ପ୍ରମୂଖ ଖବର
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା; ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ

Published By : Bijay Swain | July 18, 2025 8:10 PM

ଲାଞ୍ଜିଗଡ, ୧୮/୭(ଆପ୍ର): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧିନସ୍ତ ମୂଷିଗୁଡା ଗାଁରେ ଗତ ୧୨ତାରିଖ ବିଳମ୍ବିତ ରାତିରେ ଶୋଇ ଥିବା ଅବସ୍ଥାରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରି ଅଭିଯୁକ୍ତ ଫେରାର ମାରିଥିଲେ l ଫେରାର ହେବାର ୬ ଦିନ ପରେ ଭବାନୀପାଟଣା ସଦର ପୋଲିସ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି l 

ସୂଚନା ମତେ ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଳବରା ଗାଁର ଜନନୀ ହରିଜନଙ୍କ ପରିବାର ଲୋକେ ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ଅନ୍ତର୍ଗତ ମୂଷିଗୁଡା ଗାଁରେ ଦୀର୍ଘ ୧୦ ବର୍ଷ ହେଲା ପୋଡୁ ଚାଷ କରି ବସବାସ କରି ଆସୁଥିଲେ l ଜନନୀ ହରିଜନଙ୍କ ସ୍ୱାମୀ ମଙ୍ଗଲୀ ହରିଜନ ୫ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ I ତାଙ୍କର ଗୋଟିଏ ପୁଅ ଓ ତିନିଗୋଟି ଝିଅ ନିଜ ଗାଁ ତାଳବରା ଠାରେ ରହୁଥିଲେ I ମୂଷିଗୁଡା ସ୍ଥିତ ଘରେ ଜନନୀ ହରିଜନ (୬୧) ଓ ସୁଦାମା ହରିଜନ(୪୦) ଦୁଇଜଣ ମହିଳା ରାତିରେ ଶୋଇଥିବାବେଳେ ଉକ୍ତ ଗାଁର ସଂଜୀବ ନାଏକ (୨୦)ରାତିରେ ଆସି ଜନନୀ ନାଏକଙ୍କୁ ଗଳାକାଟୀ ହତ୍ୟା କରି ଘଟଣାସ୍ଥଳରୁ ଫେରାର ମାରିଥିଲେ l 

ଏନେଇ ମୃତକଙ୍କ ପୁଅ ପ୍ରଦୀପ ହରିଜନ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଘଟଣା ସ୍ଥଳରେ ଭବାନୀପାଟଣା ସଦର ଥାନା ଅଧିକାରୀ ସୋମ୍ୟରଞ୍ଜନ ପଧାନ, ଏସଆଇ ସୁନିତା ସେଠି ସମେତ କଳାହାଣ୍ଡି ସାଇନ୍ସଟିଫିକ ଟିମ ଓ କେ ନାଇନ ଡଗ ସ୍କୁଆଡ଼ ଘଟଣା ସ୍ଥଳରେ ପହଞ୍ଚି କେସ ନଂ ୩୨୪/୨୫ ରେ ଧାରା ୧୦୩(୧) ବିଏନଏସ )ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ l ତଦନ୍ତର ୬ଦିନ ପରେ ଅଭିଯୁକ୍ତକୁ ଗିରଫ କରି ପୋଲିସ ପଚରାଉଚରା ଜାରି ରଖିଥିଲେ ଶେଷରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଛି ବୋଲି ପୋଲିସ ଆଗରେ ସ୍ବିକାର କରିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ କେସ ନଂ ୨୩୪/୨୫ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣା କରିଥିବା ସଦର ଥାନା ଅଧିକାରୀ ସୋମ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.