ରାଞ୍ଚି, ୧୪/୦୧: ମହିଳା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ର ଦ୍ୱିତୀୟ ମ୍ୟାଚ୍‌ରେ ସୁରମା ହକି କ୍ଲବ୍‌ ବିଜୟୀ  ହୋଇଛି । ଦଳ ୪-୧ ଗୋଲରେ ଶ୍ରାଚୀ ରାହ  ବେଙ୍ଗଲ ଟାଇଗର୍ସକୁ  ପରାଜିତ କରିଛି । ବେଙ୍ଗଲ ଟାଇଟର୍ସ  ଆରମ୍ଭରୁ ଭଲ ପ୍ରଦର୍ଶନ କରି  ସପ୍ତମ ମିନିଟରେ ଗୋଲ ଖାତା ଖୋଲିଥିଲା । କିନ୍ତୁ ପରେ ଦଳର  ପ୍ରଦର୍ଶନ ଦୁର୍ବଳ ରହିଥିଲା । ସୁରମା ଖେଳାଳି ତୃତୀୟ କ୍ୱାର୍ଟରରେ ପ୍ରତ୍ୟାବର୍ତ୍ତନ କରି କ୍ରମାନ୍ୱୟରେ  ୪ଟି ଗୋଲ୍‌ ଦେଇ ମ୍ୟାଚ୍‌ ଜିତି ନେଇଥିଲେ ।  ଦଳ ପକ୍ଷରୁ ୩୮, ୪୨, ୪୪ ଓ ୪୭  ମିନିଟରେ ଗୋଲ୍‌ ହୋଇଥିଲା । 

ମଙ୍ଗଳବାର ତୃତୀୟ ମ୍ୟାଚ୍‌ ବେଙ୍ଗଲ ଟାଇଗର୍ସ ଏବଂ  ଦିଲ୍ଲୀ ଏସ୍‌ଜି ପିପର୍ସ ମଧ୍ୟରେ ଖେଳାଯିବ । ଗତକାଲି ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୱାରିୟର୍ସ  ୪-୦ ଗୋଲରେ ଦିଲ୍ଲୀକୁ ପରାଜିତ କରିଥିଲା ।