ଜୋହାନେସବର୍ଗ,୦୪/୦୯: ଆଗାମୀ ମହିଳା ଦିନିକିଆ ବିଶ୍ୱକପ୍‌ ପାଇଁ  ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି । ୧୭ବର୍ଷିୟା ୱିକେଟ କିପର କାରାବୋ ମେସୋଙ୍କୁ ଦଳରେ ସ୍ଥାନ ମିଳିଛି । ସେହିପରି ଅଲ୍‌ରାଉଣ୍ଡର ନୋଣ୍ଡୁମିସୋ ସାଙ୍ଗାସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନିକଟରେ ଅବସର ନିଷ୍ପତ୍ତି ବଦଳାଇଥିବା ପୂର୍ବତନ ଡେନ ଭାନ ନିକର୍କଙ୍କୁ ଦଳରେ ସ୍ଥାନ ମିଳି ନାହିଁ ।  ଅଫସ୍ପିନ ଅଲରାଉଣ୍ଡର ମିଆନେ ସ୍ମିଟଙ୍କୁ ଏକମାତ୍ର ଟ୍ରାଭେଲ ରିଜର୍ଭ ଭାବେ  ଚୟନ କରାଯାଇଛି । ଭାରତ ଆସିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ  ପାକିସ୍ତାନ ଯାତ୍ରା କରି ୩ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଚଳିତ  ମାସ ୧୬ରୁ ୨୨ ତାରିଖ ମଧ୍ୟରେ ଏହି ସିରିଜ ଖେଳାଯିବ ।  

ଦଳ: ଲାଉରା ଉଲଭାର୍ଟ, ଆନେକି ବସ୍କ, ତଜମିନ ବ୍ରିଟ୍ସ, ନାଦିନ ଡି କ୍ଲର୍କ,  ଆନେରି ଡେର୍କସେନ, ସିନାଲୋ ଜାଡ଼ଟା, ମାରିଜେନ କାପ, ଆୟାବୋଙ୍ଗା ଖାକା, ମାସାବାଟା କ୍ଲାସ, ସୁନେ ଲୁସ, କାରାବୋ ମେସୋ, ନୋନକୁଲୁଲେକୋ ମଲାବା,  ତୁମି ସେଖୁଖୁନେ, ନୋଣ୍ଡୁମିସୋ ସଙ୍ଗସେ, ଚୋଲେ ଟ୍ରିୟନ । (ମିଆନେ ସ୍ମିଟ:  ଟ୍ରାଭେଲ ରିଜର୍ଭ)