ମସ୍କଟ,୧୬/୧୨: ଓମାନରେ ଆୟୋଜିତ ମହିଳା ଏସିଆ କପ୍‌ ହକିରେ ଭାରତୀୟ ଦଳ ୧-୧  (୩-୨)ରେ ଚୀନକୁ ପରାଜିତ କରି ଚାମ୍ପିଅନ  ହୋଇଛି । ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ଅମୀମାଂସିତ ରହିଥିବାରୁ ପେନାଲ୍ଟି ସୁଟ୍‌ଆଉଟର  ସହାୟତା ନିଆଯାଇଥିଲା। ଭାରତ ୩-୨ରେ ଜିତି  ଟ୍ରଫି ହାସଲ କରିଥିଲା । ସାକ୍ଷୀ ରାଣା, ଇଷିକା ଓ  ସୁନେଲିତା ଟପ୍ପୋ ଗୋଲ ଦେବାରେ ସଫଳ ହୋଇଥିଲେ । ଚାମ୍ପିଅନ ଦଳର ସଦସ୍ୟଙ୍କ ପାଇଁ ହକି ଇଣ୍ଡିଆ ପକ୍ଷରୁ  ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ସହଯୋଗୀ କର୍ମଚାରୀଙ୍କ ପାଇଁ ୧ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି ।