ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ପୁଣେରେ ଚାଞ୍ଚଲ୍ୟ, ଟଙ୍କା ପାଇଁ ମହିଳାଙ୍କୁ ଛୁରି ଭୁସି ହତ୍ୟା କଲା ସହକର୍ମୀ

Published By : Bijay Swain | January 9, 2025 6:48 PM

Image courtesy: mint

ନୂଆଦିଲ୍ଲୀ: ପୁଣେର ୟେରାୱଡା ଅଞ୍ଚଳରେ ଆତଙ୍କ। ଏକ ବହୁଦେଶୀୟ କମ୍ପାନି ପାଇଁ କଲ ସେଣ୍ଟରରେ କାମ କରୁଥିବା ମହିଳାଙ୍କୁ ହୋଇଛି ଛୁରାମାଡ଼। ଅଫିସର ପାର୍କିଂ ଲଟରେ ମହିଳାଙ୍କର ଜଣେ ସହକର୍ମୀ ତାଙ୍କୁ ଛୁରାମାଡ଼ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆର୍ଥିକ ବିବାଦକୁ ନେଇ ଛୁରାମାଡ଼ ହୋଇଥିବା ଜଣାପଡିଛି। 

ଛୁରାମାଡ଼ କରିଥିବା ଅଭିଯୁକ୍ତ ହେଉଛି ୩୦ ବର୍ଷୀୟ କ୍ରୁଷ୍ଣ ସତ୍ୟନାରାୟଣ କନୋଜା। ମହିଳା ଜଣଙ୍କ ସନ୍ଧ୍ୟା ୬.୩୦ରେ ଅଫିସରୁ ଘରକୁ ଫେରୁଥିବା ସମୟରେ କ୍ରୁଷ୍ଣ ତାଙ୍କ ସହ ମୁହାଁମୁହିଁ ହୋଇଥିଲା। ତେବେ ପୂର୍ବରୁ ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା ବୋଲି ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି। 

ଏହି ଘଟଣାରେ କଏଦ ହୋଇଥିବା ଏକ ସିସିଟିଭି ଫୁଟେଜରେ କ୍ରୁଷ୍ଣ ରୋଷେଇଘରେ ବ୍ୟବହୃତ ହେଉଥିବା ଏକ ଛୁରି ଆଣି ମହିଳାଙ୍କ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ଛୁରାମାଡ଼ ପରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ। ଏଥିରେ କ୍ରୃଷ୍ଣ ଅଟକି ନଯାଇ ତାଙ୍କୁ ବାରମ୍ବାର ଛୁରାମାଡ଼ କରିଚାଲିଥିଲା। ଏହି ଛୁରାମାଡରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ମହିଳାଙ୍କ ପେଟ ଓ କହୁଣିରେ ଗଭୀର ଆଘାତ ଲାଗିଛି। 

ଘଟଣା ଘଟିବା ପରେ ମହିଳାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ମହିଳା ଜଣଙ୍କ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇସାରିଥିଲା। ତେବେ ଡାକ୍ତରଖାନାରେ ମହିଳାଙ୍କର ଚିକିତ୍ସା ଚାଳିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। 

ଦୁଇ ସହକର୍ମୀଙ୍କ ମଧ୍ୟରେ ଆର୍ଥିକ ବିବାଦକୁ ନେଇ ଏହି ଛୁରାମାଡ଼ ହୋଇଛି ବୋଲି ପୋଲିସ ଅଧିକାରି ସୁଚନା ପ୍ରଦାନ କରିଛନ୍ତି। କ୍ରୁଷ୍ଣଙ୍କୁ ଏହି ମାମଲାରେ ଗିରଫ କରାଯିବା ସହ ଭାରତୀୟ ନ୍ୟାୟ ସଂହିତାର ସେକ୍ସନ ୧୦୩(୧) ଅଧିନରେ ମାମଲା ରୁଜୁ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.