ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାର୍ଯ୍ୟକାଳ ସରିବା ପୂର୍ବରୁ ମହିଳା କମିସନ୍‌ ସଦସ୍ୟ ବରଖାସ୍ତ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

Published By : Prameya | November 22, 2024 11:56 AM

କଟକ,୨୨/୧୧: ଓଡ଼ିଶା ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ବେଆଇନ ଭାବେ ବରଖାସ୍ତ କରାଯାଇଥିବା  ଅଭିଯୋଗ କରି ରୁଜୁ ମାମଲାରେ  ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ କରିଛନ୍ତି । ଆଜିଠାରୁ ଠିକ୍‌ ୧୦ ଦିନ ମଧ୍ୟରେ ରାଜ୍ୟ ସରକାର ଏନେଇ ଜବାବ ରଖିବେ । ମାମଲାର ଶୁଣାଣି ଆସନ୍ତା ଡିସେମ୍ବର  ୧୧ ତାରିଖକୁ ଧାର୍ଯ୍ୟ ହୋଇଛି । ରାଜ୍ୟ  ମହିଳା କମିସନ ସଦସ୍ୟ ପଦରୁ  ବରଖାସ୍ତ ହୋଇଥିବା ବିଜୟା ବରୁୱା,  ବବିତା ସ୍ୱାଇଁ ଏବଂ ସ୍ୱର୍ଣ୍ଣଲତା ସାମଲଙ୍କ  ପକ୍ଷରୁ ଆଗତ ମାମଲାର ଶୁଣାଣି  କରି ବିଚାରପତି ଜଷ୍ଟିସ୍‌ ଏସ୍‌.କେ.  ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ମାମଲାରୁ ପ୍ରକାଶ,  ଆବେଦନକାରୀମାନଙ୍କୁ ମହିଳା କମିସନ  ସଦସ୍ୟା ଭାବେ ୨୦୨୩ ଏପ୍ରିଲ  ୨୮ରେ ନିଯୁକ୍ତି ମିଳିଥିଲା । ସେମାନଙ୍କ  କାର୍ଯ୍ୟକାଳ ୩ ବର୍ଷ ବୋଲି ମହିଳା ଏବଂ  ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରକାଶିତ  ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ।  କିନ୍ତୁ କମିସନ୍‌ ସଦସ୍ୟା ଭାବେ ମାମଲା  ଫଇସଲା ହାର ସନ୍ତୋଷଜନକ ନଥିବା  କାରଣ ଦର୍ଶାଇ ମହିଳା ଏବଂ ଶିଶୁ  ବିକାଶ ବିଭାଗ ଆବଦନକାରୀମାନଙ୍କୁ  କାରଣ ଦର୍ଶାଅ ନୋଟିସ୍‌ କରିଥିଲେ । ଆବେଦନକାରୀମାନେ ନୋଟିସ୍‌ର  ଜବାବ ମଧ୍ୟ ରଖିଥିଲେ । ଏହା ସତ୍ତେ୍ୱ ଗତ ୯ ତାରିଖରେ ବିଭାଗ ପକ୍ଷରୁ  ୩ ଆବେଦନକାରୀଙ୍କୁ ବରଖାସ୍ତ  କରାଯାଇଥିବା ବିଜ୍ଞପ୍ତି ଜାରି କରାଯାଇଥିଲା ।  ଏଭଳି ବେଆଇନ ଆଦେଶକୁ  ରଦ୍ଦ ପାଇଁ ପ୍ରାର୍ଥନା କରି ସେମାନେ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

ଗୁରୁବାର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତିରେ  ଦର୍ଶାଯାଇଥିଲା ଯେ, ମହିଳା କମିସନ  ସଦସ୍ୟଙ୍କୁ ମାମଲା ଫଇସଲା ହାର୍‌ କମ୍‌ଥିବା ଆଧାରରେ ବରଖାସ୍ତ କରାଯାଇ  ପାରିବନାହିଁ । ଏହା ଏକ ସ୍ୱୟଂଶାସିତ  ଅନୁଷ୍ଠାନ । ମହିଳା ନିର୍ଯାତନା କିପରି ହ୍ରାସ  ପାଇବ ସେଥିପାଇଁ ଏହି କମିସନ ରାଜ୍ୟ  ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେଇଥାଏ ।  ଏହା ଉପରେ ନୀତି ପ୍ରଣୟନ ପାଇଁ ମଧ୍ୟ  କହିଥାଏ । କିନ୍ତୁ ବର୍ତ୍ତମାନର ସରକାର  ସେମାନଙ୍କୁ ବିନା କୌଣସି କାରଣରେ  କାର୍ଯ୍ୟରୁ ବରଖାସ୍ତ କରିଛନ୍ତି । ଯାହାକି  ବେଆଇନ । ତେଣୁ ଏହି ଆଦେଶକୁ ରଦ୍ଦ ପାଇଁ ପ୍ରାର୍ଥନା କରାଯାଇଥିଲା ।  ଅନ୍ୟପକ୍ଷରେ ଆଡ୍‌ଭୋକେଟ୍‌  ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ  ପ୍ରତିଜବାବ ରଖି ରାଜ୍ୟ ସରକାର ଏହି  ନିଷ୍ପତ୍ତିରେ ତ୍ରୁଟିନଥିବା ଦର୍ଶାଇଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.