିଲେ। ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏବେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଟ୍ରାଫିକ୍ ନିୟମ ଅନୁଯାୟୀ, ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.