ପ୍ରମୂଖ ଖବର
  • ଯୁବକଙ୍କ ହାତଗୋଡ ବାନ୍ଧି ଭୋଗରାଇ ଥାନାରେ ନିର୍ଯାତନା ଦେବା ଘଟଣା, ଆଇଆଇସି ନିଲମ୍ବିତ
  • ||
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅନ୍ତିମ ସାକ୍ଷାତକାର ପାଇଁ ୨୦୦୦ କିଲୋମିଟର ଯାତ୍ରା କଲେ ମହିଳା; ଚାକିରି ଦବା ପୂର୍ବରୁ ସମ୍ପର୍କ ଛିନ୍ନ କଲା କମ୍ପାନୀ

Published By : Bijay Swain | June 19, 2025 6:26 PM

ବେଙ୍ଗାଲୁରୁ: ଜଣେ ମହିଳା ଉତ୍ତର ପ୍ରଦେଶରୁ ଏକ ଷ୍ଟାର୍ଟଆପ୍ କମ୍ପାନୀରେ ହେବାକୁ ଥିବା ‘ଚୂଡ଼ାନ୍ତ ପ୍ରଯ୍ୟାୟ ଇଣ୍ଟରଭ୍ୟୁ’ ପାଇଁ ୨୦୦୦ କିଲୋମିଟର ଦୂର ବେଙ୍ଗାଲୁରୁକୁ ଯାତ୍ରା କରିଥିଲେ। କିନ୍ତୁ କମ୍ପାନୀ ତାଙ୍କ ଇଣ୍ଟରଭ୍ୟୁ ନେବା ଜାଗାରେ ତାଙ୍କୁ ‘ଘୋଷ୍ଟ’(ସମ୍ପର୍କ ଛିନ୍ନ) କରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ବିଭିନ୍ନ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି। ଏବଂ ସୋଶିଆଲ ମିଡିଆ ୟୁଜର୍ସମାନେ କମ୍ପାନୀର ଏପରି ଅଜବଗଜବ ବ୍ୟବହାରକୁ ନେଇ ତୀବ୍ର ସମାଲୋଚନା ଜାରି ରଖିଛନ୍ତି।

ସାମାଜିକ ଗଣମାଧ୍ୟମ ରେଡିଟରେ ଉକ୍ତ ମହିଳାଙ୍କ ଜଣେ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ସେୟାର କରିଛନ୍ତି। ପୋଷ୍ଟ ଅନୁଯାୟୀ, ଉତ୍ତରପ୍ରଦେଶର ଜଣେ ମହିଳାଙ୍କୁ ବେଙ୍ଗାଲୁରୁର ଏକ ଟେକ୍ କମ୍ପାନୀରେ ଚାକୀରି କରିବା ନିମନ୍ତେ ଆବେଦନ କରିଥିଲେ। ଉକ୍ତ ଟେକ୍ କମ୍ପାନୀ ମହିଳାଙ୍କ ଆବେଦନ ଗ୍ରହଣ କରିବା ସହ ଅନଲାଇନ ଯୋଗେ କିଛି ରାଉଣ୍ଡ ଇଣ୍ଟରଭ୍ୟୁ ମଧ୍ୟ କରିଥିଲା। ମହିଳା ଜଣଙ୍କ ସମସ୍ତ ମାନଦଣ୍ଡ ପୁରା କରିବା ପରେ ଚୂଡ଼ାନ୍ତ ଆଲୋଚନା ପାଇଁ କମ୍ପାନୀ ମହିଳା ଜଣଙ୍କୁ ବେଙ୍ଗାଲୁରୁ ଡାକିଥିଲା। ଏମିତିକି କମ୍ପାନୀ ତାଙ୍କ ଯାତ୍ରା ଖର୍ଚ୍ଚ ଫେରସ୍ତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ମହିଳାଙ୍କ ପାଖରେ ବିମାନ ଟିକେଟ କିଣିବା ପାଇଁ ଟଙ୍କା ନଥିଲା। ତେଣୁ ସେ ତାଙ୍କ ବନ୍ଧୁଙ୍କ ସହାୟତାରେ ଟିକେଟ କିଣିଥିଲେ, କାରଣ ସେ ଭାବିଥିଲେ ଯେ ପରେ କମ୍ପାନୀ ସମସ୍ତ ଖର୍ଚ୍ଚ ଫେରସ୍ତ କରିବ।

ଏହାପରେ ଧାର୍ଯ୍ୟ ହୋଇଥିବା ତାରିଖ ଦିନ ମହିଳା ଜଣଙ୍କ ବେଙ୍ଗାଲୁରୁ ଯାଇ ଇଣ୍ଟରଭ୍ୟୁ ଦେଇଥିଲେ ଏବଂ ନିଜ ପ୍ରଦର୍ଶନ ନେଇ ଆତ୍ମବିଶ୍ୱାସୀ ଥିଲେ। କିନ୍ତୁ ଘରକୁ ଫେରିବା ପରେ କମ୍ପାନୀ ତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲା। କୌଣସି ଜବାବ ନ ମିଳିବାରୁ ମହିଳା ଏବଂ ତାଙ୍କ ବନ୍ଧୁ କମ୍ପାନୀ ସହ ବାରମ୍ୱାର ଯୋଗାଯୋଗ କରିବା ପରେ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି ଉତ୍ତର ମିଳିପାରି ନାହିଁ। ଏନେଇ ମହିଳା ଜଣଙ୍କ ହତାଶ ହୋଇପଡିଥିଲେ। କାରଣ ଏହା ସୁନିଶ୍ଚିନ୍ତ ହୋଇଯାଇଥିଲା ଯେ ନା ଉକ୍ତ କମ୍ପାନୀରୁ ମହିଳାଙ୍କୁ ଚାକିରୀ ମିଳିବ ନା ଯାତ୍ରା ସମ୍ପର୍କିତ ଖର୍ଚ୍ଚ ଫେରସ୍ତ ମିଳିବ। 

ସୋସିଆଲ ମିଡିଆରେ ଏହି ଘଟଣା ନେଇ ବ୍ୟାପକ ଆଲୋଚନା ହେଉଛି। ଅନେକ ୟୁଜର୍ସ ମହିଳାଙ୍କୁ ଲିଙ୍କଡ଼ିନରେ କମ୍ପାନୀର ନାମ ସହ ଏହି ଅଭିଜ୍ଞତା ସେୟାର କରିବାକୁ ପରାମର୍ଶ ଦେଇଛନ୍ତି। ଭାରତର ଚାକିରି ବଜାରରେ ‘ଘୋଷ୍ଟିଂ’ ସମସ୍ୟା ବର୍ଷ ବର୍ଷ ଧରି ଚାଲିଆସୁଛି। ଅନେକ କମ୍ପାନୀ ପ୍ରାର୍ଥୀଙ୍କୁ ଫଲୋ-ଅପ୍ ନ କରି ଅନିଶ୍ଚିତତା ମଧ୍ୟରେ ଛାଡ଼ିଦେଇଥାନ୍ତି। କମ୍ପାନୀ ମାନଙ୍କ ଏହି ମନଇଚ୍ଛା କର୍ଯ୍ୟକୁ ସାଧାରଣତଃ ‘ଘୋଷ୍ଟିଂ’ ବୋଲି କୁହାଯାଇଥାଏ। ତେବେ ଅନେକ ଥର ଏନେଇ ସମାଲୋଚନା କରାଯିବା ପରେ ଏହାର ପ୍ରତିକାର ସ୍ୱରୂପ କିଛି କମ୍ପାନୀ ଏବେ ଆବେଦନକାରୀଙ୍କୁ ତୁରନ୍ତ ରିଜେକ୍ସନ ମେଲ ପଠାଉଛନ୍ତି। ଯାହା ଦ୍ୱାରା ସେମାନେ ‘ଘୋଷ୍ଟିଂ’ ଅଭିଯୋଗରୁ ରକ୍ଷା ପାଇ ପାରୁଛନ୍ତି।

ଏହି ଘଟଣା ଚାକିରି ପ୍ରାର୍ଥୀଙ୍କ ପାଇଁ କମ୍ପାନୀଗୁଡ଼ିକର ଦାୟିତ୍ୱହୀନ ବ୍ୟବହାର ଏବଂ ସମ୍ପର୍କ ପାଇଁ ସ୍ପଷ୍ଟ ଯୋଗାଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଛି। ଏନେଇ ଅନେକ ବିଶେଷଜ୍ଞ କହିଛନ୍ତି ଯେ ବଡ ବଡ ବହୁଦେଶୀୟ କମ୍ପାନୀ ଗୁଡିକ ନିକଟରୁ ଏଭଳି ଦାୟିତ୍ତ୍ୱହୀନ ମାନବ ସମ୍ୱଳ ନୀତି ଅଗ୍ରହଣୀୟ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.