ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ

Published By : Harapriya Sethi | December 14, 2024 9:23 AM

କଟକ/ବୟାଳିଶମୌଜା,୧୪/୧୨: କଟକ ସହର ଉପକଣ୍ଠ କନ୍ଦରପୁର ପାଖ ଇଲାକାରେ ଏକ ବୀଭତ୍ସ ହତ୍ୟାକାଣ୍ଡ  ଘଟିଛି । ଜଣେ ମହିଳାଙ୍କ ବେକକୁ କାଟି, ମୁହଁକୁ ଏକାଧିକବାର  ହାଣି ପରମହଂସ ନିକଟ କାଠଯୋଡ଼ି ପଠାରେ ଫିଙ୍ଗି ଦିଆଯାଇଛି ।  ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନି । ସନ୍ଧାନୀ କୁକୁର, ସାଇଣ୍ଟିଫିକ୍‌ ଟିମ୍‌  ସହଯୋଗରେ କନ୍ଦରପୁର ଥାନା ପୁଲିସ ତଦନ୍ତ କରୁଛି । ଘଟଣାସ୍ଥଳରୁ  ଏକ ଚାପଡ଼, ହଳେ ପ୍ୟାଣ୍ଟ୍‌-ସାର୍ଟ, ଗୋଟିଏ ଗାମୁଛା ଓ କିଛି  ଧୂପକାଠି ମିଳିଛି । ମହିଳାଙ୍କ ମୁହଁକୁ ଏଭଳି ଢଙ୍ଗରେ ହଣାଯାଇଛି  ଯେ, ହଠାତ୍‌ ଚିହ୍ନଟ କରିବା ସହଜ ହେବନି । ପରିଚୟ ଖୋଜିବା  ପାଇଁ ପୁଲିସ ରାଜ୍ୟ ତମାମ୍‌ ଥାନାକୁ ମହିଳାଙ୍କ ଫଟୋ ପଠାଇଛି ।

ଶୁକ୍ରବାର ସକାଳ ପ୍ରାୟ ୭ଟା ହେବ । ପରମହଂସ ଗ୍ରାମର କିଛି  ଲୋକ ନଦୀ ବନ୍ଧରେ ଯାଉଥିବା ବେଳେ ପଠାରେ ଜଣେ ମହିଳା  ପଡ଼ିଥିବା ଦେଖିବାକୁ ପାଇଥିଲେ । ପାଖକୁ ଯାଇ ଦେଖିଲା ବେଳକୁ  ମହିଳାଙ୍କ ଶରୀରରେ କ୍ଷତଚିହ୍ନ ଅଛି । ସେତେବେଳକୁ ତାଙ୍କର  ମୃତ୍ୟୁ ହୋଇଯାଇଥିଲା । ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୦ ବର୍ଷ  ହେବ । ମୃତଦେହ ପାଖରୁ ଏକ ଚାପଡ଼ ମିଳିଥିଲା । କିଛି ଦୂରରେ  ରକ୍ତଭିଜା ହଳେ ପ୍ୟାଣ୍ଟ୍‌-ସାର୍ଟ ଓ ଗୋଟିଏ ଗାମୁଛା ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା । ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଆସିବା  ପରେ ସୁରାକ୍‌ ଯୋଗାଡ଼ କରାଯାଇଥିଲା ।  ମହିଳାଙ୍କ ବେକକୁ ପୂରା କାଟି ଦିଆଯାଇଛି । ମୁହଁକୁ ପ୍ରାୟ ୪ରୁ  ୫ ଥର ହଣାଯାଇଛି । ମହିଳାଙ୍କ ଶରୀରରୁ ବାହାରିଥିବା ରକ୍ତରେ  ପାଖ ଅଞ୍ଚଳ ପୂରା ଭିଜିଯାଇଥାଏ । ତାଙ୍କ ଡାହାଣ ହାତରେ ଏକ  ଗାମୁଛା ଗୁଡ଼ାଯାଇଥାଏ । ପରିଚୟ ସ୍ପଷ୍ଟ ହେଲା ଭଳି କୌଣସି  ଜିନିଷ ମୃତଦେହ ପାଖରୁ ମିଳିନି । 

ତେବେ ମହିଳାଙ୍କ ଡାହାଣ  ହାତରେ ଓଡ଼ିଆରେ ଓମ୍‌ ବାବା ବଳିଆ ଲେଖା ଥିବା ବେଳେ ଡାହାଣ  ହାତରେ ଇଂରାଜୀରେ ‘ପିତା-କେ.ପି.ଏସ୍‌.ଏମ୍‌’ ଲେଖା ଅଛି । ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ  କରୁଛି । ସନ୍ଧାନୀ କୁକୁର ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂର ଯାଇ  ବନ୍ଧ ଉପରେ ଚଢ଼ି ପୁଣି ଫେରିଆସିଛି । ଅଞ୍ଚଳଟି ଏକ ଖୋଲା  ଖରିବୁଦାରେ ଭରପୂର ଇଲାକା ହୋଇଥିବାରୁ କୁକୁର ମଧ୍ୟ କିଛି  ସୁରାକ ଦେଇପାରିନି । ମହିଳାଙ୍କ ପରିଚୟ ଜାଣିବା ପାଇଁ ପୁଲିସ ବିଭିନ୍ନ ଥାନାକୁ ଫଟୋ ପଠାଇବା ସହିତ  ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି ଡିସିପି  ଜଗମୋହନ ମୀନା । ଘଟଣାର ତଦନ୍ତ ପାଇଁ ସ୍ପେସାଲ୍‌  ସ୍କ୍ୱାଡ୍‌ ଓ କନ୍ଦରପୁର ଥାନା ପୁଲିସ ବିଭିନ୍ନ ସ୍ଥାନର  ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି । ହତ୍ୟାକାଣ୍ଡ  ପଛରେ ପାରିବାରିକ କଳି ବା ପ୍ରଚଣ୍ଡ ଘୃଣା ଭଳି  କାରଣ ଥିବା ପୁଲିସ ଅନୁମାନ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.