ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମହିଳା ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜ: ଭାରତ-ଶ୍ରୀଲଙ୍କା ଫାଇନାଲ୍‌, ଦକ୍ଷିଣ ଆଫ୍ରିକା ବିଦା

Published By : Prameya | May 10, 2025 8:19 AM

କଲମ୍ବୋ,୧୦/୦୫: ଶ୍ରୀଲଙ୍କାରେ ଚାଲିଥିବା ମହିଳା ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜରେ ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଛି । ଆସନ୍ତା ୧୧ ତାରିଖରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଫାଇନାଲ୍‌ ମୁକାବିଲା ଖେଳାଯିବ । ଶୁକ୍ରବାର ଅନୁଷ୍ଠିତ ଅନ୍ତିମ  ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ରନ୍‌ରେ ଶ୍ରୀଲଙ୍କାକୁ ହରାଇଥିଲେ ହେଁ ପଏଣ୍ଟ ତାଲିକାରେ ତୃତୀୟ ସ୍ଥାନରେ ରହି ବିଦାୟ ନେଇଥିଲା ।  

ଭାରତ ମୋଟ ୬ପଏଣ୍ଟ ସହ ପ୍ରଥମ, ଶ୍ରୀଲଙ୍କା ୪ପଏଣ୍ଟ ସହ ଦ୍ୱିତୀୟ ଏବଂ ଦକ୍ଷିଣ ଆଫ୍ରିକା ୨ପଏଣ୍ଟ ସହ ତୃତୀୟରେ ରହିଥିଲା । ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଦକ୍ଷିଣ ଆଫ୍ରିକା ୯/୩୧୫ରନ୍‌  ସଂଗ୍ରହ କରିଥିଲା । ଆନେରି  ଡେରେକସେନ ୧୦୪ (୯ଚୌକା, ୫ଛକା), କ୍ଲୋଏ ଟ୍ରାୟନ ୭୪  (୪ଚୌକା, ୫ଛକା), ତଜମିନ ବ୍ରିଟ୍ସ ୩୮, ଲାଉରା ଉଲଭାର୍ଟ ୩୩  ଏବଂ ନାଦିନ ଡି କ୍ଲାର୍କ ଅପରାଜିତ ୩୨ରନ୍‌ କରିଥିଲେ । ଶ୍ରୀଲଙ୍କାର  ଡ୍ୱିମି ବିହାଙ୍ଗ ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଏହାର ଜବାବରେ  ଶ୍ରୀଲଙ୍କା ୪୨.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୩୯ରନ୍‌ କରିବାକୁ  ସକ୍ଷମ ହୋଇଥିଲା । ଚାମରି ଆଟାପଟୁ ୫୨, ହାସିନି ପେରେରା ୩୦,  ଭିସ୍ମି ଗୁଣରତ୍ନେ ୨୪, ହର୍ଷିତା ସମରବିକ୍ରମା ୩୩, ଅନୁଷ୍କା ସଞ୍ଜିବନୀ  ଅପରାଜିତ ୪୩ରନ୍‌ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଟ୍ରାୟନ  ହ୍ୟାଟ୍ରିକ୍‌ ସହ ୫ଟି ୱିକେଟ୍‌ ନେଇଥିଲେ । ଅଲରାଉଣ୍ଡର ପ୍ରଦର୍ଶନ  ପାଇଁ ସେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.