ଫିରିଙ୍ଗିଆ, ୧୮।୧ : ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ଯୁବକ, ପୁରୁଷ, ମହିଳା ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ଭାରତୀୟ ଜନତା ଦଳ ତରଫରୁ ଗୋଛା ପଡ଼ା ନିକଟ ଯାରୁଗଣ୍ଡା ପିକ୍ନିକ୍ ପ୍ଲେସ ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧୨ ଟି ପଞ୍ଚାୟତର ୨୭୦ ବିଜେପି ରେ ସାମିଲ ହୋଇଛନ୍ତି । ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି, ଫିରିଙ୍ଗିଆ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ଗୋଲକ ବିହାରୀ କହଁର, ବରିଷ୍ଠ କର୍ମକର୍ତ୍ତା ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୀତ୍ କୁମାର ମଣ୍ଡଳ, ପ୍ରମୁଖ ଯୋଗ ଦେଇଥିଲେ । ଫିରିଙ୍ଗିଆ ମଣ୍ଡଳ ସଭାପତି ଶ୍ରୀବତ୍ସ କହଁର ଙ୍କ ନେତୃତ୍ୱ ରେ ସଭା ଆୟୋଜିତ ହୋଇଥିଲା । ଫିରିଙ୍ଗିଆ ମଣ୍ଡଳ ଯୁବମୋର୍ଚ୍ଚାର ସଭାପତି ବାବୁଲା କହଁର ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଗ୍ରାମାଞ୍ଚଳ ରୁ ବିଜେପି କୁ ମଜଭୁତ କରିବା ଲକ୍ଷ୍ୟ ରେ ସଭା ଆୟୋଜିତ ହୋଇଥିଲା । ଫିରିଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ ।