ରାଞ୍ଚି,୧୩/୦୧: ଓଡ଼ିଶା ୱାରିୟର୍ସ  ମହିଳା ହକି ଇଣ୍ଡିଆ  ଲିଗ୍‌ର ଉଦଘାଟନୀ ମ୍ୟାଚ୍‌ରେ ୪-୦  ଗୋଲରେ ଦିଲ୍ଲୀ ଏସ୍‌ଜି ପିପର୍ସକୁ  ପରାଜିତ କରି ଅଭିଯାନ ଆରମ୍ଭ  କରିଛି । ସୀମିତ ସମୟର ରଙ୍ଗାରଙ୍ଗା  ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରମ୍ଭ  ହୋଇଥିଲା ମ୍ୟାଚ୍‌ । ଓଡ଼ିଶା ଆରମ୍ଭରୁ ଶେଷ ଯାଏ ଚମତ୍କାର ପ୍ରଦର୍ଶନ କରି  ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା ।  ଦଳ ପକ୍ଷରୁ ୧୬, ୩୭, ୪୨ ଓ ୪୩  ମିନିଟରେ ଗୋଲ୍‌ ହୋଇଥିଲା । ଶେଷ  ପର୍ଯ୍ୟନ୍ତ ବହୁ ପ୍ରୟାସ କରି ଦିଲ୍ଲୀ ଗୋଲ ଖାତା ଖୋଲି ପାରିନଥିଲା ।